ପୁଣେ: ନିକଟରେ ମାଲିକ ଦେହରେ କାତି ମାଡ଼ କରି ହତ୍ୟା କରିବା ଅଭିଯୋଗରେ ଗୋଟିଏ କୁକୁଡା ନାଁରେ ଏତଲା ରୁଜୁ ହୋଇଥିଲା। ଏହି ଖବରଟି ଯେମିତି ଅଜବ ଲାଗୁଥିଲା ଏବେ ଆଉ ଏକ ଅଜବ ଖବର ଆସିଛି। ଯାହାକି ସୋଶାଲ ମିଡିଆରେ ଚହଳ ସୃଷ୍ଚି କରିଛି। ଘଟଣାଟି ହେଉଛି କୁକୁଡା ଅଣ୍ଡା ଦେଲାନି ବୋଲି କୁକୁଡା ଚାଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ବୁଧବାର ମହାରାଷ୍ଚ୍ରର ପୁଣେ ଜିଲ୍ଲାର ଏକ ଥାନାରେ ଚାଷୀ ଦ୍ୱାରସ୍ଥ ହୋଇଛନ୍ତି। ଯେଉଁଥିରେ ଚାଷୀ ଜଣଙ୍କ କହିଛନ୍ତି କୁକୁଡା ଗୁଡ଼ିକ ଅନେକ ଦାନା ଖାଇଲେଣି। ଆଉ ସେ ଏଥିପାଇଁ ଅନେକ ଖର୍ଚ୍ଚାନ୍ତ ହୋଇଛନ୍ତି। ହେଲେ କୁକୁଡା ଗୁଡ଼ିକ ଅଣ୍ଡା ଦେବା ବନ୍ଦ କରି ଦେଇଛନ୍ତି। ପାଖାପାଖି ୧୦ ଦିନ ହେବ କୁକୁଡା ଗୁଡ଼ିକ ଅଣ୍ଡା ନଦେବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ତେବେ ପୁଲିସ କୌଣସି ମାମଲା ରୁଜୁ କରିନାହିଁ। ତଦନ୍ତ ପରେ ଏ ବାବଦରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବାେଲି ଜଣାପଡ଼ିଛି।
ଚାଷୀ ଜଣଙ୍କ ହେଉଛନ୍ତି ଲକ୍ଷ୍ଣଣ ଭାଣ୍ଡଓ୍ୱେ। ତାଙ୍କ ଘର ପୁଣେ ସ୍ଥିତ ମହାତୋବାଟି ଅଲାନ୍ଦିରେ। ତିନିରୁ ଚାରି କୁକୁଡା ଚାଷୀ ଏଭଳି ଅଭିଯୋଗ କରିଥିବା ସୂଚନା ରହିଛି। ଅହମଦନଗର ଜିଲ୍ଲାର ଏକ କୁକୁଡା କମ୍ପାନୀ ପାଖରୁ ଏମାନେ କୁକୁଡା ଛୁଆ ସହିତ ଦାନା ଆଣିଥିବା ସୂଚନା ରହିଛି। ଏବେ କୁକୁଡା ଅଣ୍ଡା ନଦେବା ପରେ ଚାଷୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏବେ ଅହମଦନଗର ଜିଲ୍ଲାର କୁକୁଡା କମ୍ପାନୀ କ୍ଷତିପୂରଣ ଦେବାକୁ ରାଜି ହୋଇଥିବା ସୂଚନା ରହିଛି।
ଲୋନି କାଲଭୋର୍ ଥାନାର ଇନ୍ସପେକ୍ଟର ରାଜେନ୍ଦ୍ର ମୋକାଶୀ କହିଛନ୍ତି, ଅଭିଯୋଗକାରୀ କୁକୁଡ଼ା ଚାଷ କରନ୍ତି। ସେ ଏବଂ ତାଙ୍କ ଅଞ୍ଚଳରେ ଅତି କମରେ ଚାରିଟି କୁକୁଡ଼ା ଫାର୍ମ ଚାଷୀ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେତେବେଳେ କୁକୁଡ଼ା ଗୁଡ଼ିକୁ ଆଉ ଏକ ଦାନା ଦିଆଯିବା ପରେ ସେମାନେ ପୁନର୍ବାର ଅଣ୍ଡା ଦେବା ଆରମ୍ଭ କରିଥିଲେ ବୋଲି ଥାନା ଅଧିକାରୀ କହିଛନ୍ତି।
ଏବେ ପୁଣିଥରେ ସମାନ ଅଭିଯୋଗ ଆସିଛି। ହେଲେ ଅଭିଯୋଗକାରୀ ଅଲଗା। ଯେଉଁଠାରୁ ଚାଷୀମାନେ କୁକୁଡା ଓ ଦାନା ଆଣିଥିଲେ ସେମାନେ ଏବେ ଦାନା ଫେରାଇ ନେବେ ବୋଲି ରାଜି ହୋଇଛନ୍ତି। ଆଉ କମ୍ପାନୀ ସମସ୍ତ ପଇସା ଫେରାଇ ଦେବ ବୋଲି କହିଛି।
The post ଅଣ୍ଡା ଦେଲାନି କୁକୁଡ଼ା, ଥାନାର ଦ୍ୱାରସ୍ଥ ହେଲେ ଚାଷୀ appeared first on Odisha Reporter.
from Odisha Reporter https://ift.tt/3n73oJG
No comments:
Post a Comment