ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସାରା ରାଜ୍ୟରେ ଆଜି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ଚାଲିଥିବା ବେଳେ ଦେବଗଡ଼ ଜିଲ୍ଲାର ୫ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଉଛନ୍ତି। ତେବେ ଦେବଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଶ୍ୱପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୮ ଟା ସମୟରେ ପ୍ରଥମ ସିଟିଂ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହାର ଏକ ଘଣ୍ଟା ନପୂରୁଣୁ ପ୍ରଶ୍ୱପତ୍ର ଏବଂ ଉତ୍ତର ମୋବାଇଲରୁ ମୋବାଇଲକୁ ଭାଇରାଲ ହୋଇଥିଲା। ପ୍ରଥମ ସିଟିଂର ‘ଡି’ ସେଟ୍ର ପ୍ରଶ୍ନପତ୍ର ଲିକ୍ ହୋଇଥିବା କୁହାଯାଉଛି।
ପୂର୍ବାହ୍ନ ସାଢ଼େ ୮ଟା ସମୟରେ ଉକ୍ତ ପରୀକ୍ଷା କେନ୍ଦ୍ରର ଜଣେ ପରୀକ୍ଷାର୍ଥୀଙ୍କ (ଏହି ପରୀକ୍ଷାର୍ଥୀ ଜଣେ ଯୁବତୀ) ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଥିଲା, ଯେଉଁଥିରେ ପ୍ରଶ୍ନପତ୍ରର ଫଟୋ ଉତ୍ତୋଳନ କରାଯାଇଥିଲା। ଉକ୍ତ ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ତିଲେବଣୀ ବ୍ଲକ ଶିକ୍ଷା ଅଧିକାରୀ ସିକରେନ୍ଦ୍ର ଛତ୍ରିଆ ଏହି ସୂଚନା ଦେଇଛନ୍ତି । ତେବେ ଉକ୍ତ ନିର୍ଦ୍ଦିଷ୍ଟ ମୋବାଇଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଛି ନା ନାହିଁ, ସେନେଇ ଅନୁଧ୍ୟାନ ପରେ ଜଣାପଡିବ ବୋଲି ସେ କହିଛନ୍ତି।
ଉକ୍ତ ପରୀକ୍ଷାର୍ଥୀଙ୍କ ମୋବାଇଲ୍କୁ ପରୀକ୍ଷା ପରିଚାଳନା କରୁଥିବା ଅଧିକାରୀମାନେ ସିଜ୍ କରିଛନ୍ତି। ତେବେ ପରୀକ୍ଷା ହଲ୍କୁ ମୋବାଇଲ୍ ଫୋନ୍ ମନା ହୋଇଥିବା ବେଳେ ସେ କେମିତି ଫୋନ୍ ଧରି ପ୍ରବେଶ କଲେ, ତାକୁ ନେଇ ପ୍ରଶ୍ନ ଉଠିଛି।
ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା କହିଛନ୍ତି, ଏକ ମୋବାଇଲ ଜବତ ହୋଇଛି। ଏହାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ପ୍ରଶ୍ନପତ୍ର ଭାଇରାଲ ହେବା କଥା ସେଠି ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଖଣ୍ଡନ କରିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା।
The post OTETର ପ୍ରଥମ ସିଟିଂ ପରୀକ୍ଷାରୁ ପ୍ରଶ୍ନପତ୍ର ଲିକ୍! appeared first on Odisha Reporter.
from Odisha Reporter https://ift.tt/2PNH5fQ
No comments:
Post a Comment