ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଜବାବ ତଲବ କରିଛନ୍ତି ନିର୍ବାଚନ କମିଶନ। ମୁସଲିମ ସମ୍ପ୍ରଦାୟ ଏକାଠି ହୋଇ ଟିଏମସିକୁ ଭୋଟ୍ ଦେବା ପାଇଁ ମମତା ଏକ ରାଲିରେ କହିବା ପରେ ନିର୍ବାଚନ କମିଶନ ମମତାଙ୍କୁ ଜବାବ ତଲବ କରିଥିଲେ। ଆଉ ଜବାବରେ ଗୁରୁବାର ମମତା ନିର୍ବାଚନ କମିଶନଙ୍କ ବିରୋଧରେ ବର୍ଷିଛନ୍ତି।

ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ କମିଶନ ‘୧୦ଟି ନୋଟିସ’ ପଠାଇ ପାରିବ। ହେଲେ ସେ ହିନ୍ଦୁ ଏବଂ ମୁସଲମାନ ଭୋଟର ବିଭାଜନ ବିରୋଧରେ କହିବେ ବୋଲି ନନ୍ଦିଗ୍ରାମ ବିଧାନସଭା ଆସନର ପ୍ରାର୍ଥୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁ ଏବଂ ମୁସଲମାନ (ଭୋଟ୍-ବ୍ୟାଙ୍କ) ବିଷୟରେ ମତ ରଖୁଛନ୍ତି। ହେଲେ ତାଙ୍କ ବିରୋଧରେ କାହିଁକି କୌଣସି ଅଭିଯୋଗ ଦାଖଲ କରାଯାଇ ନାହିଁ? ନନ୍ଦିଗ୍ରାମ ବିଧାନସଭା ଆସନ ପାଇଁ ପ୍ରଚାର ବେଳେ ‘ମିନି ପାକିସ୍ତାନ’ ଶବ୍ଦ ବ୍ୟବହାର କରି ବିଜେପି ଟିଏମସି ବିରୋଧରେ ପ୍ରଚାର କରିଛି। ହେଲେ ତାଙ୍କୁ ନିର୍ବାଚନ କମିଶନ କାହିଁକି ସମନ କରି ନାହାନ୍ତି? ସମସ୍ତଙ୍କର ନିଜସ୍ୱ କହିବା ଶୈଳୀ ରହିଛି। ମୋତେ ମୋ ଶୈଳୀରେ କହିବାର ଅଧିକାର ରହିଛି। ମୋତେ ଯେତେପାରୁଛ ପରିହାସ କର, କିନ୍ତୁ ଲକ୍ଷ୍ମଣ ରେଖା ଅତିକ୍ରମ କଲେ ଏହା ନିଜର ବ୍ୟକ୍ତିତ୍ୱକୁ ପ୍ରତିଫଳନ କରିବ ବୋଲି ମମତା କହିଛନ୍ତି।

ତେବେ ନନ୍ଦିଗ୍ରାମ ଆସନରେ ମମତାଙ୍କ ପ୍ରତିଦ୍ୱନ୍ଦୀ ଥିବା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କୁ ନିର୍ବାଚନ କମିଶନ ନୋଟିସ କରିଛନ୍ତି। ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀ ପ୍ରଚାର କରିବା ବେଳେ ବିବାଦୀୟ ତଥା ଘୃଣା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ସିପିଆଇ-ଏମଏଲ ସେଣ୍ଟ୍ରାଲ ଅଭିଯୋଗ କରିବା ପରେ ନିର୍ବାଚନ କମିଶନ ନୋଟିସ ପଠାଇ ୨୪ ଘଣ୍ଟାରେ ଜବାବ ଦେବାକୁ କହିଛନ୍ତି।

ନିକଟରେ ସିଆରପିଏଫ ବିରୋଧରେ ମଧ୍ୟ ମମତା ଅଭିଯୋଗ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ସିଆରପିଏଫ କାମ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ଏହି ଦାବିକୁ ଖାରଜ କରିବା ସହିତ ପରାଜୟ ଭୟରେ ମମତା ଏଭଳି ବିଳି ବିଳେଉଛନ୍ତି ବୋଲି ବିଜେପି କହିଛି। ବିଜେପି ସଭାପତି ଜେ.ପି ନାଡା କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରୁ ସ୍ପଷ୍ଟ ଯେ ସେ ପରାଜୟକୁ ସ୍ୱୀକାର କରିଛନ୍ତି। ଗୁରୁବାର ଆଲିପୁରଦୁଆରରେ ଏକ ରୋଡ୍ ଶୋରେ ନଡ୍ଡା ଏହା କହିଛନ୍ତି।

The post ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ମମତା ବାନାର୍ଜୀ appeared first on Odisha Reporter.



from Odisha Reporter https://ift.tt/3s51LNr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages