`PUBG’ ପାଗଳ: ଘରେ ରିକ୍ରିଏଟ୍ କଲେ ସିନ୍‌, ଗଡ଼ିଲା ୨ ମୁଣ୍ଡ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 8, 2021

`PUBG’ ପାଗଳ: ଘରେ ରିକ୍ରିଏଟ୍ କଲେ ସିନ୍‌, ଗଡ଼ିଲା ୨ ମୁଣ୍ଡ  

ନୂଆଦିଲ୍ଲୀ: ପବ୍‌ଜୀ ପ୍ରେମରେ ପାଗଳ ଏବେ ସାରା ଦୁନିଆ। ବିଶେଷ କରି ଯୁବପିଢ଼ୀଙ୍କ ଏବେ ପବ୍‌ଜୀ ଖେଳିବା ପାଲଟି ଯାଇଛି ସଉକ। ଏହି ଗେମ୍‌ ପାଇଁ ସେମାନେ ସବୁକିଛି କରିପକାଉଛନ୍ତି । ସେମାନଙ୍କୁ ପବ୍‌ଜୀ ନିଶା ଏତେ ଘାରିଛି ଯେ, ଖେଳିବା ସମୟରେ ତାଙ୍କୁ ଆଉ କିଛି ବି ଦେଖାଯାଏନି। ସେ ଖେଳରେ ଏତେ ହଜି ଯା’ନ୍ତି ଯେ,  ଖାଇବା ପିଇବା, ସବୁକିଛି ଭୁଲି ଯା’ନ୍ତି। ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି ରହୁନ୍ତି ଏମାନେ।

ବେଳେ ବେଳେ ଗେମ୍‌ ନିଶା ଯୁବପିଢ଼ିଙ୍କୁ ଏତେ ଘରିଥାଏ ଯେ, ଘରେ ତା’ର ସିନ୍‌ ରିକ୍ରିଏଟ କରିବାକୁ ଚେଷ୍ଟା କରନ୍ତି। ନିକଟରେ କିଛି ଏଭଳି ହିଁ ଘଟଣାକୁ ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ଘରେ ପବ୍‌ଜୀ ଗେମ୍‌ର ସିନ୍‌ ରିକ୍ରିଏଟ କରିଛନ୍ତି। ପବ୍‌ଜୀ ନିଶାରେ ସେ ନିଜ ପରିବାର ଉପରେ ଗୁଳି ବର୍ଷା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାକିସ୍ତାନର ଲାହୋରରେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରିପୋର୍ଟ ମୁତାବକ ସୋମବାର ଦିନ ଲାହୋରର ନାୱା କୋଟା ଅଞ୍ଚଳରେ ଜଣେ ବ୍ୟକ୍ତି ପବ୍‌ଜୀର ଏକ ସିନ୍‌ ରିକ୍ରିଏଟ୍‌ କରିଥିଲେ। ପବ୍‌ଜୀର ହେଲମେଟ୍‌ ଏବଂ ଜ୍ୟାକେଟ ପିନ୍ଧି ନିଜ ପରିବାର ଉପରେ ହିଁ ଗୁଳିମାଡ କରିଥିଲେ ଏହି ବ୍ୟକ୍ତି । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି।  ମୃତକ ଦୁଇ ଜଣ ଉକ୍ତ ବ୍ୟକ୍ତିଙ୍କ ଭାଉଜ ଓ ବନ୍ଧୁ ଅଟନ୍ତି। ସେହିପରି ମା’, ଭାଇ ଓ ଭଉଣୀ ଆହତ ହୋଇଛନ୍ତି।

ଘଟଣା ପରେ ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି। ସେଠାକାର ସ୍ଥାନୀୟ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ପାରିବାରିକ କଳହ ଯୋଗୁଁ ଅଭିଯୁକ୍ତ ଜଣକ ଏଭଳି ଗୁଳିମାଡ଼ କରିଛି। ପବ୍‌ଜୀ ଗେମ୍‌ ଖେଳିବା ତା’ର ଅଭ୍ୟାସ ଥିଲା କିନ୍ତୁ ପରିବାର ଲୋକେ ତାକୁ ଗେମ୍‌ ଖେଳିବା ପାଇଁ ବାରଣ କରୁଥିଲେ। ଏଥିରେ ରାଗିଯାଇ ସେ ଘରେ ପବ୍‌ଜୀର ସିନ୍‌ ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରିଥିଲା। ଏହାପରେ ଘର ଲୋକଙ୍କ ସହ ତା’ର ଯୁକ୍ତିତର୍କ ହୋଇଥିଲା। ପରେ ରାଗିଯାଇ ସେ ଏକ ବନ୍ଧୁକ ଆଣି ତାଙ୍କ ଉପରେ ଗୁଳିମାଡ କରିଥିଲା ବୋଲି ପୁଲିସ କହିଛି।

The post `PUBG’ ପାଗଳ: ଘରେ ରିକ୍ରିଏଟ୍ କଲେ ସିନ୍‌, ଗଡ଼ିଲା ୨ ମୁଣ୍ଡ   appeared first on Odisha Reporter.



from Odisha Reporter https://ift.tt/2PO4DB7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages