ଭୁବନେଶ୍ୱର SBI ମେନ୍ ବ୍ରାଞ୍ଚ ପୁଣି ସିଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

ଭୁବନେଶ୍ୱର SBI ମେନ୍ ବ୍ରାଞ୍ଚ ପୁଣି ସିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ-୧ ସ୍ଥିତ SBI ମେନ୍ ବ୍ରାଞ୍ଚ ପୁଣି ସିଲ୍ ହୋଇଛି ।  ଆଜିଠୁ ୧୧ ତାରିଖ ପର୍ଯ୍ୟନ୍ତ ଏହାକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଏଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ପୂର୍ବରୁ ଏସ୍‌ବିଆଇର ଏହି ବ୍ରାଞ୍ଚରୁ ୭ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ଏହାକୁ ୨ ଦିନ ପାଇଁ ସିଲ୍ କରାଯାଇଥିଲା। ଏବେ ଆଉ ଅଧିକ ପଜିଟିଭ୍ ବାହାରିବାରୁ ଆହୁରି ୪ ଦିନ ପାଇଁ ଏହାକୁ ସିଲ୍ କରାଯାଇଛି।

ସେପଟେ ଆଜି ୯୦୦ ମୁହାଁ ହୋଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମୁଦାୟ ୮୭୯ ପଜିଟିଭ୍ କେସ୍‌ ମଧ୍ୟରୁ କ୍ୱାରେଣ୍ଟିନରୁ ୫୧୮ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୩୬୧ଟି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରୁ ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରେ ୨୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୨୨, ବରଗଡ଼ରେ ୫୩, ଭଦ୍ରକରେ ୧୭, ବଲାଙ୍ଗିରରେ ୨୬, ବୌଦ୍ଧରେ ଜଣେ, କଟକରେ ୫୦, ଦେବଗଡ଼ରେ ଜଣେ, ଗଜପତିରେ ଜଣେ, ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରେ ୧୫, ଝାରସୁଗୁଡ଼ାରେ ୨୩, କଳାହାଣ୍ଡିରେ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୨୫, କୋରାପୁଟରେ ୫, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୧୯, ନୟାଗଡ଼ରେ ୬, ନୂଆପଡ଼ାରେ ୬୧, ପୁରୀରେ ୪୫, ରାୟଗଡ଼ାରେ ୧୩, ସମ୍ବଲପୁରରେ ୪୮ ଓ ସୋନପୁରରେ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୩୨ ଜଣ ଚିହ୍ନଟ ହୋଇଛନ୍ତି।

୮୭୯ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୪୫,୫୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩,୩୮,୬୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ୪,୮୮୮ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୯୨୩ରେ ପହଞ୍ଚିଛି।

The post ଭୁବନେଶ୍ୱର SBI ମେନ୍ ବ୍ରାଞ୍ଚ ପୁଣି ସିଲ୍‌ appeared first on Odisha Reporter.



from Odisha Reporter https://ift.tt/3dNOVOo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages