ବେଜିଂ: ଚାଇନାର ଉହାନ ଭାଇରସକୁ ନେଇ ସାରା ବିଶ୍ୱ ଏବ କଲବଲ ହେଉଛି। ଏହାରି ଭିତରେ ଚାଇନାର ଏକ ରକେଟ ପୃଥିବୀ ଗ୍ରହ ଆଡକୁ ଖସୁଛି। ଯାହାକି ବିପଦ ଜନକ ବୋଲି ଜଣାପଡ଼ିଛି। ଏହା ଯେଉଁଠି ପଡିବ ସେଠିକାର ଆଖା ପାଖ ଅଞ୍ଚଳ ଧ୍ୱଂସ ହୋଇଯିବ ବୋଲି କୁହାଯାଉଛି। ବିଶ୍ୱର ଅନେକ ବୈଜ୍ଞାନିକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଡ୍ରାଗନ କିନ୍ତୁ ଏବାବଦରେ ଚୁପ୍ ହୋଇ ବସିଛି। ବେଜିଂର ଏହି ରକେଟ ନାଁ ହେଉଛି ‘ଲଙ୍ଗ ମାର୍ଚ୍ଚ 5ବି’ (Long March 5B rocket)। ଆମେରିକା ଏହି ରକେଟ ଉପରେ ଏବେ ତୀକ୍ଷ୍ଣ ନଜର ରଖିଛି।
ଗତ ସପ୍ତାହରେ ଏହି ରକେଟକୁ ନିଜ ସ୍ପେସ ସେଣ୍ଟରରୁ ପଠାଇଥିଲା ଚାଇନା। ଏବେ ସପ୍ତାହକ ପରେ ପୁଣିଥରେ ଏହି ରକେଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଯାଉଛି। ଏହି ‘ଲଙ୍ଗ ମାର୍ଚ୍ଚ 5ବି ରକେଟ’ ଯେଉଁଠି ଖସିବ ସେଠାରେ ବହୁତ କ୍ଷତି ପହଞ୍ଚିବ ବୋଲି ଜଣାପଡ଼ିଛି।
ମଙ୍ଗଳବାର ପେଣ୍ଟାଗନ୍ କହିଛି ଯେ ଚାଇନାର ଏହି ‘ଲଙ୍ଗ ମାର୍ଚ୍ଚ 5ବି ରକେଟ’ ଉପରେ ସେ ନଜର ରଖିଛି। ଯାହାକି ନିୟନ୍ତ୍ରଣ ବାହାରକୁ ଯାଇଛି। ଆଗାମୀ କିଛି ଦିନ ମଧ୍ୟରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିବାକୁ ଯାଉଛି।
ଏ ପ୍ରସଙ୍ଗରେ ଚାଇାନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ୱାଙ୍ଗ ୱେନବିନ କିଛି ଜବାବ ଦେଇ ନାହାନ୍ତି। କିନ୍ତୁ ରକେଟ ଖସୁଥିବାରୁ ଏଥିରୁ ଉତ୍ପନ୍ନ ପରିସ୍ଥିତିର ମୁକାବିଲା ପାଇଁ ଚାଇନା କ’ଣ ପଦକ୍ଷେପ ନେଉଛି ବୋଲି ପଚରାଯିବାରୁ ୱାଙ୍ଗ କହିଛନ୍ତି ଯେ ଏହା ଜଣେ ଦକ୍ଷ ଅଧିକାରୀଙ୍କୁ ପଚାରିବା ଦରକାର।
ସେ କହିଛନ୍ତି, ଚାଇନା ବାହାର ମହାକାଶରେ ଶାନ୍ତିପୂର୍ଣ୍ଣ ଭାବରେ ବ୍ୟବହାର କରିବା ପାଇଁ ପ୍ରତିବଦ୍ଧ। ଆମେ ସବୁ ପକ୍ଷ ସହିତ କାମ କରିବାକୁ ପ୍ରସ୍ତୁତ। ଚାଇନା ଏହାର ସ୍ପେସ୍ ଷ୍ଟେସନର କିଛି ଅଂଶ ଉତକ୍ଷେପଣ ପାଇଁ ରକେଟ୍ ବ୍ୟବହାର କରିଥିଲା। ଅନ୍ୟପକ୍ଷରେ ଚାଇନାର ବିଶେଷଜ୍ଞଙ୍କ କହିଛନ୍ତି ଯେ ଏହି ରକେଟର କିଛି ଅଂଶ ସମୁଦ୍ର ଭିତରେ ପଶିଯିବ।
The post ପୃଥିବୀ ଆଡକୁ ଖସୁଛି ଚାଇନା ରକେଟ୍, ବଢ଼ାଇଲା ଚିନ୍ତା appeared first on Odisha Reporter.
from Odisha Reporter https://ift.tt/3nWbxky
No comments:
Post a Comment