ରାଜ୍ୟରେ ପ୍ରଥମ ଥର ଦୈନିକ କରୋନା ସଂକ୍ରମଣ ୧୨ ହଜାର ଡେଇଁଲା, ସୁନ୍ଦରଗଡ଼ରେ ୨ ହଜାରୁ ଅଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ରାଜ୍ୟରେ ପ୍ରଥମ ଥର ଦୈନିକ କରୋନା ସଂକ୍ରମଣ ୧୨ ହଜାର ଡେଇଁଲା, ସୁନ୍ଦରଗଡ଼ରେ ୨ ହଜାରୁ ଅଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ । କିଛି ଦିନ ତଳେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଡେଇଁଥିବା ବେଳେ ଏବେ ଏହା ୧୨ ହଜାର ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ଦୈନିକ ସଂକ୍ରମଣ ୨ ହଜାର ବା ତା’ଠାରୁ ଅଧିକ ରହିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାରୁ ୫୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସମ୍ବଲପୁରରୁ ୫୪୪, ଅନୁଗୋଳ ଜିଲ୍ଲାରୁ ୪୮୦, ବାଲେଶ୍ୱରରୁ ୪୩୭, ବରଗଡ଼ରୁ ୪୭୫, ଭଦ୍ରକରୁ ୩୮୧,ଗଞ୍ଜାମରୁ ୩୧୨, ଯାଜପୁରରୁ ୩୧୮, ଝାରସୁଗୁଡ଼ାରୁ ୩୦୬ ଓ ପୁରୀରୁ ୩୬୯ ଜଣ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୩୫୭ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ବଲାଙ୍ଗିର ଜିଲ୍ଲାରୁ ୨୬୦ ଜଣ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧରୁ ୧୨୮, ଦେବଗଡ଼ରୁ ୬୦, ଢେଙ୍କାନାଳରୁ ୧୪୨, ଗଜପତିରୁ ୯୧, ଜଗତସିଂହପୁରରୁ ୧୬୮, କନ୍ଧମାଳରୁ ୬୯, କେନ୍ଦ୍ରାପଡ଼ାରୁ ୧୯୨, କେନ୍ଦୁଝରରୁ ୧୭୯, କୋରାପୁଟରୁ ୧୩୦, ମାଲକାନଗିରିରୁ ୬୦, ମୟୂରଭଞ୍ଜରୁ ୨୫୭, ନବରଙ୍ଗପୁରରୁ ୨୮୨, ନୟାଗଡ଼ରୁ ୧୯୪, ନୂଆପଡ଼ାରୁ ୨୯୦, ରାୟଗଡ଼ାରୁ ୨୦୧ ଓ ସୋନପୁରରୁ ୧୫୯ ଜଣ ଚିହ୍ନଟ ହୋଇଛନ୍ତି ।

୧୨,୨୩୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୧୨ ହଜାର ୪୦୦ରେ ପହଂଚି ଯାଇଛି।

1. Angul: 480
2. Balasore: 437
3. Bargarh: 475
4. Bhadrak: 381
5. Balangir: 260
6. Boudh: 128
7. Cuttack: 916
8. Deogarh: 60
9. Dhenkanal: 142
10. Gajapati: 91
11. Ganjam: 312
12. Jagatsinghpur: 168
13. Jajpur: 318
14. Jharsuguda: 306
15. Kalahandi: 580
16. Kandhamal: 69
17. Kendrapada: 192
18. Keonjhar: 179
19. Khurda: 1828
20. Koraput: 130
21. Malkangiri: 60
22. Mayurbhanj: 257
23. Nawarangpur: 282
24. Nayagarh: 194
25. Nuapada: 290
26. Puri: 369
27. Rayagada: 201
28. Sambalpur: 544
29. Sonepur: 159
30. Sundargarh: 2073
31. State Pool: 357

The post ରାଜ୍ୟରେ ପ୍ରଥମ ଥର ଦୈନିକ କରୋନା ସଂକ୍ରମଣ ୧୨ ହଜାର ଡେଇଁଲା, ସୁନ୍ଦରଗଡ଼ରେ ୨ ହଜାରୁ ଅଧିକ appeared first on Odisha Reporter.



from Odisha Reporter https://ift.tt/3xRQVyh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages