ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ କରୋନା ଏବେ ୯୦୦ ମୁହାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 7, 2021

ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ କରୋନା ଏବେ ୯୦୦ ମୁହାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାର ଦ୍ୱିତୀୟ ଲହରର କୋପ ରାଜ୍ୟରେ ଦେଖିବାକୁ ମିଳିଲାଣି। ଦିନକୁ ଦିନ ଲମ୍ବ ଡିଆଁ ମାରି ଆଖି ପିଛୁଳାକେ ମାଡ଼ି ଚାଲିଛି ସଂକ୍ରମଣ। କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ ୫୦୦ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଗତକାଲି ଏହା ୮୦୦ ପାଖାପାଖି ପହଞ୍ଚି ଯାଇଥିଲା। ହେଲେ ଆଜି ଏହା ୯୦୦ ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସମୁଦାୟ ୮୭୯ ପଜିଟିଭ୍ କେସ୍‌ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୩୬୧ଟି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଗତକାଲି ୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନୁଗୋଳରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୨, ବରଗଡ଼ରେ ୫୩, ଭଦ୍ରକରେ ୧୭, ବଲାଙ୍ଗିରରେ ୨୬, ବୌଦ୍ଧରେ ଜଣେ, କଟକରେ ୫୦, ଦେବଗଡ଼ରେ ଜଣେ, ଗଜପତିରେ ଜଣେ, ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୨୫, କୋରାପୁଟରେ ୫, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୧୯, ନୟାଗଡ଼ରେ ୬, ନୂଆପଡ଼ାରେ ୬୧, ପୁରୀରେ ୪୫, ରାୟଗଡ଼ାରେ ୧୩, ସମ୍ବଲପୁରରେ ୪୮ ଓ ସୋନପୁରରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।

୮୭୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୮,୬୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୮୮୮ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୩ରେ ପହଞ୍ଚିଛି।

The post ମାଡ଼ି ଚାଲିଛି ମହାମାରୀ, ରାଜ୍ୟରେ କରୋନା ଏବେ ୯୦୦ ମୁହାଁ appeared first on Odisha Reporter.



from Odisha Reporter https://ift.tt/3fZcKFA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages