କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ

ଅନୁଗୁଳ(ବିରଜା ଦାସ): କରୋନା ଆକ୍ରାନ୍ତ ବାପା ସୁସ୍ଥ ହେବା ପାଇଁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ସେଠାରୁ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ବହୁ ଖୋଜାଖୋଜି ପରେ ବାପାର ପତ୍ତା ପାଉ ନ ଥିବା ପୁଅ ଏବେ ଥାନାର ଦ୍ୱାରସ୍ତ ହୋଇଛି। ଏପରି ଅଭାବନୀୟ ଘଟଣା ଆଜି  ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ଜରପଡ଼ା ଥାନା ପରା ଗାଁର ଗୋବିନ୍ଦ ପ୍ରଧାନ କରୋନାରେ ଆକ୍ରାନ୍ତ ହେବା ନେଇ ଜଣାପଡ଼ିବା ପରେ ସହର ଉପକଣ୍ଠରେ ଥିବା କୋଭିଡ୍ କେୟାର ସେଣ୍ଟରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଅନ୍ୟ କେଉଁଠାକୁ ପଠାଯାଇଥିବା ନେଇ ଗୋବିନ୍ଦ ପୁଅକୁ ଫୋନ କରି କହିଥିଲେ ।

ଏହାପରେ ପୁଅ ଯୁଗଳ ପ୍ରଧାନ ଆସି ପ୍ରଥମେ କୋଭିଡ କେୟାର ସେଣ୍ଟର ଓ ଅନୁଗୁଳ ଜିଲ୍ଲା ହସ୍ପିଟାଲରେ ଖୋଜିଥିଲେ । ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଟେକ୍ନିସିଆନ ଗୋବିନ୍ଦକୁ ତାଳଚେରସ୍ଥିତ କୋଭିଡ ହସ୍ପିଟାଲ ପଠାଯାଇଥିଲା ବୋଲି କହିଥିଲେ । ତେବେ ତାଳଚେର କୋଭିଡ୍ ହସ୍ପିଟାଲରେ ବାପାଙ୍କୁ ନ ପାଇବାରୁ ଯୁଗଳ ଏବେ ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି ।

The post କୋଭିଡ କେୟାର ସେଣ୍ଟରରୁ ବାପା ନିଖୋଜ, ଖୋଜି ବୁଲୁଛି ପୁଅ appeared first on Odisha Reporter.



from Odisha Reporter https://ift.tt/3eW9Yz4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages