ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ୍। ସେ ସ୍କ୍ରିନ୍ରେ କେବେ ବି କିସ୍ କରନ୍ତି ନାହିଁ। ଏହା ତାଙ୍କର ଏକ ପରମ୍ପରା। କିନ୍ତୁ ଏହି ପରମ୍ପରାକୁ ଏବେ ଭାଙ୍ଗିଛନ୍ତି ଭାଇଜାନ୍। ସେ ଅନ୍ ସ୍କ୍ରିନ୍ରେ ପ୍ରଥମ ଥର ପାଇଁ କିସ୍ କରିଛନ୍ତି। ଟାଇଗର ସ୍ରଫଙ୍କ ତଥା କଥିତ ଗାର୍ଲଫ୍ରେଣ୍ଡ ଦିଶା ପଟାନିିଙ୍କୁ ସଲମାନ ସିଲଭର ସ୍କ୍ରିନ୍ରେ କିସ୍ କରିଛନ୍ତି। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର। ଏଥିରେ ସଲମାନ୍ ଦିଶାଙ୍କୁ କିସ୍ କରିଥିବା ଦେଖିବାକୁ ମିଳିଛି। ଏଥିସହ ଟ୍ରଲରରେ ଦମଦାର୍ ଆକ୍ସନ ସହ ଡାଏଲଗ୍ ମଧ୍ୟ ରହିଛି। ଏହି ଟ୍ରେଲର୍ରେ ସଲମାନ ଖାନ୍ ଏକଦମ୍ ଆକ୍ସନ ଅନ୍ଦାଜରେ ନଜର ଆସିଛନ୍ତି। ତାଙ୍କ ଫ୍ୟାନ୍ମାନଙ୍କୁ ଭାଇଜାନ୍ଙ୍କ ଏହି ଅନ୍ଦାଜ ବେଶ୍ ପସନ୍ଦ ଆସୁଛି। ଟ୍ରେଲରରେ ଦମ୍ଦାର ଆକ୍ସନ ସହ ଦମଦାର ଡାଏଲଗ୍ ଏବଂ ସଲମାନଙ୍କ କିଛି ରୋମାଣ୍ଟି ସିନ୍ ମଧ୍ୟ ରହିଛି। ଏଥିସହ ଟ୍ରେଲରରେ ସଲମାନଙ୍କ ଚିରାଚରିତ ଡାଏଲ୍ଗ `ଏକ୍ ବାର୍ ଜୋ ମେନେ କମିଟ୍ମେଣ୍ଟ କରଦି ତୋ ମେଁ ଅପନେ ଆପ୍ କି ଭି ନହିଁ ସୁନ୍ତା..’ ମଧ୍ୟ ରହିଛି।
‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ରେ ସଲମାନଙ୍କ ବ୍ୟତୀତ ଦିଶା ପାଟନୀ, ରଣଦୀପ ହୁଡ୍ଡା ଓ ଜ୍ୟାକି ଶ୍ରଫ ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମକୁ ସଲମାନ୍ ଖାନ୍ ଫିଲ୍ମସ୍ ଜୀ ଷ୍ଟୁଡିଓ ସହ ମିଶି ପ୍ରସ୍ତୁତ କରିଛି। ସଲମା ଖାନ୍, ସୋହେଲ୍ ଖାନ୍ ଓ ରିଲ୍ ଲାଇଫ୍ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଫିଲ୍ମ ମେ’ ୧୩ ତାରିଖରେ ରିଲିଜ୍ ହେବ।
ଇଦ୍ ରିଲିଜ୍ ପରମ୍ପରା ବଜାୟ ରଖି ସଲମାନ୍ ଖାନ୍ ଫିଲ୍ମସ୍ ଓ ଜୀ ଷ୍ଟୁଡିଓ ‘ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ’ ପାଇଁ ମେଗା ରିଲିଜର ଯୋଜନା ପ୍ରସ୍ତୁତ କରିଛି। ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ବହୁପ୍ରତୀକ୍ଷିତ ଫିଲ୍ମ ମେ’ ୧୩ ତାରିଖରେ ସିନେମା ହଲ୍ ସହିତ ପେ-ପର୍-ଭ୍ୟୁ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମରେ ଏକାଠି ରିଲିଜ୍ କରାଯିବ।
ନିକଟରେ ସଲମାନ୍ ଖାନ୍ ନିଜ ଫିଲ୍ମ ‘ରାଧେ’ର ପ୍ରଥମ ପୋଷ୍ଟର୍ ରିଲିଜ୍ କରିଥିଲେ। ଫିଲ୍ମର ପୋଷ୍ଟର ରିଲିଜ୍ କରି ସଲମାନ୍ ଖାନ୍ ଫ୍ୟାନଙ୍କୁ କହିଥିଲେ, ‘ଇଦ୍ କା ୱାଦା ଥା, ଇଦ୍ ପର୍ ହିଁ ଆୟେଙ୍ଗେ’, କ୍ୟୁଁକି ଏକ୍ ବାର୍ ଜୋ ମେନେ…।’ ସଲମାନ୍ ଖାନ୍ ନିଜର ଚିରାଚରିତ ଢଙ୍ଗରେ ଫ୍ୟାନଙ୍କ ସହ ଫିଲ୍ମର ଏହି ପୋଷ୍ଟର୍ ରିଲିଜ୍ କରିଥିଲେ।
The post ସଲମାନ୍ ଭାଙ୍ଗିଲେ ପରମ୍ପରା, ପ୍ରଥମଥର ପାଇଁ କଲେ ଅନ୍ସ୍କ୍ରିନ୍ କିସ୍ appeared first on Odisha Reporter.
from Odisha Reporter https://ift.tt/2QldH0A
No comments:
Post a Comment