ପ୍ରେମ ମାନେନା ସୀମା ସରହଦ! ୫ ବର୍ଷର ଝିଅକୁ ଛାଡ଼ି ପାକିସ୍ତାନ ପଳାଉଥିଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ପ୍ରେମ ମାନେନା ସୀମା ସରହଦ! ୫ ବର୍ଷର ଝିଅକୁ ଛାଡ଼ି ପାକିସ୍ତାନ ପଳାଉଥିଲେ ମହିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ମାନେନା ସୀମା ସରହଦ। ପ୍ରେମ ବୁଝେନା, ବୟସ, ଜାତି ଓ ଧର୍ମ । ପ୍ରେମରେ ମଣିଷ ଏମିତି ଅନ୍ଧ ହୋଇଯାଏ ଯେ, ହିତାହିତ ଜ୍ଞାନ ଭୁଲିଯାଏ । ଏପରିକି ନିଜ ପାଖରେ ଥିବା ଲୋକଙ୍କୁ ଦୂର କରି ମାଇଲ ମାଇଲ ଦୂରରେ ଥିବା ଲୋକଙ୍କୁ ନିଜର କରିବାକୁ ଧାଇଁଯାଏ।

ମୋବାଇଲର ଏକ ଆପ୍‌ରୁ ଜଣେ ଯୁବକଙ୍କ ସହ ଭେଟ ହେବା ପରେ ପ୍ରେମରେ ଉବୁଟୁବୁ ହେଲେ ଓଡ଼ିଶାର ଜଣେ ମହିଳା। ପ୍ରଥମେ ମେସେଜ୍ ଦିଆନିଆ ଏବଂ ପରେ ଭିଡିଓ ଚାଟିଂ ଚାଲିଲା । ହ୍ୱାଟ୍ସଅପ୍ ନମ୍ବରରେ ଲଗାତର କଥାବାର୍ତ୍ତା ପରେ ସମ୍ପର୍କ ଆହୁରି ବଢ଼ିଲା । ଶେଷରେ ଘର ପରିବାର ତଥା ୫ ବର୍ଷର ଝିଅକୁ ଛାଡ଼ି ସୀମା ସରହଦ ଡେଇଁ ପାକିସ୍ତାନ ଯିବାକୁ ଗୋଡ଼ କାଢ଼ିଲେ। ହେଲେ ପାସପୋର୍ଟ ନଥିବାରୁ କରତାରପୁର କରିଡର ପାର କରି ନ ପାରି ଧରା ପଡ଼ିଗଲେ।

ସୂଚନା ଅନୁଯାୟୀ, ଏହି ଓଡ଼ିଆ ମହିଳା  ଜଣକ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ଏମିତି ଅନ୍ଧ ହୋଇଗଲେ ଯେ, ସମ୍ବଲପୁରରୁ ପଞ୍ଜାବ ଭାୟା ଭୁବନେଶ୍ୱର ଦେଇ ରାତାରାତି ଘରୁ ପଳାଇଲେ । ସେଠାରୁ କରତାରପୁର କରିଡର ଦେଇ ପାକିସ୍ତାନ ଯିବାକୁ ହୋଇଥିଲା ଯୋଜନା । ହେଲେ ମହିଳାଙ୍କୁ ଡେରା ବାବା ନାନକ ସାହିବ ସୀମାରେ ଧରିନେଇଥିଲେ ବିଏସଏଫ୍ ଯବାନ । ପଚରାଉଚରା ବେଳେ ମହିଳାଙ୍କଠାରୁ ଜବତ ହୋଇଥିଲା ୨୫ ଭରି ଓଜନର ସୁନା ଓ ରୁପା ଅଳଙ୍କାର । ପଞ୍ଜାବ ପୁଲିସ୍‌କୁ ଜିମା ଦିଆଯିବା ପରେ ସାମ୍ନାକୁ ଆସିଥିଲା ପୂରା କାହାଣୀ।

ଏହି ମହିଳାଙ୍କ ବୟସ ୨୫ ବର୍ଷ ହୋଇଥିବା ବେଳେ ତାଙ୍କ ଘର ଭୁବନେଶ୍ୱରରେ।  ୬ ବର୍ଷ ହେଲା ସେ ସମ୍ବଲପୁରରେ ବାହା ହୋଇଥିବା ବେଳେ ତାଙ୍କର ୫ ବର୍ଷର ଏକ ଝିଅ ଅଛି।

୨ ବର୍ଷ ତଳେ ସଂପୃକ୍ତ ମହିଳା ମୋବାଇଲରେ ଆଜାର୍ ଆପ୍ ଡାଉନଲୋଡ୍ କରିଥିଲେ । ପରେ ଏହି ଆପ୍‌ର ଏକ ଗ୍ରୁପ୍‌ରେ  ତାଙ୍କର ଭେଟ ହୋଇଥିଲା ଇସଲାମବାଦର ମହମ୍ମଦ ମାନ୍‌ଙ୍କ ସହ।  ଉଭୟଙ୍କ ମଧ୍ୟରେ ପ୍ରଥମେ ମେସେଜ୍ ଦିଆନିଆ ଏବଂ ପରେ ଭିଡିଓ ଚାଟିଂ ଚାଲିଲା । ହ୍ୱାଟ୍ସଅପ୍ ନମ୍ବରରେ ଲଗାତର କଥାବାର୍ତ୍ତା ପରେ ସମ୍ପର୍କ ଆହୁରି ବଢିଥିଲା ।

ପୁଲିସ୍‌ ହେପାଜତରେ ମହିଳା।

ଶେଷରେ ନିଜ ଘରଦ୍ୱାର ଓ ପରିବାରକୁ ପଛରେ ପକାଇ ପାକିସ୍ତାନୀ ପ୍ରେମିକଙ୍କୁ ଭେଟିବା ପାଇଁ ଧାଇଁ ଗଲେ ମହିଳା। ବିମାନରେ ଭୁବନେଶ୍ୱରରୁ ଦିଲ୍ଲୀ ଏବଂ ସେଠାରୁ ବସ୍‌ରେ ଅମୃତସର ଗଲେ। ତେବେ ପାସପୋର୍ଟ ନଥିବାରୁ କରତାରପୁର କରିଡର ପାର କରିପାରିନଥିଲେ।

ଏନେଇ ଗୁରଦାସପୁର ଡିଏସ୍‌ପି କୱଲପ୍ରୀତ ସିଂକହିଛନ୍ତି ଜଣେ ମହିଳା ଓଡ଼ିଶାରୁ ଆସିଥିବା ଏକ ବସ୍‌ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ସୂଚନା ପାଇ ତାଙ୍କୁ ଥାନାକୁ ଆଣିଥିଲୁ। ପାକିସ୍ତାନ ଯୁବକଙ୍କ ସହ ପ୍ରେମ ପରେ ତାଙ୍କ ନିକଟକୁ ଯିବା ପାଇଁ ସୀମା ପାର୍‌ ହେବାକୁ ଆସିଥିଲେ। ହେଲେ ପାସପୋର୍ଟ ନ ଥିବାରୁ ଯାଇ ପାରି ନ ଥିଲେ। ଏହାପରେ ଓଡିଶା ପୁଲିସ୍‌ ସହ ସମ୍ପର୍କ କରି ସଂପୃକ୍ତ ମହିଳାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି  ।

ନିଜ ସଂସାର ତଥା ଛୁଆକୁ ଛାଡ଼ି ପ୍ରେମ ପାଇଁ  ସୀମା ପାର କରିବାକୁ ଉଦ୍ୟମ କରି ନିରାଶ ହୋଇଥିବା ଏହି ମହିଳାଙ୍କୁ ନେଇ ଏବେ ଚର୍ଚ୍ଚା ଥମିବା ନାଁ ଧରୁନି।

The post ପ୍ରେମ ମାନେନା ସୀମା ସରହଦ! ୫ ବର୍ଷର ଝିଅକୁ ଛାଡ଼ି ପାକିସ୍ତାନ ପଳାଉଥିଲେ ମହିଳା appeared first on Odisha Reporter.



from Odisha Reporter https://ift.tt/3fRKYuV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages