ଚେନ୍ନାଇ: ଗୋଟିଏ ପଟେ ଆଇପିଏଲର ୧୪ତମ ସଂସ୍କରଣ ଚାଲିଥିବା ବେଳେ ସନ ରାଇଜର୍ସ ହାଇଦ୍ରାବାଦର ବୋଲିଂ କୋଚ୍ ତଥା କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ ଚେନ୍ନାଇର ଗୋଟିଏ ହସ୍ପିଟାଲରେ ଆଞ୍ଜିଓପ୍ଲାଷ୍ଟି କରିଥିବା ଜଣାପଡ଼ିଛି।
୪୯ ବର୍ଷୀୟ ମୁରଲୀଧରନ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିବା କୁହାଯାଉଛି। ଅନ୍ତର୍ଜାତୀୟ କ୍ରିକେଟରେ ୧୩୪୭ ୱିକେଟ ନେଇ ରେକର୍ଡ ସୃଷ୍ଟି କରିଥିବା ମୁରଲୀଧରନ ଶ୍ରୀଲଙ୍କା ପାଇଁ ୧୩୩ଟି ଟେଷ୍ଟ, ୩୫୦ ଦିନିକିଆ ଓ ୧୨ଟି ଟି-୨୦ ଖେଳିଛନ୍ତି।
ଆଇପିଏସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଞ୍ଜିଓପ୍ଲାଷ୍ଟି ପରେ ମୁରଲୀଧରନ ସଂପୂର୍ଣ୍ଣ ସୁସ୍ଥ ରହିଛନ୍ତି। ମାର୍ଚ୍ଚ ମାସରେ ତାଙ୍କ ହାର୍ଟରେ ଗୋଟିଏ ବ୍ଲକେଜ ଥିବା ଜଣାପଡ଼ିଥିଲା। ଏହି କାରଣରୁ ସେ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି। ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ସେ ପୂରା ଫିଟ୍ ଥିବା ମଧ୍ୟ ଏହି ସୂତ୍ରରେ କୁହାଯାଇଛି।
ମୁରଲୀଧରଣ ଟେଷ୍ଟ କ୍ରିକେଟରେ ୮୦୦ ୱିକେଟ ନେଇଥିବା ବେଳେ ଦିନିକିଆରେ ୫୩୪ଟି ୱିକେଟ ଦଖଲ କରିଛନ୍ତି। ସେହିପରି ଟି-୨୦ରେ ତାଙ୍କ ନାଁରେ ୧୩ଟି ୱିକେଟ ରହିଛି। ୧୯୯୬ରେ ଶ୍ରୀଲଙ୍କାର ବିଶ୍ୱକପ ବିଜେତା ଟିମ୍ରେ ସେ ରହିଥିଲେ। ୨୦୧୫ରୁ ସେ ଆଇପିଏଲ ଟିମ୍ ହାଇଦ୍ରାବାଦର ବୋଲିଂ କୋଚ୍ ଓ ମେଣ୍ଟୋର ଭାବେ କାମ କରୁଛନ୍ତି। ତେବେ ଚଳିତ ଆଇପିଏଲରେ ତାଙ୍କ ଟିମ୍ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ରହିଛି।
The post ଆଇପିଏଲ ଅଧାରୁ ହାର୍ଟ ସର୍ଜରୀ କଲେ ମୁଥିଆ ମୁରଲୀଧରନ appeared first on Odisha Reporter.
from Odisha Reporter https://ift.tt/2RPpZ1X
No comments:
Post a Comment