ଶ୍ରୀନଗର: ସୀମାରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ମସଜିଦକୁ ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ବେଳେ ସୁରକ୍ଷାକର୍ମ ଓ ପୁଲିସ ମସଜିଦରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଏଭଳି ବିବୃତ୍ତି ରଖିଛନ୍ତି ଜମ୍ମୁ କଶ୍ମୀର ପୁଲିସର ମହାନିର୍ଦ୍ଦେଶକ ବିଜୟ କୁମାର। ପାମ୍ପୋର, ସୋପର ଏବଂ ଶୋପିଆନରେ ଆତଙ୍କବାଦୀ ମାନେ ବିଭିନ୍ନ ସମୟରେ ଆକ୍ରମଣ କରିବାକୁ ଯାଇ ମସଜିଦର ଅପବ୍ୟବହାର କରୁଥିବା ସେ କହିଛନ୍ତି।
ଆଇଜିପି ପ୍ରେସ କନଫେରନସ କରି କହିଛନ୍ତି ଆତଙ୍କବାଦୀ ପାମ୍ପୋରରେ ୧୯ ଜୁନ୍ ୨୦୨୦, ସୋପୋରରେ ୧ ଜୁଲାଇ ୨୦୨୦ ଏବଂ ଶୋପିଆନରେ ୯ ଏପ୍ରିଲ ୨୦୨୧ରେ ଆକ୍ରମଣ କରିବା ପାଇଁ ମସଜିଦର ଅପବ୍ୟବହାର କରିଥିଲେ। ଏବେ ସମସ୍ତ ଜନସାଧାରଣ, ସମାଜ ଏବଂ ମିଡିଆ ଏପରି କାମକୁ ବିରୋଧ କରିବା ସହିତ ନିନ୍ଦିତ କରିବା ଦରକାର ବୋଲି ସେ କହିଛନ୍ତି।
Terrorists misused mosques for terror attacks in Pampore on 19th June 2020, Sopore on 1st July 2020 and Shopian on 9th April 2021. Public, Masjid Intizamia, civil societies and media should condemn such acts: IGP Kashmir Vijay Kumar pic.twitter.com/ElCoje7Na7
— ANI (@ANI) April 12, 2021
ଏପ୍ରିଲ୍ ୯ରେ ମସଜିଦରେ ପ୍ରବେଶ କରିଥିବା ୫ ଜଣ ଆତଙ୍କବାଦୀଙ୍କୁ ଶୋପିଆନରେ ସୁରକ୍ଷା ବାହିନୀ ନିପାତ କରିଥିଲେ। ସେହିପରି ଆତଙ୍କବାଦୀମାନେ ଆଶ୍ରୟ ନେବାକୁ ଯାଇ ଜାମିଆ ମସଜିଦ ଭିତରେ ପ୍ରବେଶ କରିଥିଲେ। ଆଉ ୧୯ ଜୁନ ୨୦୨୦ରେ ପାମ୍ପୋରରେ ମସଜିଦ ପାଖରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସୋପରରେ ୧ ଜୁଲାଇ ୨୦୨୦ରେ ଗୋଟିଏ ମସଜିଦରୁ ଆତଙ୍କବାଦୀମାନେ ଏକ ସିଆରପିଏଫ ଟିମ୍ ଉପରେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ମୁକାବିଲାରେ ଜଣେ ଯବାନ ଶହୀଦ ହୋଇଥିଲେ। ଆଉ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରେ ତିନିଜଣ ଯବାନ ଆହତ ହୋଇଥିଲେ।
The post ‘ଆକ୍ରମଣ କରିବା ପାଇଁ ମସଜିଦକୁ ବ୍ୟବହାର କରୁଛନ୍ତି ଆତଙ୍କବାଦୀ’ appeared first on Odisha Reporter.
from Odisha Reporter https://ift.tt/3uMraNt
No comments:
Post a Comment