ଭୋପାଳ: ଝିଅର ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ୩୫ କିଲୋମିଟର ଖଟରେ ବୋହିଲେ ବାପା। ଏମିତି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶର ସିଙ୍ଗରୌଲି ଜିଲ୍ଲାରେ, ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହୋଇଛି।
ମେ’ ୫ ତାରିଖରେ ଗଦାଇ ଗାଁରେ ଜଣେ ୧୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଥିଲା। କୁହାଯାଉଛି, ସେ ଆତ୍ମହତ୍ୟା କରିଛନ୍ତି। ତେବେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ନିୟମ ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ କରାଇବାକୁ ପଡ଼ିବ ବୋଲି କହିଥିଲା। ଏହା ସହିତ ମୃତଦେହକୁ ଡାକ୍ତରଖାନା ପହଞ୍ଚାଇବାକୁ ପରିବାର ଲୋକଙ୍କୁ କହିଥିଲା।
ସିଙ୍ଗରୌଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗଦାଇ ଗାଁ ପ୍ରାୟ ୩୫ କିଲୋମିଟର ଦୂର। ଏଣେ ମୃତ ଯୁବତୀଙ୍କ ପରିବାର ପାଖରେ ଏତେ ସମ୍ବଳ ନାହିଁ ଯେ ସେମାନେ ଗାଡ଼ି ଭଡ଼ା କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିପାରିଥା’ନ୍ତେ। ସେମାନେ ସ୍ଥାନୀୟ ପ୍ରଶାସନର ସହଯୋଗ ଲୋଡ଼ିଥିଲେ। କିନ୍ତୁ ସବୁଠି ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶେଷରେ ବାଧ୍ୟ ହୋଇ କିଛି ଗ୍ରାମବାସୀଙ୍କ ସହାୟତାରେ ମୃତ ଯୁବତୀଙ୍କ ବାପା ଧୀରପତି ସିଂହ ଗଣ୍ଡ ଶବକୁ ଖଟରେ ବୋହି ସିଙ୍ଗରୌଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ଥିଲେ।
ମୃତ ଯୁବତୀଙ୍କ ବାପା କହିଛନ୍ତି, ଆମେ ସକାଳ ପ୍ରାୟ ୯ଟା ବେଳେ ମୃତଦେହକୁ ଖଟରେ ବୋହି ଚାଲି ଚାଲି ଯାତ୍ରା ଆରମ୍ଭ କରିଥିଲୁ। ଅପରାହ୍ଣ ପ୍ରାୟ ୪ଟା ବେଳେ ଆମେ ଡାକ୍ତରଖାନାରେ ପହଞ୍ଚିଥିଲୁ। ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଆମେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲୁ। ଏଭଳି ସମସ୍ୟାର ସମାଧାନର ବାଟ ଆମକୁ କେହି ବତାଇଲେ ନାହିଁ। ପ୍ରଶାସନ ପାଖରୁ ବି କିଛି ସହାୟତା ମିଳିଲା ନାହିଁ।
ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନେବାକୁ ଆମ ବିଭାଗୀୟ ବଜେଟ୍ରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ସେମାନଙ୍କ ପାଇଁ ଗାଡ଼ିର ବ୍ୟବସ୍ଥା କରାଯାଇନଥିଲା।
A man was forced to carry his daughter's body on a cot for post-mortem for 35 km, walking for almost seven hours to reach the hospital in Singrauli @ndtv @ndtvindia pic.twitter.com/cNMYsWVzNh
— Anurag Dwary (@Anurag_Dwary) May 9, 2021
The post ବ୍ୟବଚ୍ଛେଦ ପାଇଁ ଝିଅର ମୃତଦେହକୁ ଖଟରେ ୩୫ କିମି ବୋହିଲେ ବାପା appeared first on Odisha Reporter.
from Odisha Reporter https://ift.tt/3eyH5Kd
No comments:
Post a Comment