ଚୌକିଦାରରୁ ହେଲେ ଆଇଆଇଏମ୍‌ ଅଧ୍ୟାପକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 12, 2021

ଚୌକିଦାରରୁ ହେଲେ ଆଇଆଇଏମ୍‌ ଅଧ୍ୟାପକ

ଥିରୁବନନ୍ତପୁରମ୍‌: ୨୮ ବର୍ଷୀୟ ରଞ୍ଜିତ ରାମଚନ୍ଦ୍ରନ୍‌। ଏବେ ସେ ଚୌକିଦାରରୁ ପାଲଟିଛନ୍ତି ଅଧ୍ୟାପକ। ରାଞ୍ଚି ଆଇଆଇଏମ୍‌ରେ ସହକାରୀ ଅଧ୍ୟାପକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ରଞ୍ଜିତ। ସେ କିଭଳି ଏହି ସଫଳତା ହାସଲ କରିଛନ୍ତି, ଏହାକୁ ପାଇବା ପାଇଁ କିପରି ସଂଘର୍ଷ କରିଛନ୍ତି, ତା’ର ପୂରା କାହାଣୀ ସେ ନିଜ ଫେସ୍‌ବୁକ୍‌ ପୋଷ୍ଟ ବଖାଣିଛନ୍ତି।

ରଞ୍ଜିତ ନିକଟରେ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋକୁ ପୋଷ୍ଟ କରି ସେ ଲେଖିଥିଲେ, `ଏହି ଭଙ୍ଗା ଝୁମ୍ପୁଡି ଘରୁ ଜନ୍ମ ହୋଇଛି ଆଇଆଇଏମ୍‌ ଅଧ୍ୟାପକ।’ ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ରଞ୍ଜିତ ଦଶମ ପାସ୍‌ ପରେ ବହୁ କଷ୍ଟରେ ଅର୍ଥଶାସ୍ତ୍ରରେ ଡିଗ୍ରୀ ହାସଲ କରିଥିଲେ। ସେତେବେଳେ ସେ ପାଠ ପଢ଼ିବା ସହ କସାରଗୋଡାର ପାନାଥୁରାରେ ବିଏସ୍‌ଏନ୍‌ଏଲ୍‌ ଅଫିସରେ ରାତ୍ରି ଜାଗୁଆଳି ରୂପେ କାମ କରୁଥିଲେ। ସେ ଦିନରେ ପାଠ ପଢ଼ୁଥିଲେ ଏବଂ ରାତିରେ ଜଗୁଆଳି କାମ କରୁଥିଲେ। ଭଙ୍ଗା ଛୁମ୍ପୁଡି ଘରେ ବିତୁଥିଲା ତାଙ୍କ ଜୀବନ।

ଆର୍ଥିକ ଅସୁବିଧା ଯୋଗୁଁ ତାଙ୍କୁ ବାରମ୍ବାର ସ୍କୁଲ ଛାଡ଼ିବାକୁ ପଡିଥିଲା। ତାଙ୍କ ବାପା ଟେଲର ଏବଂ ମା’ ମହାତ୍ମା ଗାନ୍ଧି ଗ୍ରାମୀଣ ଯୋଜନାରେ ଦିନ ମଜୁରିଆ ଭାବେ କାମ କରୁଥିଲେ। ବହୁ କଷ୍ଟରେ ସ୍ନାତକ ପାସ୍‌ କରିବା ପରେ ଆଇଆଇଟି ମାଡ୍ରାସ୍‌ରେ ତାଙ୍କୁ ସିଟ୍‌ ମିଳିଥିଲା। ପରେ ସେ ପିଏଚଠି କରିବାକୁ ପଂଜୀକରଣ କରିଥିଲେ।

ଏହାପରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ସଂଘର୍ଷ କରିବାକୁ ସ୍ଥିର କରିଥିଲେ ରଞ୍ଜିତ। ଗତବର୍ଷ ସେ ତାଙ୍କ ପିଏଚ୍‌ଡି ସାରିଛନ୍ତି। ଏହାପରେ ସେ ଦୁଇ ମାସ ହେବ ବେଙ୍ଗାଳୁରୁର ଖ୍ରୀଷ୍ଟ ବିଶ୍ୱବିଦ୍ୟାଳୟରେ ସହକାରୀ ଅଧ୍ୟାପକ ଭାବେ କରିଛନ୍ତି ବୋଲି ରାମଚନ୍ଦ୍ରନ୍‌ କହିଛନ୍ତି।

ଗତ ଏପ୍ରିଲ ୯ ତାରିଖରେ ରଞ୍ଜିତ ତାଙ୍କ ଜୀବନ ସଂଘର୍ଷ କାହାଣୀକୁ ଫେସ୍‌ବୁକ୍‌ରେ ପୋଷ୍ଟ କରିଥିଲେ। ତାଙ୍କର ଏହି ସଂଘର୍ଷମୟ କାହାଣୀ ଏବେ ସମସ୍ତଙ୍କ ହୃଦୟକୁ ଛୁଁଇଛି। ତାଙ୍କର ଏହି ପୋଷ୍ଟକୁ ୩୭ ହଜାରରୁ ବି ଅଧିକ ଲାଇକ୍ସ ମିଳିସାରିଲାଣି। ସେପଟେ କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍‌ ରାମଚନ୍ଦ୍ରନ୍‌ଙ୍କୁ ଫେସ୍‌ବୁକ୍‌ରେ ଅଭିନନ୍ଦନ ଜଣାଇବା ସହ ସେ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି।

ସେପଟେ ରାମଚନ୍ଦ୍ରନ୍‌ କହିଛନ୍ତି, “ମୁଁ କେବେ ଭାବି ନଥିଲି ମୋର ଫେସ୍‌ବୁକ୍‌ ପୋଷ୍ଟଟି ଏତେ ଭାଇରାଲ ହେବ ବୋଲି। ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମୁଁ ମୋ ଜୀବନର କାହାଣୀ ପୋଷ୍ଟ କରିଥିଲି। ମୁଁ ଚାହେଁ ସମସ୍ତେ ସ୍ୱପ୍ନ ଦେଖନ୍ତୁ ଓ ଏହାକୁ ପାଇବ ପାଇଁ ସଂଘର୍ଷ କରନ୍ତୁ।”

ഈ വീട്ടിലാണ് ഞാൻ ജനിച്ചത്, ഇവിടെ ആണ് വളർന്നത്, ഇപ്പോൾ ഇവിടെ ആണ് ജീവിക്കുന്നത്…… ഒരുപ്പാട് സന്തോഷത്തോടെ പറയട്ടെ ഈ…

Posted by Ranjith R Panathur on Friday, April 9, 2021

The post ଚୌକିଦାରରୁ ହେଲେ ଆଇଆଇଏମ୍‌ ଅଧ୍ୟାପକ appeared first on Odisha Reporter.



from Odisha Reporter https://ift.tt/2RnIU3n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages