ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ, ୩ରୁ ୪ ଘଣ୍ଟା ରଚିବ ତାଣ୍ଡବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ, ୩ରୁ ୪ ଘଣ୍ଟା ରଚିବ ତାଣ୍ଡବ

ନୂଆଦିଲ୍ଲୀ: ଠିକ୍‌ ୯ଟା ବେଳେ ଧାମରା ଠାରେ ପହଞ୍ଚିଛି ବାତ୍ୟା ୟାସ। ବର୍ତ୍ତମାନ ଅତି ଭୀଷଣ ରୂପରେ ଥିବା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରୟା ଆରମ୍ଭ ହୋଇଯାଇଛି। ଧାମରା ଓ ଏହାର ଆଖପାଖ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ କରୁଛି। ଏହି ସମୟରେ ପବନର ବେଗ ୧୩୦ରୁ ୧୪୦ କିମି ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ୪ ଘଣ୍ଟା ଧରି ଚାଲିବ ଓ ଏହି ସମୟରେ ବ୍ୟାପକ କ୍ଷୟକ୍ଷତି ଘଟିବାର ଆଶଙ୍କା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ବର୍ତ୍ତମାନ ୟାସ ବାଲେଶ୍ୱର ଠାରୁ ୫୦ କିମି ଦୂରରେ ରହିଛି। ମଧ୍ୟାହ୍ନ ୧ଟା ସୁଦ୍ଧା ଏହା ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ଦେଇ ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ଚାଲିଥିବାରୁ ସମୁଦ୍ର ଜୁଆର ଉଠିବାର ଆଶଙ୍କା ରହିଛି।


ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବାନୁମାନ ଅନୁଯାୟୀ ବାତ୍ୟା ୟାସ ଧାମରାର ଉତ୍ତର ଓ ଦକ୍ଷିଣ ବାଲେଶ୍ୱର ନିକଟରେ ଲ୍ୟାଣ୍ଡଫଲ କରୁଛି। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ୩ରୁ ୪ଘଣ୍ଟା ଧରି ଚାଲିବ। ଲ୍ୟାଣ୍ଡଫଲ କରୁଥିବାରୁ ପବନର ବେଗ ୧୩୦ରୁ ୧୪୦ କିମି ରହିଛି। ବେଳେବେଳେ ଏହା ୧୫୦ କିମି ଛୁଇଁବାର ମଧ୍ୟ ସମ୍ଭାବନା ରହିଛି। ତେଣୁ ଲୋକମାନଙ୍କୁ ଆଗମୀ ୬ରୁ ୭ ଘଣ୍ଟା ସୁରକ୍ଷିତ ଭାବେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

The post ବାତ୍ୟା ୟାସର ଲ୍ୟାଣ୍ଡଫଲ ଆରମ୍ଭ, ୩ରୁ ୪ ଘଣ୍ଟା ରଚିବ ତାଣ୍ଡବ appeared first on Odisha Reporter.



from Odisha Reporter https://ift.tt/2Stv0x8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages