ନିଜ ସନ୍ତାନକୁ ବିବାହ କରିବାକୁ କୋର୍ଟରେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 15, 2021

ନିଜ ସନ୍ତାନକୁ ବିବାହ କରିବାକୁ କୋର୍ଟରେ ଆବେଦନ

ନ୍ୟୁୟର୍କ: ବାପା ମାଆଙ୍କ ପାଇଁ ପିଲାମାନେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜେ ପଛେ ଦୁଃଖ କଷ୍ଟରେ ରୁହନ୍ତ, ହେଲେ ପିଲାଛୁଆଙ୍କୁ କିଭଳି ଠିକ୍ ଭାବରେ ରଖିବେ ସେ ନେଇ ସବୁବେଳେ ସଜାଗ ରୁହନ୍ତି। ପିଲାଙ୍କ ପାଠ ପଢ଼ା ପାଖରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁଥିରେ ବାପା ମା ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି। ହେଲେ ଏବେ ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଚକ୍କର ଖାଇଯିବେ।

ଆମେରିକାରୁ ଏହି ମାମଲା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଲା ଜଣେ ବ୍ୟକ୍ତି ନିଜ ସନ୍ତାନକୁ ବିବାହ କରିବାକୁ ଅନୁମତି ମାଗିଛନ୍ତି। ବିଭିନ୍ନ ମିଡିଆର ରିପୋର୍ଟ ଅନୁଯାୟୀ ଏହି ମାମଲା ନ୍ୟୁୟର୍କର। ନ୍ୟୁୟର୍କ କୋର୍ଟରେ ଜଣେ ଆମେରିକୀୟ ନିଜ ସନ୍ତାନକୁ ବିବାହ କରିବାକୁ ଅନୁମତି ମାଗିଛନ୍ତି। ଆମେରିକାରୁ ଆରମ୍ଭ କରି ଭାରତ ସବୁଠି ଏବେ ଏହାକୁ ନେଇ ଆରମ୍ଭ ହୋଇଛି ଟୁୁପୁର ଟାପୁର। ସୋଶାଲ ମିଡିଆରେ ଏହାକୁ ନେଇ ଅନେକ ମତାମତ ଆସୁଥିଲେ ମଧ୍ୟ ଆବେଦନକାରୀଙ୍କ ନାମ ଓ ଲିଙ୍ଗ ଗୋପନ ରହିଥିବାରୁ ସମସ୍ତଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସୁକତା ଜାରି ରହିଛି।

ସେ କାଗଜପତ୍ରରେ ଶିଶୁର ଲିଙ୍ଗ ବିଷୟରେ ପ୍ରକାଶ କରି ନାହାଁନ୍ତି ଏବଂ ନିଜ ସହର ତଥା ଅନ୍ୟାନ୍ୟ ସୂଚନା ବିଷୟରେ ମଧ୍ୟ କିଛି ଉଲ୍ଲେଖ କରି ନାହାନ୍ତି। ସେ ଲେଖିଛନ୍ତି ଯେ ସେ ତାଙ୍କ ପିଲାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେବାକୁ ଚାହୁଁଛନ୍ତି କିନ୍ତୁ ସମାଜ ତାଙ୍କୁ ବିରୋଧ କରିବ ବୋଲି ସେ ଭୟ କରୁଛନ୍ତି।

ସେ କହିଛନ୍ତି ଯେ ପାରିବାରିକ ସମ୍ପର୍କ ସହିତ ଜଡିତ ଆଇନ ଗୁଡିକୁ ସେ ବର୍ଜନ କରିବାକୁ ଚାହୁଁଛନ୍ତି। କାରଣ ବିବାହର ନିଷ୍ପତ୍ତି କୌଣସି ମଣିଷର ବ୍ୟକ୍ତିଗତ ନିଷ୍ପତ୍ତି। ସେ ଚାହୁଁଛନ୍ତି ଯେ ନିଜ ସନ୍ତାନକୁ ବିବାହ କରିବା ପାଇଁ କୋର୍ଟ ତାଙ୍କୁ ଅନୁମତି ଦିଅନ୍ତୁ। ଏହାଫଳରେ ଭବିଷ୍ୟତରେ ଆଇନ ଗତ କାଗଜପତ୍ରରେ କୌଣସି ସମସ୍ୟା ଉପୁଜିବ ନାହିଁ। ତେଣୁ ସେ ସୁନିଶ୍ଚିତ କରିବାକୁ କୋର୍ଟଙ୍କୁ ବିବାହ ଅନୁମତି ମାଗିଛନ୍ତି। ନ୍ୟୁୟର୍କର ଆଇନ ଅନୁଯାୟୀ, ଜଣେ ନିଜ ପରିବାରର ଲୋକଙ୍କୁ ବିବାହ କଲେ ଚାରି ବର୍ଷ ଦଣ୍ଡିତ ହୋଇପାରନ୍ତି।

The post ନିଜ ସନ୍ତାନକୁ ବିବାହ କରିବାକୁ କୋର୍ଟରେ ଆବେଦନ appeared first on Odisha Reporter.



from Odisha Reporter https://ift.tt/3acZ5Hm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages