ଢୁଡର ପତ୍ତା ମିଳୁନି; ଝୁରି ହେଉଛନ୍ତି ଶକୁନ୍ତଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 14, 2021

ଢୁଡର ପତ୍ତା ମିଳୁନି; ଝୁରି ହେଉଛନ୍ତି ଶକୁନ୍ତଳା

ତେଲକୋଇ(ଚିନ୍ମୟ ଦାସ): ଜଙ୍ଗଲୀ ଜନ୍ତୁ ହେଲେ ବି ନିଜ ପିଲାଠୁ ଅଧିକ ସ୍ନେହ କରିଥିଲେ। କୋଳେଇ କାଖେଇ ବଡ଼ କରିଥିଲେ। ଏହା ନଜରକୁ ଆସିବା ପରେ ବନ ବିଭାଗ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। ବନ ବିଭାଗ ତାକୁ ଜଙ୍ଗଲରେ ଛାଡ଼ି ଦେଇଥିଲେ ବି ସେ ପୁଣି ଥରେ ଫେରି ଆସିଥିଲା କୁନ୍ତଳାଙ୍କ କୋଳକୁ । ସେବେଠୁ ପୁଣି ଥରେ କୁନ୍ତଳାଙ୍କ ଘରେ ହସଖୁସିରେ ରହୁଥିବା ଢୁଡ୍ କିନ୍ତୁ ଗତ ୩ ଦିନ ହେବ ନିଖୋଜ  ହୋଇଯାଇଛି। ତା’ର ପତ୍ତା ପାଉ ନାହାନ୍ତି ଶକୁନ୍ତଳାଙ୍କ ପରିବାର ଲୋକ ।

ବଞ୍ଚିଥିଲେ ନିହାତି ମୋ କୋଳକୁ ଫେରିଥାନ୍ତା। ତେଣୁ ତାକୁ କିଏ ମାରି ଦେଇଥିବା ଆଶଙ୍କା ବ୍ୟକ୍ତ କରି ଝୁରି ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପୁରୁଷୋତ୍ତମପୁର ଗାଁର ଶକୁନ୍ତଳା।

ଗତ ୩ ଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଥିବା କହିଛନ୍ତି ତାଙ୍କୁ ପାଳିଥିବା ଶକୁନ୍ତଳା ପେଠେଇ ।  ଦୁଇ ଦିନ ତଳେ ଶକୁନ୍ତଳା ଅନୁଗୁଳ ଯାଇଥିଲେ। ଘରକୁ ଫେରି ଆସିବା ପରେ ଆଉ ଢୁଡକୁ ପାଇନଥିଲେ । ତେବେ ଢୁଡକୁ କେହି ମାରି ଦେଇଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶକୁନ୍ତଳାଙ୍କ ପରିବାର ଲୋକେ।  ବନବିଭାଗ ଦ୍ୱାରା ଢୁଡକୁ ଖୋଜାଗଲେ ଏସମ୍ପର୍କରେ ତଥ୍ୟ ଜଣାପଡ଼ିବ ବୋଲି ଦାବି ହୋଇଛି ।

ଏନେଇ କୁନ୍ତଳା କହିଛନ୍ତି, ୩ ଦିନ ହେଲାଣି ତା’ର ପତ୍ତା ମିଳୁନି। ମୁଁ କାମରେ ଭୁଷଣ ଯାଇଥିଲି। ସନ୍ଧ୍ୟାରେ ଫେରିବା ପରେ ଢୁଡ ମିଳୁ ନ ଥିବା ସାନଝିଅ କହିଲା। ରାତି ସାରା ଖୋଜିଲୁ, ହେଲେ ପାଇଲୁନି। ସକାଳୁ ପୁଣି ଆଖପାଖ ପଞ୍ଚାୟତ, ଜଙ୍ଗଲ ଖୋଜିଲେ ବି ପାଇଲିନି। ଛୁଆ ଭଳି ତାକୁ ପାଳିଥିଲି। ବଞ୍ଚିଥିଲେ ମୋ ପାଖକୁ ଫେରି ଆସିଥାନ୍ତା। ନିହାତି ତାକୁ କିଏ ମାରି ଦେଇଛି।

ସୂଚନାଯୋଗ୍ୟ, ୧୦ ମାସ ତଳେ ଆହତ ଅବସ୍ଥାରେ ଢୁଡ଼କୁ ଉଦ୍ଧାର କରି ପାଖରେ ରଖିଥିଲେ କୁନ୍ତଳା। ସେବେଠୁ ଖାଇବା, ପିଇବାକୁ ଦେଇ ନିଜ ପିଲା ପରି ରଖିଥିଲେ। କୁନ୍ତଳାଙ୍କ ପରିବାରର ସେ ପାଲଟିଗଲା ସଦସ୍ୟ। ସ୍ନେହ ଆଦରରେ ପରିବାର ଲୋକ ନାଁ ଦେଇଥିଲେ ଢୁଡ଼।

ହେଲେ ଖବର ପାଇ ବନ କର୍ମଚାରୀ ଆସି ଢୁଡ଼କୁ ନେଇ ଜଙ୍ଗଲରେ ଛାଡ଼ି ଦେଇଥିଲେ। ସେବେଠୁ ପାଗଳି ପ୍ରାୟ ଜଙ୍ଗଲରେ ଘୁରି ବୁଲୁଥିଲେ କୁନ୍ତୁଳା। ଢୁଡକୁ ଝୁରିଝୁରି ଦୁଃଖରେ ଦିନ କାଟୁଥିଲେ କୁନ୍ତଳା। ଢୁଡକୁ ବନ କର୍ମଚାରୀ ଜଙ୍ଗଲରେ ଛାଡ଼ିବା ପରଠୁ ପ୍ରତିଦିନ ଟିଫିନ ଭର୍ତ୍ତି ଭାତ ଧରି ଜଙ୍ଗଲରେ ଘୂରି ବୁଲି ଢୁଡ଼କୁ ଖୋଜି ବୁଲୁଥିଲେ କୁନ୍ତଳା। ଶେଷରେ ଆଜି ଢୁଡକୁ ପାଇବା ପରେ କୁନ୍ତଳାଙ୍କ ପରିବାର ସଦସ୍ୟଙ୍କ ଖୁସି ବନ୍ଧବାଡ଼ ମାନି ନ ଥିଲା। ହେଲେ ଏବେ ପୁଣି ଥରେ ଢୁଡ ନିଖୋଜ ହୋଇଯିବା ପରେ ଶକୁନ୍ତଳାଙ୍କ ପରିବାରର ସମସ୍ତଙ୍କ ମନରେ ଅଜଣା ଆତଙ୍କ ଖେଳି ଯାଇଛି। ଆଉ ଢୁଡକୁ ଫେରି ପାଇବେ ବୋଲି ସେମାନେ ଆଶା ଛାଡ଼ି ଦେଇଛନ୍ତି।

The post ଢୁଡର ପତ୍ତା ମିଳୁନି; ଝୁରି ହେଉଛନ୍ତି ଶକୁନ୍ତଳା appeared first on Odisha Reporter.



from Odisha Reporter https://ift.tt/3wWQjXS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages