ଓସ୍କାରରେ ମନେ ପଡ଼ିଲେ ଇର୍‌ଫାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 25, 2021

ଓସ୍କାରରେ ମନେ ପଡ଼ିଲେ ଇର୍‌ଫାନ୍‌

ଲସ୍‌ଆଞ୍ଜଲିସ୍‌: ଚଳିତ ବର୍ଷର ସବୁଠାରୁ ବଡ ପୁରସ୍କାର ତଥା ଓସ୍କାର ଆୱାର୍ଡ ଘୋଷଣା ହୋଇଛି। ଏଥିରେ ହଲିଉଡ ଫିଲ୍ମ ‘ନୋମାଡଲ୍ୟାଣ୍ଡ’ ସମସ୍ତଙ୍କୁ ପଛରେ ପକାଇ ସର୍ବାଧିକ ପୁରସ୍କାର ହାତେଛି। ‍ଫିଲ୍ମଟି ତନୋଟି ପୁରସ୍କାରର ଜିତିଛି।

ଏହି ପୁରସ୍କାର ସମାରୋହରେ ମନେ ପଡିଛନ୍ତି ବଲିଉଡର ଦିବଙ୍ଗତ ଅଭିନେତା ଇର୍‌ଫାନ ଖାନ୍। ଫିଲ୍ମ ଜଗତରେ  ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅନେକ ଗୁଡିଏ ହଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ଇରଫାନଙ୍କ ଗତବର୍ଷ ଏପ୍ରିଲ ୨୯ ତାରିଖରେ ପରଲୋକ ହୋଇଥିଲା ।

ସେହିପରି ପ୍ରଥମ ଭାରତୀୟ ଭାବେ ଓସ୍କାର ଜିତିଥିବା କଷ୍ଟ୍ୟୁମ ଡିଜାଇନର ଭାନୁ ଆଥେୟଙ୍କୁ ସ୍ମରଣ କରାଯାଇଛି। ତାଙ୍କର ଗତବର୍ଷ ଅକ୍ଟୋବର ୧୫ ତାରିଖରେ ଦେହାନ୍ତ ହୋଇଥିଲା।

ସେହିପରି ବ୍ଲାକ୍ ପାନ୍ଥର ରୂପେ ହଲିଉଡରେ ପରିଚିତ ଦିବଙ୍ଗତ ଅଭିନେତା ଚାଦୱିକ୍‌ ବୋସମ୍ୟାନ୍‌ଙ୍କୁ ମଧ୍ୟ ଏହି ଏକାଡେମୀ ପୁରସ୍କାରେ ମନେ ପକାଯାଇଥିଲା। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ଏହି ତିନି ଜଣଙ୍କ ବ୍ୟତୀତ ଏକାଡେମୀ ପୁରସ୍କାରରେ ବଲିଉଡର ଦିବଙ୍ଗତ ଅଭିନେତା ରିଷି କପୁର ଏବଂ ସୁଶାନ୍ତ ସିଂ ରାଜପୁତଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କର‌ଯାଇଛି। ତେବେ, ଏକାଡେମୀ ପୁରସ୍କାରରେ ଏହି ଦୁଇ କଳାକାରଙ୍କୁ ମେମୋରିୟମ୍ ଭିଡିଓ କ୍ଲିପ୍‌ରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। କିନ୍ତୁ ଏକାଡେମୀ ଏହାର ଅଫିସିଆଲ୍ ୱେବସାଇଟରେ ମେମୋରିୟମ୍ ଗ୍ୟାଲେରୀରେ ସେମାନଙ୍କର ଫଟୋ ଅନ୍ତର୍ଭୁକ୍ତ କରି ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲା ​​। ଗତ ବର୍ଷ ଏପ୍ରିଲ ୩୦ ତାରିଖରେ ରିଷି ଏବଂ ଜୁନ୍ ୧୪ ତାରିଖରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା।

ସୂଚନାମୁତାବକ, ଗତ ବର୍ଷ ବିଦାୟ ନେଇଥିବା ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଲେଖକ, ଟେକ୍ନିସିଆନଙ୍କ ସମେତ ଦୁନିଆର ଅନେକ କଳାକାରଙ୍କୁ ଏକ ଭିଡିଓ କ୍ଲିପ୍‌ ଜରିଆରେ ସେମାନଙ୍କ ଫଟୋ ପ୍ରଦର୍ଶନ କରି ସ୍ମରଣ କରାଯାଇଥିଲା।

କରୋନା କଟକଣା ମଧ୍ୟରେ ବିଶ୍ୱର ସବୁଠୁ ସମ୍ମାନଜନକ ଓସ୍କାର ପୁରସ୍କାର ସମାରୋହର ଆୟୋଜନ ହୋଇଛି।  ଆମେରିକାର ଲସ୍ ଏଞ୍ଜେଲେସର ଦୁଇଟି ସ୍ଥାନ ଡଲ୍‌ବି ଥିଏଟର ଏବଂ ୟୁନିୟନ୍ ଷ୍ଟେସନରେ ଏହି ଆୱାର୍ଡ ଫଙ୍କସନ୍‌ ଆୟୋଜନ କରାଯାଇଥିଲା।  ସେହିଭଳି  ଲଣ୍ଡନ ଓ ପ୍ୟାରିସ୍‌ରେ ମଧ୍ୟ କଳାକାର ଏବଂ ଟେକ୍ନେସିଅନ୍‌ଙ୍କ ପାଇଁ ଓସ୍କାର ହବ୍ କରାଯାଇଥିଲା।

The post ଓସ୍କାରରେ ମନେ ପଡ଼ିଲେ ଇର୍‌ଫାନ୍‌ appeared first on Odisha Reporter.



from Odisha Reporter https://ift.tt/3xqB7Ta

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages