ସିଡନୀ: କ୍ରିକେଟ୍ ଜଗତରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର, ଯାହା ସମସ୍ତଙ୍କ ଚକିତ କରିଦେଇଛି । ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍ ସ୍ପିନର ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ଘର ଭିତରୁ ଅପହରଣ କରାଯାଇଥିବା ଖବର ଅଷ୍ଟ୍ରେଲିଆ ଗଣମାଧ୍ୟମ ସୂଚନା ଦେଇଛି। ମ୍ୟାକଗିଲଙ୍କ ଗତ ମାସରେ ସିଡନୀସ୍ଥିତ ତାଙ୍କ ଘରୁ କିଛି ଦୃବୁର୍ତ୍ତ ଉଠାଇ ନେଇଥିଲେ, କିନ୍ତୁ ଘଣ୍ଟାଏ ପରେ ତାଙ୍କୁ ଛାଡି ଦେଇଥିଲେ। ଏହି ମାମଲାରେ ଅଷ୍ଟ୍ରେଲିଆ ପୁଲିସ୍ ବୁଧବାର ଚାରିଜଣ ଲୋକଙ୍କୁ ଗିରଫ କରିଛି। ଏହି ଗିରଫଦାରୀ ପରେ ଅଷ୍ଟ୍ରେଲିଆ ପୁଲିସ୍ ବିସ୍ତୁତ ସୂଚନା ଦେଇଛି ।
ନ୍ୟୁ ସାଉଥ୍ ୱେଲ୍ସ ପୁଲିସ୍ କହିଛି, ଗତ ଏପ୍ରିଲ୍ ୧୪ ତାରିଖରେ ୫୦ ବର୍ଷୀୟ ଷ୍ଟୁଆର୍ଟ ମ୍ୟାକଗିଲଙ୍କୁ ତିନିତଣ ଲୋକେ ଅପହରଣ କରି ନେଇଥିଲେ । ସେମାନେ ମ୍ୟାକଗିଲଙ୍କୁ ସହରର ଏକ ବାହ୍ୟ ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଖୁବ୍ ମାରପିଟ୍ କରିଥିଲେ । ଏପରିକି ବନ୍ଧୁକ ଦେଖାଇ ମ୍ୟାକଗିଲଙ୍କ ଧମକାଇ ଥିଲେ। ତେବେ ଘଣ୍ଟାଏ ପରେ ମ୍ୟାକଗିଲଙ୍କୁ ସେମାନେ ଛାଡ଼ି ଦେଇଥିଲେ। ନ୍ୟୁ ସାଉଥ୍ ୱେଲ୍ସର ପୁଲିସ୍ ଅଧୀକ୍ଷକ ଆନ୍ଥୋନୀ ହୋଲ୍ଟନ୍ କହିଛନ୍ତି, ମୁଁ ଜାଣିଛି ଯେ ତାଙ୍କୁ ଘଣ୍ଟାଏ ରଖାଯାଇଥିଲା ଏବଂ ଏହି ସମୟ ତାଙ୍କ ପାଇଁ ଅତି ଭୟଙ୍କର ଥିଲା।
ହୋଲ୍ଟନ୍ କହିଛନ୍ତି, ‘ଯେଉଁମାନେ ଅପହରଣ କରିଥିଲେ, ସେଥିମଧ୍ୟରୁ ଜଣେ ମ୍ୟାକଗିଲଙ୍କ ଜଣାଶୁଣା ଥିଲେ। ମ୍ୟାକଗିଲ୍ ଏହି ଘଟଣାକୁ ମନେ ପକାଇ ଏବେବି ଭୟଭୀତ ହୋଇପଡ଼ୁଛନ୍ତି।’ ବହୁ ତଦନ୍ତ କଲା ପରେ ପୁଲିସ୍ ଷ୍ଟ୍ରାଇକ୍ ଫୋର୍ସ ଓ ଦଙ୍ଗା ଅଧିକାରୀ ବୁଧବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୬ଟା ବେଳେ ୨୭, ୨୯, ୪୨ ଓ ୪୬ ବୟସ ବର୍ଗର ଚାରିଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଲୋକଙ୍କୁ ପୁଲିସ୍ ଷ୍ଟେସନ ନିଆଯାଇଛି ଏବଂ ସେମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଇଛି । ଗିରଫ ବ୍ୟକ୍ତିଙ୍କ ନାଁ ଖୁଲାସା କରାଯାଇନାହିଁ ।
ସୂଚନାଯୋଗ୍ୟ, ମ୍ୟାକଗିଲ୍ ଅଷ୍ଟ୍ରେଲିଆର ଅନ୍ୟତମ ସଫଳ ସ୍ପିନର୍ । ତେବେ ଶେନ୍ ୱାର୍ଣ୍ଣଙ୍କ କାରଣରୁ ତାଙ୍କ କ୍ୟାରିୟର ପ୍ରଭାବିତ ହୋଇଥିଲା । ମ୍ୟାକଗିଲ୍ ୧୯୮୮ରୁ ୨୦୦୮ ଭିତରେ ୪୪ ଟେଷ୍ଟ ଖେଳି ୨୯.୦୨ ହାରରେ ୨୦୮ ୱିକେଟ୍ ନେଇଛନ୍ତି ।
The post ଘର ଭିତରୁ ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଉଠାଇ ନେଲେ, ଖୁବ୍ ମାରପିଟ୍ କଲେ appeared first on Odisha Reporter.
from Odisha Reporter https://ift.tt/3un13Np
No comments:
Post a Comment