ଭାରତ ସହ ବିମାନ ସମ୍ପର୍କ ତୁଟାଇଲା ହଂକଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 18, 2021

ଭାରତ ସହ ବିମାନ ସମ୍ପର୍କ ତୁଟାଇଲା ହଂକଂ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବିସ୍ଫୋରକ ରୂପ ନେଇଥିବାରୁ ହଂକଂ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସତର୍କତା ପଦକ୍ଷେପ ସ୍ୱରୂପ ହଂକଂ ସରକାର ଭାରତ ସହ ସବୁ ପ୍ରକାରର ବିମାନ ସମ୍ପର୍କକୁ ତୁଟାଇ ଦେଇଛନ୍ତି। ଭାରତକୁ ସଂଯୋଗ କରୁଥିବା ବିମାନ ସେବା ଗୁଡ଼ିକ ଆସନ୍ତକାଲିଠାରୁ ମେ’ ୩ ତାରିଖ ଯାଏ ବାତିଲ କରାଯାଇଥିବା ଆଜି ହଂକଂ ପକ୍ଷରୁ ଘୋଷଣା କରାଯାଇଛି। କେବଳ ଭାରତ ନୁହେଁ, ପାକିସ୍ତାନ ଓ ଫିଲିପାଇନ୍ସ ସହ ମଧ୍ୟ ବିମାନ ସେବାକୁ କାଲିଠାରୁ ମେ’ ୩ ଯାଏ ବାତିଲ କରାଯାଇଛି।

ଭିସ୍ତାରା ବିମାନରେ ହଂକଂ ଯାଇଥିବା ୫୦ ଜଣ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ହଂକଂ ସରକାର ଜାରି କରିଥିବା ନିୟମ ଅନୁଯାୟୀ, ଦେଶକୁ ଆସିବାକୁ ଚାହୁଁଥିବା ଲୋକମାନେ ୭୨ ଘଣ୍ଟା ପୂର୍ବରୁ ନିଜର ଆରଟି-ପିସିଆର ଟେଷ୍ଟ କରିବାକୁ ବାଧ୍ୟ। ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ, ସେମାନଙ୍କୁ ହିଁ ଦେଶରେ ପ୍ରବେଶ ପାଇଁ ଅନୁମତି ମିଳିବ।

ଏହାପୂର୍ବରୁ ହଂକଂ ସରକାର ମୁମ୍ବାଇକୁ ସେବା ଯୋଗାଉଥିବା ସମସ୍ତ ଭିସ୍ତାରା ବିମାନକୁ ମେ’ ୨ ଯାଏ ବନ୍ଦ ରଖିବାକୁ ଘୋଷଣା କରିଥିଲେ। ରବିବାର ଭିସ୍ତାରା ବିମାନରେ ମୁମ୍ବାଇରୁ ହଂକଂ ଯାଇଥିବା ୩ ଜଣ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ଏପ୍ରିଲ ୪ରେ ଦିଲ୍ଲୀରୁ ହଂକଂ ଯାଇଥିବା ଭିସ୍ତାରା ବିମାନର ୪୭ ଜଣ ଯାତ୍ରୀଙ୍କ ଟେଷ୍ଟ ରିପୋର୍ଟ ଇତି ମଧ୍ୟରେ ପଜିଟିଭ ଆସିଲାଣି। ଏହାକୁ ଦୃଷ୍ଟିରେ ରଖି ହଂକଂ ସରକାର ଏପ୍ରିଲ ୬ରୁ ଏପ୍ରିଲ ୧୯ ଯାଏ ଦିଲ୍ଲୀରୁ ବିମାନ ସେବାକୁ ବନ୍ଦ ରଖିଥିଲେ। ତେବେ ଏସମ୍ପର୍କରେ ଭିସ୍ତାରା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଭାରତରେ ଏବେ କରୋନାର ଦ୍ୱିତୀୟ ଲହର ସାଂଘାତିକ ରୂପ ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଦିଲ୍ଲୀ ଓ ମହାରାଷ୍ଟ୍ର। ଦୈନିକ ଏଠାରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

The post ଭାରତ ସହ ବିମାନ ସମ୍ପର୍କ ତୁଟାଇଲା ହଂକଂ appeared first on Odisha Reporter.



from Odisha Reporter https://ift.tt/3v4X4VB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages