ଗର୍ଭବତୀ ମହିଳାଙ୍କୁ ଦିଆଯାଉ `ଫାଇଜର’ କିମ୍ବା `ମଡେର୍ଣ୍ଣା’ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 17, 2021

ଗର୍ଭବତୀ ମହିଳାଙ୍କୁ ଦିଆଯାଉ `ଫାଇଜର’ କିମ୍ବା `ମଡେର୍ଣ୍ଣା’ ଟିକା

ଲଣ୍ଡନ: କରୋନା କବଳରେ ଏବେ ପୁରା ବିଶ୍ୱ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କୁ ଆକ୍ରାନ୍ତ କରୁଛି ଏହି ମହାମାରୀ। ତେବେ ଏହି ମହାମାରୀରୁ ଗର୍ଭବତୀ ମହିଳାଙ୍କୁ ରକ୍ଷା କରିବା ପାଇଁ ସେମାନଙ୍କୁ `ଫାଇଜର’ କିମ୍ବା `ମଡେର୍ଣ୍ଣା’ ଟିକା ଦିଆଯାଉ। ବ୍ରିଟେନର ଗର୍ଭବତୀ ମହିଳାମାନେ ଏହି ଦୁଇ କମ୍ପାନୀ ନିର୍ମିତ କୋଭିଡ-୧୯ ଟିକା ନେବା ଉଚିତ। ଏନେଇ ବ୍ରିଟିଶ ପବ୍ଲିକ ବଡି ଶୁକ୍ରବାର କହିଛି। `ଫାଇଜର’ ଓ `ମଡେର୍ଣ୍ଣା’ କୋଭିଡ-୧୯ ଟିକା ନିରାପଦ ବୋଲି ସେମାନେ କହିଛନ୍ତି।

‘ଜଏଣ୍ଟ୍‌ କମିଟି ଅନ୍‌ ଭ୍ୟାକ୍ସିନେସନ୍‌ ଆଣ୍ଡ୍‌ ଇମ୍ୟୁନାଇଜେସନ୍‌’ (ଜେସିଭିଆଇ) କହିଛି ଯେ, ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ମୁଖ୍ୟତଃ ଏହି ଦୁଇଟି ଟିକା ଦିଆଯାଇଛି। କାହାରି କ୍ଷେତ୍ରରେ ଏହି ଟିକା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ। ଏଯାଏଁ ଏଥିରୁ ଭଲ ରେଜଲ୍ଟ ଆସିଛି।

ଏହି ତଥ୍ୟାକୁ ଆଧାର କରି ଇଂଲଣ୍ଡରେ ଯେଉଁ ସବୁ ଅଞ୍ଚଳରେ ‘ଫାଇଜର୍‌-ବାୟୋଏନ୍‌ଟେକ୍‌’ କିମ୍ବା ‘ମଡର୍ଣ୍ଣା’ ଟିକା ମିଳୁଛି ସେଠାକାର ମହିଳାମାନଙ୍କୁ ଏହି ଟିକା ଦିଆଯିବା ଉଚିତ ବୋଲି ‘ଜେସିଭିଆଇ’ ପରାମର୍ଶ ଦେଇଛି ।

ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ, କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଦରକାର ବୋଲି ଜେସିଭିଆଇ କହିଛି।

ସୂଚନାଯୋଗ୍ୟ ଯେ ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନ ଥିବାରୁ ପୂର୍ବରୁ ଇଂଲଣ୍ଡର ଗର୍ଭବତୀ ମହିଳାମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା।

ନିକଟରେ ବ୍ରିଟେନରେ ଆଷ୍ଟ୍ରାଜେନିକାର କୋଭିଡ-୧୯ ଟିକା ନେବା ପରେ ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧୁଥିବା ଅଭିଯୋଗ ଆସିଥିଲା। ଏପରିକି କେତେକ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା।

The post ଗର୍ଭବତୀ ମହିଳାଙ୍କୁ ଦିଆଯାଉ `ଫାଇଜର’ କିମ୍ବା `ମଡେର୍ଣ୍ଣା’ ଟିକା appeared first on Odisha Reporter.



from Odisha Reporter https://ift.tt/3x3q7e7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages