୩ ଦିନ ପରେ ରାଜ୍ୟରେ ଟିକେ କମିଲା ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 24, 2021

୩ ଦିନ ପରେ ରାଜ୍ୟରେ ଟିକେ କମିଲା ସଂକ୍ରମଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୂର୍ବ ତିନି ଦିନ ଅପେକ୍ଷା ଏହି ସଂଖ୍ୟା କମ୍‌ ରହିଛି।

୬,୧୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୭୦ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୭୮୫ ଜଣ ଚିହ୍ନଟ ହୋଇଛନ୍ତି। ନୂଆପଡ଼ାରୁ ୪୩୦ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୪୩, ଯାଜପୁରରୁ ୩୨୪, କଳାହାଣ୍ଡିରୁ ୩୨୧ ଓ ନବରଙ୍ଗପୁରରୁ ୩୧୮ ଜଣ ଚିହ୍ନଟ ହୋଇଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨, ଭଦ୍ରକରୁ ୮୭, ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪, ଜଗତସିଂହପୁରରୁ ୭୩, ଝାରସୁଗୁଡ଼ାରୁ ୨୫୪, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, କୋରାପୁଟରୁ ୭୧, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନୟାଗଡ଼ରୁ ୯୯, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦ ଓ ସୋନପୁରରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି।

୬,୧୧୬ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୫୯,୪୬୭ ଜଣ ସୁସ୍ଥ ହୋଇ ସାରିଲେଣି। ୪୫,୯୪୯ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୭ଟି ନୂଆ ମୃତ୍ୟୁ ମାମଲା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୮୮ରେ ପହଞ୍ଚି ଯାଇଛି।

ସୂଚନାଯୋଗ୍ୟ, ଏପ୍ରିଲ ୨୩ ତାରିଖରେ ରାଜ୍ୟରେ ୬,୬୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ରେ ୬,୨୧୫ ଓ ୨୧ରେ ୬,୧୬୪ ଜଣ ଚିହ୍ନଟ ହୋଇଥିଲେ।

The post ୩ ଦିନ ପରେ ରାଜ୍ୟରେ ଟିକେ କମିଲା ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/3dQVSjc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages