ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୬୨୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୫୦୯ ଜଣ କ୍ୱାରେଣ୍ଟାଇନରେ ଥିଲେ। ବାକି ୫୧୧୪ଟି ହେଉଛି ଲୋକାଲ‌୍‍ କେସ‌୍‍। ସେହିପରି ରାଜ୍ୟରେ କରୋନାରେ ଆଉ ୩୫ ଜଣଙ୍କ ମୃତ୍ୟୁ ଘଟିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି କଟକ ଜିଲ୍ଲା। ଏଠାରୁ ୯୯୮ ଜଣ ପଜିଟିଭ‌୍‍ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳ ଜିଲ୍ଲାରୁ ୮୨୩, ସୁନ୍ଦରଗଡ଼ରୁ ୬୯୯, ଯାଜପୁରରୁ ୫୬୦ ଓ ବାଲେଶ୍ୱରରୁ ୫୦୭ ଜଣ ଚିହ୍ନଟ ହୋଇଛନ୍ତି।

ବରଗଡ଼ ଜିଲ୍ଲାରୁ ୨୫୭ ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୪୬୧, ବଲାଙ୍ଗିରରୁ ୧୭୦, ବୌଦ୍ଧରୁ ୨୦୬, ଦେବଗଡ଼ରୁ ୮୬, ଢେଙ୍କାନାଳରୁ ୪୪୧, ଗଜପତିରୁ ୭୬, ଗଞ୍ଜାମରୁ ୧୫୮, ଜଗତସିଂହପୁରରୁ ୩୧୫, ଝାରସୁଗୁଡ଼ାରୁ ୧୮୪, କଳାହାଣ୍ଡିରୁ  ୩୫୨, କନ୍ଧମାଳରୁ ୧୪୧, କେନ୍ଦ୍ରାପଡ଼ାରୁ ୧୯୮, କେନ୍ଦୁଝରରୁ ୧୩୩, ଖୋର୍ଦ୍ଧା ୨୦୨, କୋରାପୁଟରୁ ୨୧୮, ମାଲକାନଗିରିରୁ  ୭୩, ମୟୂରଭଞ୍ଜରୁ ୨୪୯, ନବରଙ୍ଗପୁରରୁ ୩୦୦, ନୟାଗଡ଼ରୁ ୩୧୬, ନୂଆପଡ଼ାରୁ ୫୪, ପୁରୀରୁ ୪୬୨, ରାୟଗଡ଼ାରୁ ୨୨୩, ସମ୍ୱଲପୁରରୁ ୪୨ ଓ ସୋନପୁର ଜିଲ୍ଲାରୁ ୨୬୧ ଜଣ ଚିହ୍ନଟ ହୋଇଛନ୍ତି। ଷ୍ଟେଟ‌୍‍ ପୁଲରୁ ୩୩୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୧,୬୨୩ଟି ନୂଆ କେସ‌୍‍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩ରେ ପହଞ୍ଚିଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୧୨ ହଜାର ୯୯୩ ଜଣ ସୁସ୍ଥ ହୋଇସାରିଛନ୍ତି। ଲକ୍ଷେ ୧୦ ହଜାର ୩୭୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୩୫ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ ୮୪ରେ ପହଞ୍ଚି ଯାଇଛି।

The post ରାଜ୍ୟରେ ୧୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ଆଉ ୩୫ ଜୀବନ appeared first on Odisha Reporter.



from Odisha Reporter https://ift.tt/3vnxUSV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages