‘ସବୁଜ ଉର୍ଜାର ବିକଳ୍ପ ଉତ୍ସ ହେଉଛି ହାଇଡ୍ରୋଜେନ‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 16, 2021

‘ସବୁଜ ଉର୍ଜାର ବିକଳ୍ପ ଉତ୍ସ ହେଉଛି ହାଇଡ୍ରୋଜେନ‌’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) :  “ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଉର୍ଜାର ବିକଳ୍ପ ଉତ୍ସ ହେଉଛି ହାଇଡ୍ରୋଜେନ‌ । ତେଣୁ ହାଇଡ୍ରୋଜୋନର ଇକୋସିଷ୍ଟମକୁ ବିକଶିତ କରିବା ପାଇଁ ଉନ୍ନତମାନର ଟେକ୍ନୋଲୋଜିର ବ୍ୟବହାର ତଥା ନୀତିଗତ ପଦକ୍ଷେପ ନେବା ଆବଶ୍ୟକ।  ହାଇଡ୍ରୋଜେନକୁ ସ୍ୱଚ୍ଛ ଉର୍ଜା ବ୍ୟବସ୍ଥାର ଏକ ଅଂଶ କରିବା ପାଇଁ ଏହା ହେଉଛି ସଠିକ‌ ସମୟ।”

ଗୁରୁବାର ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ  ଅନ୍ତର୍ଗତ ‘ଦ ଏନର୍ଜି ଫୋରମ’ (ଟିଇଏଫ) ଏବଂ ‘ଫେଡେ଼ରେସନ ଅଫ୍‌ ପେଟ୍ରୋଲିୟମ ଇଣ୍ଡଷ୍ଟ୍ରି’(ଏଫଆଇପିଆଇ) ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହାଇଡ୍ରୋଜେନ‌ ଗୋଲଟେବୁଲ ସମ୍ମିଳନୀରେ  ଯୋଗଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ।

‘ହାଇଡ୍ରୋଜେନ ଅର୍ଥନୀତି – ନୂଆଦିଲ୍ଲୀ ଡାଏଲୋଗ‌ ୨୦୨୧’ ଶୀରୋନାମା ଉପରେ ଆଲୋଚିତ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଭବିଷ୍ୟତ ଇନ୍ଧନ ପାଇଁ ହାଇଡ୍ରୋଜେନ୍‌ ଏକ ସମ୍ଭାବ୍ୟ ଇନ୍ଧନ ବୋଲି କହିବା ସହ ଏକବିଂଶ ଶତାବ୍ଦୀ ପାଇଁ ସ୍ୱଚ୍ଛ ଉର୍ଜା ରୂପାନ୍ତରଣ, କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ମାର୍ଗକୁ ପ୍ରଶସ୍ତ କରିବା ଏବଂ  ହାଇଡ୍ରୋଜେନକୁ କିପରି ସୁଲଭ ମୂଲ୍ୟରେ ସମସ୍ତଙ୍କ ପାଖରେ ପହଁଚାଯାଇପାରିବ ସେ ଦିଗରେ ଗୁରୁତ୍ୱାରୋପ କରିଛନ୍ତି।

ସେ କହିଛନ୍ତି ଯେ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ୭ଟି ମହତ୍ୱପୂର୍ଣ୍ଣ ପଦକ୍ଷେପ ମାଧ୍ୟମରେ ନୂଆ ଉର୍ଜା ମାନଚ୍ଚିତ୍ର ପ୍ରସ୍ତୁତ କରିଛି ।  ଏହି ୭ଟି ପଦକ୍ଷେପରୁ ହାଇଡ୍ରୋଜେନକୁ ବିକଶିତ କରିବା ମଧ୍ୟ ଏକ ପଦକ୍ଷେପ। ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଉର୍ଜା ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

କମ୍‌ ଅଙ୍ଗାରକାମ୍ଳ ନିର୍ଗମନ ମାର୍ଗକୁ ହାସଲ କରିବା ଦିଗରେ ହାଇଡ୍ରୋଜେନକୁ ଭାରତ ଉର୍ଜା ମିଶ୍ରଣରେ ଅଧିକ ବ୍ୟବହାର ପାଇଁ  ପଦକ୍ଷେପ ନିଆଯାଉଛି। ଏହାସହ ଜାତୀୟ ହାଇଡ୍ରୋଜେନ ମିଶନର ଶୁଭାରମ୍ଭ ̧, ବ୍ଲୁ ହାଇଡ୍ରୋଜେନ, ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ହାଇଡ୍ରୋଜେନ ସିଏନଜିକୁ ନେଇ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି।

ଭାରତ ସରକାରଙ୍କ ଦ୍ୱାରା ହାଇଡ୍ରୋଜେନ ଇକୋସିଷ୍ଟମ ବିକଶିତ କରିବା ପାଇଁ ବୃହତ ସମନ୍ୱୟ ସ୍ଥାପନ କରାଯାଉଛି ଏବଂ ପେଟ୍ରୋଲିୟମ ମନ୍ତ୍ରାଳୟର ବିଭିନ୍ନ ଯୋଜନାରେ ହାଇଡ୍ରୋଜେନର ଏକୀକରଣ କରାଯିବା ସହ ରସାୟନ, ଆଇରନ, ଇସ୍ପାତ‌, ସାର, ଶକ୍ତି, ବିଶୋଧନ, ପରିବହନ ଭଳି ବିଭିନ୍ନ କ୍ଷେତ୍ରରେ ହାଇଡ୍ରୋଜୋନ‌ ବ୍ୟବହାର କରିବା ପାଇଁ ପଦକ୍ଷେପ ନିଆଯାଉଛି।

ଦେଶରେ ହାଇଡ୍ରୋଜେନ କ୍ଷେତ୍ରକୁ ମଜବୁତ‌  କରିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପ୍ରତିବଦ୍ଧ। ହାଇଡ୍ରୋଜେନର ସମ୍ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ନିମନ୍ତେ ଏବଂ ହାଇଡ୍ରୋଜେନ ଅର୍ଥନୀତିର ବିକାଶରେ ବିଶ୍ୱସମୂହର ଅଭୁତପୂର୍ବ ଉତ୍ସାହ ରହିଛି।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ୟୁଏଇର ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟା ମବୀ ଡ଼ ସୁଲତାନ ଅଳ୍‌ ଜାବେର, ଅଷ୍ଟ୍ରେଲିଆର ଉର୍ଜା ମବୀ ଅଙ୍ଗସ ଟ୍ରେଲର ,ଡେ଼ନମାର୍କର ଜଳବାୟୁ, ଉର୍ଜା ଓ ୟୁଟିଲିଟିଜ‌ ମନ୍ତ୍ରୀ ଡ୍ୟାନ୍‌ ଯୁର୍ଗର ନସେନ‌, ଆମେରିକାର ସହାୟକ ଉର୍ଜା ମବୀ ଡେଭିଡ.ଏମ ଟକ‌ ମଧ୍ୟ ଉପସ୍ଥିତ ରହିଥିଲେ।

ହାଇଡ୍ରୋଜେନ ଗୋଲଟେବୁଲ ସମ୍ମିଳନୀରେ ବିଶ୍ୱର ୧୫ଟି ଭିନ୍ନ ଭିନ୍ନ ଦେଶରୁ ୨୫ ଜଣ ବକ୍ତା ସାମିଲ ହୋଇଥିଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଶ୍ୱର ପ୍ରାୟ ୩ ହଜାରରୁ ଅଧିକ ବିଶେଷଜ୍ଞ ତଥା ହାଇଡ୍ରୋଜେନର ନେତୃତ୍ୱକାରୀମାନେ ଅଂଶଗ୍ରହଣ କରିଥିଲେ।

The post ‘ସବୁଜ ଉର୍ଜାର ବିକଳ୍ପ ଉତ୍ସ ହେଉଛି ହାଇଡ୍ରୋଜେନ‌’ appeared first on Odisha Reporter.



from Odisha Reporter https://ift.tt/3sqeiv3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages