୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ କେରଳ ଛୁଇଁବ। କେରଳ ଉପରେ ମୌସୁମୀ ଆରମ୍ଭ ହେବାର ସାଧାରଣ ତାରିଖ ହେଉଛି ଜୁନ୍ ୧। ଦେଶର ବାର୍ଷିକ ୭୦% ବର୍ଷା ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ରେକର୍ଡ କରାଯାଏ।

ଗୁରୁବାର ଦିନ ଭୂବିଜ୍ଞାନ ମନ୍ତ୍ରାଳୟର ସଚିବ ଏମ ରାଜୀବ ଟୁଇଟ୍ କରି କହିଛନ୍ତି ଯେ, ଆଇଏମଡିର ଇଆରପି (Extended Range Forecas) ସୂଚନା ଦେଇଛି ଯେ ମୌସୁମୀ ଠିକ୍ ସମୟରେ କେରଳ ଛୁଇଁବ। ପ୍ରତି ଗୁରୁବାର ଆଇଏମଡି ଇଆରଏଫ ବାବଦରେ ସୂଚନା ଦେବା ସହିତ ଆଗାମୀ ୪ ସପ୍ତାହର ପାଣିପାଗ ସୂଚନା ଦିଏ। ଏହି ଅବସରରେ କେରଳରେ ମୌସୁମୀ ବାୟୁ ଠିକ୍ ସମୟରେ ଛୁଇଁବ ବୋଲି କହିଛି।

ଆଇଏମଡି ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୫ ତାରିଖରେ ସୂଚନା ଦେବ। ସେତେବେଳକୁ ମୌସୁମୀର ଚିତ୍ର ଆଉ ଟିକିଏ ସ୍ପଷ୍ଟ ହୋଇଯିବ। ଆଣ୍ଡାମାନ ସାଗରରେ ମୌସୁମୀ ସଠିକ ତାରିଖ ଏବଂ ଏହାର ପ୍ରଗତି ମଧ୍ୟପ୍ରଦେଶ ଭାରତରେ ପହଞ୍ଚିବା ପାଇଁ ପୂର୍ବାନୁମାନକାରୀମାନେ ଅଧିକ ଆତ୍ମବିଶ୍ୱାସ କରିବେ। ।

ଏହା ପୂର୍ବରୁ ଏପ୍ରିଲ ୧୬ରେ ଆଇଏମଡି ମୌସୁମୀ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ ଚଳିତ ବର୍ଷ ଜୁନ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ୪୦ ପ୍ରତିଶତ ରହିଛି। ତେବେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମାତ୍ର ୨୧ ପ୍ରତିଶତ ବୋଲି ପାଣିପାଗ ବିଭାଗ କହିଥିଲା। ମୌସୁମୀ ବର୍ଷା ପ୍ରାୟ ୯୮% ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି।

ଚଳିତ ବର୍ଷ ସ୍ୱାଭାବିକ ମୌସୁମୀ ବୃଷ୍ଟିପାତ ହେଲେ ଲଗାତାର ତୃତୀୟ ବର୍ଷ ପାଇଁ ଏପରି ହେବ ବୋଲି କୁହାଯାଉଛି। ୨୦୧୯ ଓ ୨୦୨୦ ମୌସୁମୀରେ ମଧ୍ୟ ସ୍ୱାଭାବିକ ବୃଷ୍ଟିପାତ ହୋଇଥିଲା। ଏହା ପୂର୍ବରୁ ୧୯୯୬, ୧୯୯୭ ଓ ୧୯୯୮ ତିନି ବର୍ଷ ମଧ୍ୟ ଭାରତରେ ସ୍ୱାଭାବିକ ମୌସୁମୀ ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି।

The post ୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା appeared first on Odisha Reporter.



from Odisha Reporter https://ift.tt/3uqxLNR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages