’ZOOMରେ ପାଠପଢ଼ା, ରୁମ୍‌ରେ ପରୀକ୍ଷା’-ତାତିଲେ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

’ZOOMରେ ପାଠପଢ଼ା, ରୁମ୍‌ରେ ପରୀକ୍ଷା’-ତାତିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର/ରାଉରକେଲା (ଓଡ଼ିଶା ରିପୋର୍ଟର): ZOOMରେ ପାଠପଢ଼ା,  ରୁମ୍‌ରେ ପରୀକ୍ଷା । ପାଠପଢ଼ା ଅନ୍‌ଲାନ୍‌ରେ, କିନ୍ତୁ ପରୀକ୍ଷା ଅଫଲାଇନ୍‌ରେ । ଏପରି  ସ୍ଲୋଗାନ ଦେଇ  ଅନଲାଇନ୍‌ ପରୀକ୍ଷା ଦାବିରେ  ରାସ୍ତାକୁ ଓହ୍ଲାଇ  ବିକ୍ଷୋଭ କରିଛନ୍ତି ରାଜଧାନୀର ଏକାଧିକ କଲେଜ୍‌ ଛାତ୍ରଛାତ୍ର । ଷ୍ଟିଲ ସିଟି ରାଉରକେଲାରେ ବି ଦେଖାଦେଇଛି ସମାନ ସ୍ଥିତି।

ଅନଲାଇନ୍‌ ପରୀକ୍ଷା ଦାବିରେ ଓୟୁଏଟି, ବିଜେବି, ରାଜଧାନୀ କଲେଜରେ ସମ୍ମୁଖରେ  ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ZOOMରେ ପାଠପଢ଼ା, ରୁମ୍‌ରେ ପରୀକ୍ଷା ଭଳି ବିଭିନ୍ନ ସ୍ଲୋଗାନ ଲେଖି କଲେଜ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ବିଜେବି କଲେଜ୍ ଛାତ୍ରଛାତ୍ରୀ  ମୁଖ୍ୟ ଫାଟକ୍ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଓୟୁଏଟି ଛାତ୍ରଛାତ୍ରୀ ବି ଆଜି ଏକାଠି ହୋଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗର୍ଜିଛନ୍ତି ।  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅଫଲାଇନ୍ ପରୀକ୍ଷା ନିଷ୍ପତ୍ତିକୁ  କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଛାତ୍ରଛାତ୍ରୀ ।

ସେହିପରି ରାଉରକେଲା ଇସ୍ପାତ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ରାଉରକେଲା ସରକାରୀ ସ୍ୱୟଂ  ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ ପରୀକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଇସ୍ପାତ କଲେଜ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିବା ବେଳେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ  ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା  ଦେଇଥିଲେ। ଏଥିସହ ଅନଲାଇନ ପରୀକ୍ଷା ବ୍ୟବସ୍ଥା କରାଇବାକୁ  ADM  ହସ୍ତକ୍ଷେପ କରିବା ଲାଗି ନିବେଦନ କରିଛନ୍ତି ।

ରାଉରକେଲାରେ ପିଲାମାନେ ଅନଲାଇନ୍‌ ପରୀକ୍ଷା ଦାବିରେ ବିକ୍ଷୋଭ କରୁଛନ୍ତି।

ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରେ ବଢୁଥିବା କରୋନା ସ୍ଥିତି କୁ ନଜରରେ ରଖି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନର୍ବାନେ କୋଭିଡ କଟକଣାକୁ ସଠିକ ଭାବେ ପାଳନ କରିବାଲାଗି ଜନ ସାଧରଣଙ୍କୁ ନିବେଦନ କରିଛନ୍ତି । ଏଥିସହ ଘଟଣା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ପାଖାପାଖି ପହଞ୍ଚି ସାରିଥିବା ବେଳେ ଦିନକୁ ଦିନ ଲମ୍ବ ଡିଆଁ ମାରୁଛି କରୋନା। ତେଣୁ ଆଖି ପିଛୁଳାକେ ସଂକ୍ରମଣ ବ୍ୟାପୁଥିବାରୁ ଅଫଲାଇନ ପରୀକ୍ଷାକୁ ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ।

The post ’ZOOMରେ ପାଠପଢ଼ା, ରୁମ୍‌ରେ ପରୀକ୍ଷା’-ତାତିଲେ ଛାତ୍ରଛାତ୍ରୀ appeared first on Odisha Reporter.



from Odisha Reporter https://ift.tt/32g0QPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages