ଭୋଟ ଦେବା ପାଇଁ ଗାଁକୁ ଆସିଲେ ପ୍ରବାସୀ: ବଢ଼ିଲା ସଂକ୍ରମଣ, ଗଲାଣି ୨୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ଭୋଟ ଦେବା ପାଇଁ ଗାଁକୁ ଆସିଲେ ପ୍ରବାସୀ: ବଢ଼ିଲା ସଂକ୍ରମଣ, ଗଲାଣି ୨୨ ଜୀବନ

ଗୋଣ୍ଡା: ମୁମ୍ବାଇରେ ରହି କାମ କରୁଥିବା ଲୋକମାନେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଉତ୍ତର ପ୍ରଦେଶର ବିଭିନ୍ନ ଗାଁକୁ ଫେରିଥିଲା। ପ୍ରବାସୀ ଫେରିବା ଯୋଗୁ ରାଜ୍ୟର ଗ୍ରାମାଞ୍ଚଳରେ ସଂକ୍ରମଣ ଦ୍ରୁତଗତିରେ ମାଡ଼ିଥିବା ଆଶଙ୍କା ପ୍ରକାଶ ପାଇଛି। ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲା ନିନ୍ଦୁରା ଗାଁରେ କିଛି ଦିନ ମଧ୍ୟରେ ୨୨ ଜଣ ଲୋକ କରୋନା ଲକ୍ଷଣ ଥାଇ ପ୍ରାଣ ହରାଇଛନ୍ତି। ସେମାନଙ୍କ ପାଖରେ ଠିକ୍‌ ଭାବେ ମେଡିକାଲ ସୁବିଧା ନ ପହଞ୍ଚିବାରୁ ସେମାନେ ପ୍ରାଣ ହରାଇଥିବା କୁହାଯାଉଛି।

ମହାରାଷ୍ଟ୍ରରେ ଲକଡାଉନ ହେବା ପରେ ମୁମ୍ବାଇରେ କାମ କରୁଥିବା ଲୋକମାନେ ଏହି ଗାଁକୁ ଫେରିଥିଲେ। ଏହାପୂର୍ବରୁ ଗାଁରେ ସବୁ କିଛି ଠିକ ଠାକ ଥିଲା। ମୁମ୍ବାଇରୁ ଫେରିଥିବା ଅଧିକାଂଶ ଲୋକ କେବଳ ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ଆସିଥିଲେ। ଏହି କାରଣରୁ ସଂକ୍ରମଣ ବଢ଼ିଥିଲା ବୋଲି ଗାଁ ଲୋକମାନେ କହିଛନ୍ତି।

ଗାଁରେ କରୋନା ଗୋଟିଏ ଦିନରେ ବାପ-ପୁଅଙ୍କ ଜୀବନ ନେଇଛି। ୨୮ ବର୍ଷୀୟ ମହମ୍ମଦ ଅର୍ଶଦ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରି କୋଲନେଲଗଞ୍ଜ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଣ ହରାଇଛନ୍ତି। ତାଙ୍କ ଅକାଳ ବିୟୋଗରେ ତାଙ୍କ ପତ୍ନୀ ଓ ୩ ପିଲା ଏବେ ଏକା ହୋଇଯାଇଛନ୍ତି। ତାଙ୍କ ବାପା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ସମାନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ।

ପୁଅ ପରିବାର ୨ ଦିନ ପରେ ୪୦ ବର୍ଷୀୟ ବାପା ମଧ୍ୟ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ଗାଁରେ କରୋନା ଟେଷ୍ଟ କରିବାକୁ କେହି ଆସୁ ନାହାନ୍ତି ଓ କେହି ବି ଲୋକଙ୍କୁ ମେଡିସିନ କିଟ୍‌ ଦେଉ ନାହାନ୍ତି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି। ୩୫ ବର୍ଷୀୟ ଜାମେଉଦ୍ଦିନ ଖାନ ମଧ୍ୟ କରୋନା ଲକ୍ଷଣ ଥିବା ତାଙ୍କ ୬୦ ବର୍ଷୀୟ ବାପା ଫାରୁକଦ୍ଦିନଙ୍କୁ ହରାଇଛନ୍ତି।

ଲକ୍ଷଣ ପ୍ରକାଶ ପାଇବାରୁ ସେ ତାଙ୍କ ବାପାଙ୍କୁ କୋଲନେଲଗଞ୍ଜ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଅକ୍ସିଜେନ ସିଷ୍ଟମ ବେଡ୍‌ ନଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ଫାରୁକଦ୍ଦିନଙ୍କୁ ଆଡମିଟ୍‌ କରିବାକୁ ମନା କରିଦେଇଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହଯୋଗ ମିଳି ନଥିବା ସେ କହିଛନ୍ତି।

ଏଭଳି ଭାବେ ଗଲା କିଛି ଦିନ ମଧ୍ୟରେ କରୋନାରେ ଆକ୍ରାନ୍ତ ଓ କରୋନା ଲକ୍ଷଣ ଥାଇ ୨୨ ଜଣ ଲୋକ ଏହି ଗାଁରେ ପ୍ରାଣ ହରାଇ ସାରିଲେଣି। ପ୍ରଶାସନ ପକ୍ଷରୁ ଟେଷ୍ଟିଂକୁ ଏବେ ଜୋରଦାର କରାଯାଉଛି।

The post ଭୋଟ ଦେବା ପାଇଁ ଗାଁକୁ ଆସିଲେ ପ୍ରବାସୀ: ବଢ଼ିଲା ସଂକ୍ରମଣ, ଗଲାଣି ୨୨ ଜୀବନ appeared first on Odisha Reporter.



from Odisha Reporter https://ift.tt/3bLM4W6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages