୨୪ ଘଣ୍ଟାରେ ୩.୬୬ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୭୫୪ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

୨୪ ଘଣ୍ଟାରେ ୩.୬୬ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୭୫୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନାରେ ଲାଗି ପାରିନି ବ୍ରେକ୍‌। ସାରା ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୬୬ ହଜାର ୧୬୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୬ ଲକ୍ଷ ୬୨ ହଜାର ୫୭୫କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩,୭୫୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୬ ହଜାର ୧୧୬କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୩ ହଜାର ୮୧୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଫଳରେ ଏଯାବତ ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧ କୋଟି ୮୬ ଲକ୍ଷ ୭୧ ହଜାର ୨୨୨ ଜଣ ସୁସ୍ଥ ହୋଇସାରିଲେଣି। ଏବେ ଦେଶରେ ୩୭ ଲକ୍ଷ ୪୫ ହଜାର ୨୩୭ଟି ଆକ୍ଟିଭ୍ କେସ୍ ରହିଛି, ଅର୍ଥାତ୍ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ଏଯାବତ ୧୭ କୋଟି ୧ ଲକ୍ଷ ୭୬ ହଜାର ୬୦୩ ଡୋଜ୍ ଟିକାକରଣ ହୋଇଛି।

କରୋନା ସଂକ୍ରମଣକୁ ରୋକିବାକୁ ଦେଶର ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍ କରିଛନ୍ତି। ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିୟାଣା ସରକାର ଜାରି କରିଥିବା ଲକ୍‌ଡାଉନ୍‌କୁ ମେ’୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତାମିଲନାଡୁ, ରାଜସ୍ଥାନ ଓ ପୁଡୁଚେରୀରେ ଆଜି ଠାରୁ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। କର୍ଣ୍ଣାଟକାରେ ମଧ୍ୟ ଆଜି ଠାରୁ ମେ’ ୨୪ ତାରିଖ ଯାଏ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଗତକାଲି ଠାରୁ କେରଳରେ ୯ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍ ଆରମ୍ଭ ହୋଇଛି।

 

The post ୨୪ ଘଣ୍ଟାରେ ୩.୬୬ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ, ୩୭୫୪ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/33vEISc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages