GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା

ଗୁଣପୁର(ଇନ୍ଦ୍ରଜିତ ପଣ୍ଡା):  ରାୟଗଡ଼ା ଜିଲ୍ଲା ଗୁଣପୁରସ୍ଥିତ ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଂଜିନିଅରିଂ ଆଣ୍ଡ ଟେକ୍ନୋଲୋଜି -GIET  ବିଶ୍ୱବିଦ୍ୟାଳୟରୁ ଗତକାଲି ୨ କରୋନା ପଜିଟିଭ ଚିହ୍ନଟ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ବିଶ୍ୱବିଦ୍ୟାଳୟକୁ ଆଜିଠାରୁ ୩ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି।

ଗୁଣୁପୁର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶଅନୁଯାୟୀ,  ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି ।  ଫଳରେ କ୍ୟାଂପସ ବାହାରେ ଥିବା ଛାତ୍ରଛାତ୍ରୀ, ଷ୍ଟାଫ୍ ଭିତରକୁ ଆସିପାରିବେ ନାହିଁ କି ଭିତରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫ୍ ବାହାରକୁ ଯାଇ ପାରିବେ ନାହିଁ ।

କ୍ୟାମ୍ପସ୍‌ ମଧ୍ୟରେ ଥିବା ସମସ୍ତଙ୍କର ଆଜିଠୁ କୋଭିଡ ଟେଷ୍ଟ କରାଯିବ।  ମେଡିକାଲ୍ ଟିମ୍‌କୁ ସହଯୋଗ କରିବା ଲାଗି କ୍ୟାଂପସରେ ଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ପରାମର୍ଶ ଦିଆଯାଇଛି । ଏହାବ୍ୟତୀତ କ୍ୟାମ୍ପସ୍‌ ବାହାରେ ଥିବା ହଷ୍ଟେଲରେ ରହୁଥିବା ପିଲାଙ୍କୁ ମଧ୍ୟ ବାହାରକୁ ବାହାରିବାକୁ ବାରଣ କରାଯାଇଛି।

The post GIET ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ୩ ଦିନ ପାଇଁ ପ୍ରବେଶ ମନା appeared first on Odisha Reporter.



from Odisha Reporter https://ift.tt/2Q9PuKb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages