ରାତି ଅଧରେ ଅକ୍ସିଜେନ୍ ପହଞ୍ଚାଇଲେ ସୋନୁ ସୁଦ, ବଞ୍ଚିଗଲା ୨୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 5, 2021

ରାତି ଅଧରେ ଅକ୍ସିଜେନ୍ ପହଞ୍ଚାଇଲେ ସୋନୁ ସୁଦ, ବଞ୍ଚିଗଲା ୨୨ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ପୁଣି ଲୋକଙ୍କ ପାଇଁ ଭଗବାନଙ୍କ ଦୂତ ସାଜିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍ । ଏଥର ସୋନୁଙ୍କ ପାଇଁ ଅତିକମରେ ୨୨ କରୋନା ରୋଗୀଙ୍କ ଜୀବନ ବଞ୍ଚି ଯାଇଛି । ବିଳମ୍ବିତ ରାତିରେ ବେଙ୍ଗାଲୁରୁର ଏଆରଏକେ ହସ୍ପିଟାଲ ଅକ୍ସିଜେନ ଯୋଗାଇବା ପାଇଁ ଗୁହାରି କରିଥିଲା । ଏହା ପରେ ସୋନୁ ସୁଦ୍ ଓ ତାଙ୍କ ଟିମ୍ ସାରା ରାତି ଅନିଦ୍ରା ରହି କିଛି ଘଣ୍ଟା ଭିତରେ ୧୫ ଅକ୍ସିଜେନ୍ ସିଲିଣ୍ଡରର ବ୍ୟବସ୍ଥା କରିଥିଲେ ।

ରିପୋର୍ଟ ମୁତାବକ, ମଙ୍ଗଳବାର ସୋନୁ ସୁଦ ଚ୍ୟାରିଟି ଫାଉଣ୍ଡେସନର ଜଣେ ସଦସ୍ୟଙ୍କୁ ୟେଲାହଙ୍ଗା ଅଞ୍ଚଳରୁ ଏମଆର୍ ସତ୍ୟନାରାୟଣ ଫୋନ୍ କରିଥିଲେ । ସତ୍ୟନାରାୟଣ କହିଥିଲେ ଯେ ଏଆରଏକେ ହସ୍ପିଟାଲରେ ସ୍ଥିତି ବହୁତ ଖରାପ । ହସ୍ପିଟାଲରେ ଅକ୍ସିଜେନର ଅଭାବ କାରଣରୁ ପୂର୍ବରୁ ହିଁ ଦୁଇଜଣଙ୍କ ଜୀବନ ଚାଲିଯାଇଛି ।

ଏହି ଖବର ପାଇବା ପରେ ସୋନୁ ସୁଦ୍ ଓ ତାଙ୍କ ପୂରା ଟିମ୍ ଅଧ ରାତିରେ ଅକ୍ସିଜେନ୍ ସିଲିଣ୍ଡର ଯୋଗାଡ଼ରେ ଲାଗି ପଡ଼ିଥିଲେ । ବିଳମ୍ବିତ ରାତିରେ ସୋନୁ ନିଜର ସମସ୍ତ ସହଯୋଗୀଙ୍କୁ ଫୋନ୍ କରି ଏମରଜେନ୍ସି ଥିବା ଜଣାଇଥିଲେ । କିଛି ଘଣ୍ଟା ପରେ ସୋନୁ ସୁଦ୍ ଓ ତାଙ୍କ ଟିମ୍ ୧୫ ଅକ୍ସିଜେନ୍ ସିଲିଣ୍ଡର ନେଇ ହସ୍ପିଟାଲରେ ପହଞ୍ଚି ଯାଇଥିଲା ।

ବର୍ତ୍ତମାନ ପରିସ୍ଥିତିରେ ଲୋକଙ୍କ ଜୀବନ ବଞ୍ଚାଇବା ସବୁଠାରୁ ବଡ଼ ଉପଲବ୍ଧି । ସୋନୁ ସୁଦ୍ କହନ୍ତି ଯେ ‘ଏହା ଏକ ଟିମ୍ ୱାର୍କ ଏବଂ ଆମର ସାଥୀମାନେ ଦେଶବାସୀଙ୍କ ସେବା କରିବା ପାଇଁ ସ୍ୱୟଂ ଇଚ୍ଛାଶକ୍ତି ଦେଖାଇଛନ୍ତି । ଆମକୁ ଯେମିତି ଇନ୍ସପେକ୍ଟର ସତ୍ୟନାରାୟଣଙ୍କ ଫୋନ୍ ଆସିଲା, ଆମେ କିଛି ମିନିଟ୍ ଭିତରେ କାମ କରିବା ଆରମ୍ଭ କରିଦେଲୁ । ଟିମ୍ ସାରା ରାତି ଆଉ କିଛି ନଭାବି କେବଳ ହସ୍ପିଟାଲକୁ ଅକ୍ସିଜେନ୍ ଯୋଗାଇବାରେ ଲାଗି ପଡ଼ିଲେ । ଯଦି ବିଳମ୍ବ ହୋଇଥାନ୍ତା, ତାହେଲେ ଅନେକ ସମ୍ପର୍କୀୟ ନିଜ ଲୋକଙ୍କୁ ହରାଇ ବସିଥାନ୍ତେ ।

ସୋନୁ ସୁଦ୍ ଆହୁରି କହିଛନ୍ତି, ଯେଉଁମାନେ ଗତ ରାତିରେ ଏତେ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି, ସେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋ ଟିମ୍ ସଦସ୍ୟଙ୍କ ଏନି ନିଷ୍ଠା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି । ମୋ ଟିମ୍ ସଦସ୍ୟଙ୍କ ଉପରେ ମୁଁ ଗର୍ବିତ ।

ମଙ୍ଗଳବାର ରାତିରେ ହୋଇଥିବା ଏହି ମିଶନ୍ ଅକ୍ସିଜେନ୍ ଅପରେସନରେ ସୋନୁ ସୁଦଙ୍କ ଟିମ୍ ସହ ପୁଲିସ୍ ମଧ୍ୟ ଖୁବ୍ ସହାୟତା କରିଛି । ଜଣେ ରୋଗୀଙ୍କୁ ସ୍ଥାନ୍ତାନ୍ତର କରାଯିବାର ଥିଲା । କିନ୍ତୁ କୌଣସି ଆମ୍ବୁଲାନ୍ସ ଡ୍ରାଇଭର ନଥିଲେ । ଏଭଳି ସ୍ଥିତିରେ ପୁଲିସ୍ ରୋଗୀଙ୍କୁ ନେଇ ଅନ୍ୟ ଏକ ହସ୍ପିଟାଲ ଯାଇଥିଲେ ।

The post ରାତି ଅଧରେ ଅକ୍ସିଜେନ୍ ପହଞ୍ଚାଇଲେ ସୋନୁ ସୁଦ, ବଞ୍ଚିଗଲା ୨୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3tqLSli

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages