ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର

ଚେନ୍ନାଇ: ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସନ୍ ରାଇଜର୍ସ ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି। ଆରସିବି ଏବେ ଦୁଇଟି ଯାକ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବାବେଳେ ଦୁଇଟି ଯାକ ମ୍ୟାଚ ହାରି ହାଇଦ୍ରାବାଦ ନିରାଶ ହୋଇଛି।

ତେବେ ହାଇଦ୍ରାବାଦର ଅଧିନାୟକ ତଥା ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଏହି ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଆଉ ଏବେ ସେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଗତକାଲି ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ଆରସିବି ଦ୍ୱାରା ଧାର୍ଯ୍ୟ ୧୫୦ ରନର ଟାର୍ଗେଟ ପିଛା କରୁଥିବା ହାଇଦ୍ରାବାଦ ଟିମ୍ ୯ ଓ୍ୱିକେଟ ହରାଇ ୧୪୩ ରନ କରିବାରେ ସକ୍ଷମ ହୋଇଥିଲା। ଯେଉଁଥିରେ ଡେଭିଡ୍ ଓ୍ୱାର୍ଣ୍ଣର ୩୭ ବଲରେ ୭ଟି ଚୌକା ଓ ଗୋଟିଏ ଛକା ସହିତ ୫୪ ରନ କରି କ୍ୟାଚ ଆଉଟ୍ ହୋଇଥିଲେ। ଆଉ ମନୀଷ ପାଣ୍ଡେ ୩୯ ବଲରେ ୩୮ ରନ କରିଥିଲେ। ଯେଉଁଥିରେ ୨ଟି ଚୌକା ଓ ୨ଟି ଛକ୍କା ରହିଥିଲା।

ଯଦିଓ ହାଇଦ୍ରାବାଦ ମ୍ୟାଚ ହାରିଥିଲା କିନ୍ତୁ ଓ୍ୱାର୍ଣ୍ଣର ଦଳ ପାଇଁ ଜବରଦସ୍ତ ଇନିଂସ ଖେଳିଥିଲେ। ବାଙ୍ଗାଲୋର ବିପକ୍ଷରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏଯାବତ ସର୍ବାଧିକ ୮୩୩ ରନ୍ କରିଥିଲେ। ଏବେ ଏହି ରେକର୍ଡ ଭାଙ୍ଗିଛନ୍ତି ଡେଭିଡ୍ ଓ୍ୱାର୍ଣ୍ଣର। ମୋଟ୍ ୮୭୭ ରନ୍ କରି ଓ୍ୱାର୍ଣ୍ଣର ଟପରେ ଥିବା ବେଳେ ଏମଏସ ଧୋନୀ ୮୩୩, ସୁରେଶ ରାଇନା ୭୫୫, ରୋହିତ ଶର୍ମା ୭୧୬, ଗୌତମ ଗମ୍ଭୀର ୭୧୩ ରନ୍ କରିଛନ୍ତି।

ଓ୍ୱାର୍ଣ୍ଣର ଏଯାବତ ମୋଟ୍ ୧୪୪ଟି ଆଇପିଏଲ ମ୍ୟାଚ ଖେଳି ୫,୨୦୦ ରନ୍ କରିଛନ୍ତି। କୌଣସି ବିଦେଶୀ ଖେଳାଳି ଭିତରେ ଓ୍ୱାର୍ଣ୍ଣର ଏଯାବତ ସର୍ବାଧିକ ସ୍କୋର କରିଛନ୍ତି ଆଇପିଏଲରେ। ସେହିପରି ୧୪୪ଟି ଆଇପିଏଲ ମ୍ୟାଚରୁ ୪୯ଟି ମ୍ୟାଚରେ ଅର୍ଦ୍ଧଶତକ କରିଛନ୍ତି। ଏହାବାଦ୍ ଆଇପିଏଲରେ ସେ ୨୦୦ଟି ଛକ୍କା ମାରିବାକୁ ଯାଉଛନ୍ତି।

The post ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ଡେଭିଡ୍ ଓ୍ୱାର୍ଣ୍ଣର appeared first on Odisha Reporter.



from Odisha Reporter https://ift.tt/3uXIvU5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages