‘ଶୀଘ୍ର ବାତିଲ କର ପରୀକ୍ଷା’; ଦାବି ଦୋହରାଇଲେ ଯୁକ୍ତ ୨ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

‘ଶୀଘ୍ର ବାତିଲ କର ପରୀକ୍ଷା’; ଦାବି ଦୋହରାଇଲେ ଯୁକ୍ତ ୨ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଏଯାଏ ସ୍ଥିର ହୋଇ ନାହିଁ କେବେ ପରୀକ୍ଷା ହେବ। ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ।” ଏପରି ଦାବି କରି ଆଜି ପୁଣି ଥରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି ପ୍ଲସ୍ ଟୁ ଛାତ୍ରଛାତ୍ରୀ।   ୧୦ ଦିନ ଭିତରେ ଯଦି କିଛି ନିଷ୍ପତ୍ତି ନିଆନଯାଏ, ତେବେ ୧୦ ଦିନ ପରେ ନବୀନ ନିବାସ ଘେରାଉ କରିବାକୁ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି।

ସୂଚନାଯୋଗ୍ୟ, କରୋନାର କୋପ ଯୋଗୁ ମାଟ୍ରିକ ପରିକ୍ଷା ବାତିଲ ପରେ  ପ୍ଲସ୍ ଟୁ ପରୀକ୍ଷା ବାତିଲ ଦାବିରେ ଗତ ୨୨ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ ।  ହେଲେ  ସେତେବେଳେ ମନ୍ତ୍ରୀ ଆଶ୍ୱାସନା ଦେଇ ପିଲାମାନେ ପାଠ ପଢ଼ାରେ ମନୋନିବେଶ କରନ୍ତୁ।  ବାତାବରଣ ଠିକ୍‌ ହେଲେ ପରୀକ୍ଷା ହେବା ସ୍ୱାଭାବିକ ବୋଲି କହିଥିଲେ।

ହେଲେ ଏ ଯାଏ  ପରିକ୍ଷା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ପୁଣି ଥରେ ଆନ୍ଦୋଳନାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ।   ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଧମକ ମଧ୍ୟ ଦେଇଛନ୍ତି । ପିଲାଙ୍କ ଦାବିକୁ ସମର୍ଥନ କରି ନବ ନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତ୍ତା ମଧ୍ୟ ପ୍ରତିବାଦ ସଭାରେ ସାମିଲ ହୋଇଛନ୍ତି ।

ଉପରମୁହାଁ କରୋନା ଗ୍ରାଫ୍‌କୁ ଦେଖି କିଛି ଦିନ ପୂର୍ବେ ମାଟ୍ରିକ ପରୀକ୍ଷାକୁ ବାତିଲ କରି ଦିଆଯାଇଥିବା ବେଳେ  ଯୁକ୍ତ ୨ ପରୀକ୍ଷା ବାତିଲ ଦାବି କରିଥିଲେ ଛାତ୍ରଛାତ୍ରୀ। ପରୀକ୍ଷା ବାତିଲ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ରାସ୍ତାକୁ ଓହ୍ଲାଇଥିଲେ ଛାତ୍ରଛାତ୍ରୀ।

ଯୁକ୍ତ ୨ ଛାତ୍ରଛାତ୍ରୀ ଦଶମ ଛାତ୍ରଛାତ୍ରୀଙ୍କଠାରୁ ବୟସରେ ବଡ଼ ହୋଇଥିବାରୁ ସେମାନେ ପରୀକ୍ଷା ବାତିଲ ଦାବି ନ କରି ପାଠପଢ଼ାରେ ମନୋନିବେଶ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥିସହ ଜୁନ୍‌ରେ ସ୍ଥିତି ଦେଖି ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଫା ସଫା ଶୁଣାଇଥିଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ।

ମନ୍ତ୍ରୀ କହିଥିଲେ, ମାଟ୍ରିକ ପରୀକ୍ଷା ବନ୍ଦ ହେଉ ବୋଲି କାହାର ଇଚ୍ଛା ନ ଥିଲା। ପରୀକ୍ଷା କରାଇବା ନିମନ୍ତେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ହେଲେ ଦୁର୍ଭାଗ୍ୟବଶଃତ ହୋଇପାରି ନ ଥିଲା। କିନ୍ତୁ ଯୁକ୍ତ ୨ ପିଲା ପାଠ ପଢ଼ାରେ ମନୋନିବେଶ କରନ୍ତୁ। ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତିକୁ ଦେଖି  ବିଭାଗ ପକ୍ଷରୁ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ।  ସେତେବେଳେ ବାତାବରଣ ଠିକ୍‌ ହେଲେ ପରୀକ୍ଷା ହେବା ସ୍ୱାଭାବିକ।

ସୂଚନାଯୋଗ୍ୟ,  କରୋନାର କୋପ ଦେଖି   ଚଳିତ ବର୍ଷ  ଦଶମ ଶ୍ରେଣୀ ପରୀକ୍ଷା ଓ ଓଡ଼ିଶା ରାଜ୍ୟ ମାଦ୍ରାସା ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରି ଦିଆଯାଇଛି। ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ, ଛାତ୍ରୀଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶିତ ହେବ। ଯେଉଁମାନେ ଅସହମତି ପ୍ରକାଶ କରିବେ, କୋଭିଡ ମହାମାରୀ ପ୍ରଶମିତ ହେବା ପରେ ବୋର୍ଡମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦିବସରେ ପରୀକ୍ଷା ଦେଇପାରିବେ।

 

The post ‘ଶୀଘ୍ର ବାତିଲ କର ପରୀକ୍ଷା’; ଦାବି ଦୋହରାଇଲେ ଯୁକ୍ତ ୨ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/3sSEyOI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages