ଧର୍ମଗଡ଼(ଇଙ୍ଗିତ ପଣ୍ଡା): ରାଜ୍ୟରେ ମହାମାରୀ ଏବେ ପିକ୍ମୁହାଁ ଥିବା ବେଳେ ଦୈନିକ ୬ ହଜାର ଟ୍ରେଣ୍ଡରୁ ଊର୍ଦ୍ଧ୍ୱରେ ରହୁଛି। ଏପରି ସ୍ଥିତିରେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରୁ ବି ଅଧିକ ସଂଖ୍ୟକ ଆକ୍ରାନ୍ତ ସବୁଦିନ ଚିହ୍ନଟ ହେଉଛନ୍ତି। ଏହାକୁ ଚେକ୍ ଦିଆଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଡୋର ଟୁ ଡୋର ସର୍ଭେଲାନ୍ସ।
କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଗଡ, ଜୁନାଗଡ ଓ କେସିଙ୍ଗା ସହରାଞ୍ଚଳରେ ଆରମ୍ଭ କରାଯାଇଛି ଡୋର ଟୁ ଡୋର ସର୍ଭେଲାନ୍ସ । ସ୍ଥାନୀୟ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ,ଅଙ୍ଗନବାଡି, ଆଶା କର୍ମୀ ଓ ଶିକ୍ଷକମାନଙ୍କୁ ଏଥିରେ ସାମିଲ କରି ସହରାଞ୍ଚଳର ସବୁ ୱାର୍ଡରେ ଘରକୁ ଘର ବୁଲି ଥର୍ମାଲ ସ୍କ୍ରିନିଂ କରାଯାଉଛି ।
ସର୍ଭେ ସମୟରେ ଲୋକଙ୍କଠାରୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସୂଚନା, ଯାତ୍ରା ବିବରଣୀ ଇତ୍ୟାଦି ସଂଗ୍ରହ କରାଯାଉଛି । ସେମାନଙ୍କ ନାଁ, ବୟସ, ପରିବାର ସଦସ୍ୟଙ୍କ ନାଁ ଲେଖା ହେଉଛି। ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରୁଛନ୍ତି। ଯାହାର କିଛି ଲକ୍ଷଣ ଥିବା ଅନୁଭବ ହେଉଛି, ସେମାନଙ୍କୁ ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଉଛି ।
ସୂଚନାଯୋଗ୍ୟ କଳାହାଣ୍ଡିରୁ ଆଜି ୩୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୮୨ ଚିହ୍ନଟ ହୋଇଥିବା ବେଳେ । ଏହା ପୂର୍ବ ଦିନ ୪୫୨ ଚିହ୍ନଟ ହୋଇଥିଲେ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬,୬୪୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ ଅଛନ୍ତି। ସେହିପରି ୬,୬୪୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ପାର ହୋଇଯାଇଛି। ରାଜ୍ୟରେ ୪,୦୧, ୩୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୩,୫୬,୦୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ୪୩,୩୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ରାଜ୍ୟରେ କରୋନାରେ ଆଉ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୮୧ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
The post କରୋନାକୁ ଚେକ୍ ଦେବାକୁ ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେଲାନ୍ସ appeared first on Odisha Reporter.
from Odisha Reporter https://ift.tt/2QjNkZb
No comments:
Post a Comment