ଦାନ୍ତେଓ୍ୱାଡା: ୩୦ ଯାତ୍ରୀଙ୍କୁ ଉଦ୍ଧାର କଲା ପୁଲିସ। ଶୁକ୍ରବାର ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପାସେଞ୍ଜର ଲାଇନଚ୍ୟୁତ ହୋଇଥିଲା। ସମସ୍ତ ଯାତ୍ରୀ ଟ୍ରେନରେ ଦାନ୍ତେଓ୍ୱାଡା ପାଖକୁ ଯାଉଥିବା ବେଳେ ନକ୍ସଲମାନେ ଏହାକୁ ଲାଇନଚ୍ୟୁତ କରାଇଥିଲେ। ଏହାପରେ ଛତିଶଗଡ ପୁଲିସ ସମସ୍ତଙ୍କୁ ଉଦ୍ଧାର କରିଛି।
ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ କହିଛନ୍ତି, ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଶୁକ୍ରବାର ବିଳମ୍ବିତ ରାତିରେ ଭାନସୀ ଏବଂ ବାଚେଲି ମଧ୍ୟରେ ନକ୍ସଲଙ୍କ ଦ୍ୱାରା ଲାଇନଚ୍ୟୁଚ ହୋଇଥିଲା। କିନ୍ତୁ କୌଣସି ଯାତ୍ରୀ ଆହତ ହୋଇନଥିଲେ। ଏହାପରେ ଜିଲ୍ଲା ରିଜର୍ଭ ଗାର୍ଡ ଯବାନ ମାନେ ଟ୍ରେନରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରି ଆଣିଥିଲେ। ଏହାପରେ ଏକ ସୁରକ୍ଷିତ ସ୍ଥାନକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପରେ ୩୦ ଯାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଯାଇଥିଲା।
A passenger train was derailed by Naxals between Bhansi and Bacheli. About 30 passengers were onboard and all are safe. District Reserve Guard jawans deployed to rescue the passengers: Dantewada SP Abhishek Pallav #Chhattisgarh pic.twitter.com/U0S3pOlbjM
— ANI (@ANI) April 23, 2021
ଦାନ୍ତେୱାଡା ସ୍ଥିତ ନୀଲାୱେ ଜଙ୍ଗଲରେ ନିକଟରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଜଣେ ନକ୍ସଲ ନେତା ହତ୍ୟାର ଶିକାର ହୋଇଥିଲେ। ଏହାର କିଛି ଦିନ ପରେ ଟ୍ରେନଟିକୁ ଲାଇନଚ୍ୟୁତ କରାଯାଇଛି। ତେଣୁ ନକ୍ସଲମାନେ ପ୍ରତିଶୋଧ ନେବାକୁ ଯାଇ ବଡ଼ କ୍ଷତି କରାଇବା ଆଶାରେ ଥିବା ଜଣାପଡ଼ିଛି।
ଗତ ମଙ୍ଗଳବାର ଦାନ୍ତେଓ୍ୱାଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମିୟ ବେଳେ ଏନକାଉଣ୍ଟରରେ ମୋଷ୍ଟ ଓ୍ୱାଣ୍ଟେଡ ନକ୍ସଲ କମାଣ୍ଡର କୋଶା ହାଁସଦା ନିହତ ହୋଇଥିଲା। କୋଶା ବାବଦରେ ସୂଚନା ଦେଲେ ୫ ଲକ୍ଷ ଟଙ୍କା ଆର୍ଥିକ ପୁରସ୍କାର ମିଳିବ ବୋଲି ପ୍ରଶାସନ ଘୋଷଣା କରିଥିଲା।
କୋଶା ହାଁସନ୍ଦା ନାଁରେ ୧୫ଟି ମାମଲା ରହିଥିଲା ବୋଲି ଦାନ୍ତେଓ୍ୱାଡା ଏସପି ଅଭିଷେକ ପଲ୍ଲଭ ସୂଚନା ଦେଇଥିଲେ। ମଙ୍ଗଳବାର ସକାଳ ୬ଟାରେ ଏହି ଗୁଳିବିନିମୟ ଦାନ୍ତେଓ୍ୱାଡା ଜିଲ୍ଲା ସ୍ଥିତ ନିଲଓ୍ୱୟ ଜଙ୍ଗଲରେ ହୋଇଥିଲା। ମୃତ ଶରୀର ଜବତ ବେଳେ କୋଶା ପାଖରୁ ୩ କିଲୋଗ୍ରାମର ବିସ୍ଫୋରକ ସାମଗ୍ରୀ ଆଇଆଇଡି, ଗୋଟିଏ ୯ ମିମି ପିସ୍ତଲ ଏବଂ ଗୋଟିଏ ବନ୍ଧୁକ ଜବତ ହୋଇଥିଲା।
The post ସହଯୋଗୀ ଏନକାଉଣ୍ଟର ହେବା ପରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ କରାଇଲେ ନକ୍ସଲ appeared first on Odisha Reporter.
from Odisha Reporter https://ift.tt/3sQUOzU
No comments:
Post a Comment