ଭୁବନେଶ୍ୱର: ସିଲ୍ ହୋଇପାରେ ଭୁବନେଶ୍ୱର ସ୍ଥିତ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟ । ଷ୍ଟେଟ ବ୍ୟାଙ୍କର ୭ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବ ପରେ ଏହି ପଦକ୍ଷେପ ନିଆଯାଇଛି। ଆଗାମୀ ୨ ଦିନ ପାଇଁ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରିବା ପାଇଁ ବିଏମ୍ସି ନିଷ୍ପତି ନେଇଛି। ଏନେଇ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।
ସେହିପରି ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ପ୍ରଥମଥର ପାଇଁ ୨ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଉଭୟ ଯାତ୍ରୀଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ଯାଂଚ ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ବିତ କରାଯାଇଛି ବୋଲି ବିଏମ୍ସି କମିଶନର କହିଛନ୍ତି।
The post ସିଲ୍ ହେବ ଭୁବନେଶ୍ୱର ସ୍ଥିତ SBI ମୁଖ୍ୟ କାର୍ଯ୍ୟାଳୟ appeared first on Odisha Reporter.
from Odisha Reporter https://ift.tt/31HJriE
No comments:
Post a Comment