ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘାତକ ସାଜିଲାଣି ମେ’। ରାଜ୍ୟରେ ଆଜି ମହାମାରୀ ଲମ୍ବ ଡିଆଁ ମାରି ୧୨ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ଆଖି ପିଛୁଳାକେ ମାଡ଼ି ଚାଲିଛି।
ଗତକାଲି ରାଜ୍ୟରେ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୯ ଛୁଇଁଛି । ଦ୍ୱିତୀୟ ଲହର ଆସିବା ପରଠୁ ଏହା ଦୈନିକ ସର୍ବାଧିକ ମୃତ୍ୟସଂଖ୍ୟା ବୋଲି ଜଣାଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨,୧୪୦କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ଼ ଜିଲ୍ଲାରୁ ୨୦୭୩ ଜଣ ଅଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ କୌଣସି ଜିଲ୍ଲାରୁ ଦୈନିକ ସଂକ୍ରମଣ ୨ ହଜାର ବା ତା’ଠାରୁ ଅଧିକ ରହିଛି । ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଏଠାରୁ ୧୮୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ଜିଲ୍ଲାରୁ ୯୧୬ ଜଣ ଚିହ୍ନଟ ହୋଇଛନ୍ତି ।
The post ଘାତକ ସାଜିଲାଣି ମେ’, ରାଜ୍ୟରେ ଆଖି ବୁଜିଲେ ୧୯ ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/2RytNEA
No comments:
Post a Comment