ଦିନକରେ ୨୦.୬୬ ଲକ୍ଷ ଟେଷ୍ଟ: ଆଉ ୪୧୯୪ ଜଣଙ୍କ ଜୀବନ ନେଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ଦିନକରେ ୨୦.୬୬ ଲକ୍ଷ ଟେଷ୍ଟ: ଆଉ ୪୧୯୪ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ: ଦେଶରେ ଦୈନିକ ୨୦ ଲକ୍ଷରୁ ଅଧିକ ନମୁନା ଟେଷ୍ଟିଂ ହେଉଛି। ଆଶ୍ୱସ୍ତିର ଖବର ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ସଂକ୍ରମଣ ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁନି। ପ୍ରତିଦିନ ୪ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରେ ଲାଗିଛନ୍ତି।

୨୪ ଘଣ୍ଟା ମଧ୍ୟରେ ଆଉ ୪୧୯୪ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ମୃତ୍ୟୁସଂଖ୍ୟା ହ୍ରାସ ନ ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବୁଧବାର ଦେଶରେ ରେକର୍ଡ ୪୫୨୯ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏହାପରଠାରୁ ମୃତକଙ୍କ ସଂଖ୍ୟା କମୁଥିଲେ ହେଁ ଏହା ୪ ହଜାର ତଳକୁ ଖସୁନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ମୋଟ ୨୦, ୬୬,୨୮୫ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ମଧ୍ୟରୁ ୨,୫୭,୨୯୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୬୨,୮୯,୨୯୦ରେ ପହଞ୍ଚି ଯାଇଛି।

ସବୁଦିନ ଭଳି ଆଜି ମଧ୍ୟ ସଂକ୍ରମିତଙ୍କ ଅପେକ୍ଷା ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଦିନକରେ ୩,୫୭,୬୩୦ ଜଣ କରୋନାକୁ ହରାଇ ଦେଇଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶର ମୋଟ ସୁସ୍ଥଙ୍କ ସଂଖ୍ୟା ୨,୩୦,୭୦,୩୬୫ ଛୁଇଁଛି। ସେହିପରି ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୦ ଲକ୍ଷ ତଳକୁ ଖସି ଯାଇଛି। ଦେଶରେ ଆଜି ସକାଳ ସୁଦ୍ଧା ମୋଟ ୨୯,୨୩,୪୦୦ ସକ୍ରିୟ ମାମଲା ରହିଛି।


ଗୋଟିଏ ଦିନରେ ଆଉ ୪୧୯୪ ଜଣଙ୍କ ଜୀବନ ଯାଇଛି। ଗତକାଲି କରୋନା ୪୨୦୯ ଜଣଙ୍କ ଜୀବନ ନେଇଥିଲା। ଏହାର ଅର୍ଥ ଦୈନିକ ମୃତ୍ୟୁସଂଖ୍ୟା ସାମାନ୍ୟ କମିଛି। ନୂଆ ମୃତକଙ୍କୁ ମିଶାଇ ଦେଶର କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ପାଖରେ ପହଞ୍ଚିବାକୁ ବସିଲାଣି। ଏବେ ଦେଶର ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨,୯୫,୫୨୫କୁ ବୃଦ୍ଧି ପାଇଛି। ଏଯାଏ ୧୯,୩୩, ୭୨, ୮୧୯ ଜଣଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ଦିଆଯାଇଛି।

୨୪ ଘଣ୍ଟା ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୬,୧୮୪ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକାରେ ୩୨,୨୧୮, କେରଳରେ ୨୯,୬୭୩, ମହାରାଷ୍ଟ୍ରରେ ୨୯,୬୪୪ ଓ ଆନ୍ଧ୍ର ପ୍ରଦେଶରେ ୨୦,୯୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଦିନକରେ ମହାରାଷ୍ଟ୍ରରେ ସର୍ବାଧିକ ୧୨୬୩ ଜଣ ପ୍ରାଣ ହରାଇଥିବା ବେଳେ କର୍ଣ୍ଣାଟକାରେ ୩୫୩, ତାମିଲନାଡୁରେ ୪୬୭, ଉତ୍ତର ପ୍ରଦେଶରେ ୧୭୨, ଉତ୍ତରାଖଣ୍ଡରେ ୧୧୬, ରାଜସ୍ଥାନରେ ୧୨୯, ପଞ୍ଜାବରେ ୧୭୨, ମଧ୍ୟପ୍ରଦେଶରେ ୭୯, କେରଳରେ ୧୪୨, ହିମାଚଳ ପ୍ରଦେଶରେ ୫୭, ଦିଲ୍ଲୀରେ ୨୫୨, ହରିଆଣାରେ ୧୧୨, ଛତିଶଗଡ଼ରେ ୯୬, ବିହାରରେ ୯୮, ପଶ୍ଚିମବଙ୍ଗରେ ୧୫୯ ଓ ଆନ୍ଧ୍ର ପ୍ରଦେଶରେ ୧୦୪ ଜଣଙ୍କ ଜୀବନ ଯାଇଛି।

The post ଦିନକରେ ୨୦.୬୬ ଲକ୍ଷ ଟେଷ୍ଟ: ଆଉ ୪୧୯୪ ଜଣଙ୍କ ଜୀବନ ନେଲା କରୋନା appeared first on Odisha Reporter.



from Odisha Reporter https://ift.tt/3hLJdjY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages