ସରକାରଙ୍କ ବଡ଼ ଘୋଷଣା: ଚାଉଳ କାର୍ଡ ହିତାଧିକାରୀଙ୍କୁ ମିଳିବ ୨ ହଜାର ଲେଖାଏ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ସରକାରଙ୍କ ବଡ଼ ଘୋଷଣା: ଚାଉଳ କାର୍ଡ ହିତାଧିକାରୀଙ୍କୁ ମିଳିବ ୨ ହଜାର ଲେଖାଏ ଟଙ୍କା

ଚେନ୍ନାଇ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏକାଧିକ ବଡ଼ ଘୋଷଣା କରିଛନ୍ତି ଏମକେ ଷ୍ଟାଲିନ। ମହାମାରୀ କରୋନା ପାଇଁ ଜାରି କଟକଣା ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାରୁ ସରକାରୀ ଚାଉଳ ପାଉଥିବା ହିତାଧିକାରୀଙ୍କୁ ତାମିଲନାଡୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ।

ପ୍ରତ୍ୟେକ ଚାଉଳ କାର୍ଡଧାରୀଙ୍କୁ ସରକାର ୨ ହଜାର ଲେଖାଏ ଟଙ୍କା ଯୋଗାଇ ଦେବେ ବୋଲି ଷ୍ଟାଲିନ ଘୋଷଣା କରିଛନ୍ତି। ସେହିପରି ବେସରକାରୀ ହସ୍ପିଟାଲରେ ଏଣିକି କରୋନା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ରାଜ୍ୟର ସ୍ୱାସ୍ଥ୍ୟବୀମା ଅଧିନରେ କରୋନା ରୋଗୀଙ୍କ ସମସ୍ତ ଖର୍ଚ୍ଚ ପ୍ରଦାନ କରାଯିବ। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଗୋଟିଏ ଦସ୍ତାବିଜ୍‌ରେ ଦସ୍ତଖତ କରିଛନ୍ତି। ଏହି ଦସ୍ତାବିଜ୍‌ରେ ପ୍ରତି ଚାଉଳ କାର୍ଡ ହିତାଧିକାରୀଙ୍କୁ ୨ ହଜାର ଲେଖାଏ ଟଙ୍କା ମିଳିବାର ବ୍ୟବସ୍ଥା ହୋଇଛି। ଏହି ଯୋଜନା ଦ୍ୱାରା ୨.୦୭ କୋଟି ପରିବାର ଉପକୃତ ହେବେ।

ସେହିପରି ନୂଆ ଯୋଜନା ଦ୍ୱାରା ସରକାରଙ୍କୁ ୪୧୫୩.୩୯ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ। ଏହାବାଦ୍‌ ମହିଳାମାନେ ମାଗଣାରେ ଟାଉନ ବସ୍‌ରେ ଯିବା ଆସିବା କରିପାରିବେ। ଏଥିପାଇଁ ପରିବହନ କର୍ପୋରେସନକୁ ସରକାର ଅତିରିକ୍ତ ୧୨ଶହ କୋଟି ଟଙ୍କା ଦେବେ। କ୍ଷୀରର ଦାମ ମଧ୍ୟ ସରକାର ୩ ଟଙ୍କା ହ୍ରାସ କରିଛନ୍ତି।

ନିର୍ବାଚନ ପ୍ରଚାର ବେଳେ ଷ୍ଟାଲିନ ଲୋକଙ୍କ ଅଭିଯୋଗ ଶୁଣି ୧୦୦ ଦିନରେ ସାମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିପାଇଁ ନୂଆ ବିଭାଗ ମଧ୍ୟ ଗଠନ ହେବ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦିନରେ ସେ ପ୍ରତିଶ୍ରୁତି ମୁତାବକ “ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ” ନାଁରେ ଗୋଟିଏ ବିଭାଗ ଗଠନ କରିଛନ୍ତି। ଏହି ବିଭାଗ ପାଇଁ ଜଣେ ଆଇଏଏସ୍‌ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି।

The post ସରକାରଙ୍କ ବଡ଼ ଘୋଷଣା: ଚାଉଳ କାର୍ଡ ହିତାଧିକାରୀଙ୍କୁ ମିଳିବ ୨ ହଜାର ଲେଖାଏ ଟଙ୍କା appeared first on Odisha Reporter.



from Odisha Reporter https://ift.tt/2RziI5W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages