ନବରଙ୍ଗପୁର(ନବଘନ ବିଷୋୟୀ): ପୁଣି ଜନନୀ ଯନ୍ତ୍ରଣା। ଖଟିଆରେ ବୁହାହେଲେ ଗର୍ଭବତୀ। ଇନ୍ଦ୍ରାବତୀ ବିଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶାର କରୁଣ ଚିତ୍ର ପୁଣି ଥରେ ଦେଖିବାକୁ ମିଳିଛି। ଗ୍ରାମକୁ ରାସ୍ତା ନ ଥିବାରୁ ଦେଢ଼ କିଲୋମିଟର ଖଟିଆରେ ଗର୍ଭବତୀଙ୍କୁ ବୋହିଲେ ଗ୍ରାମବାସୀ। ପରେ ବୋଟ୍ରେ ନଦୀ ପାର କରି ମେଡିକାଲକୁ ନେଇଥିଲେ। ମହିଳା ଜଣକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ଜଣାପଡ଼ିଛି।
କଳାହାଣ୍ଡି ଜିଲ୍ଲା ଥୁଆମୁଳରାମପୁର ବ୍ଲକ ଅନ୍ତର୍ଗତ ତେନ୍ତୁଳୀପଦର ଗାଁର ୩୦ ବର୍ଷୀୟ ଗୁରୁବାରୀ ମାଝୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ହେଲେ ତେନ୍ତୁଳିପଦରଠାରୁ ତେନ୍ତୁଳିଗୁମ୍ମାରଘାଟ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ରାସ୍ତା ନ ଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣଓସାରିଆ ରାସ୍ତାଦେଇ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିଥିଲେ ଗ୍ରାମବାସୀ l ତେବେ ବାଟରେ ନଦୀ ପଡ଼ୁଥିବାରୁ ସ୍ଥାନୀୟ ଆଶାକର୍ମୀ ବୋଟ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଜଳବୋଟ୍ ଆମ୍ବୁଲାନ୍ସଟି ତେନ୍ତୁଳିଗୁମ୍ମାଘାଟ ନିକଟରେ ପହଞ୍ଚିଥିଲା l
ଆଉ ଆମ୍ବୁଲାନ୍ସ ଯୋଗେ ମହିଳାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଗର୍ଭବତୀ ଜଣକ ଏକ କନ୍ୟାଶିଶୁ ଜନ୍ମଦେଇଥିବା ବେଳେ ଉଭୟ ସୁରକ୍ଷିତ ଅଛନ୍ତି। ଉଭୟ ମା’ ଓ ଶିଶୁ କନ୍ୟା ତେନ୍ତୁଳିଖୁଣ୍ଟି ସ୍ଵାସ୍ଥ୍ୟକେନ୍ଦ୍ରରେ ଏବେ ଚିକିତ୍ସିତ ହେଉଛନ୍ତି। ତେବେ ଖଟିଆରେ ରୋଗୀ ବୁହାଯିବା କିମ୍ବା ଗର୍ଭବତୀଙ୍କୁ ନିଆଯିବା ନୂଆ ନୁହେଁ। ନବରଙ୍ଗପୁରରେ ଏମିତି ଚିତ୍ର ବାରମ୍ବାର ଆସୁଛି। ଯାହା ଅତ୍ୟନ୍ତ ଚିନ୍ତାଜନକ।
The post ଏଠି ଗର୍ଭବତୀଙ୍କୁ ଭରସା ଖଟିଆ ଆମ୍ଭୁଲାନ୍ସ appeared first on Odisha Reporter.
from Odisha Reporter https://ift.tt/2RlsFUN
No comments:
Post a Comment