ରାଜ୍ୟରେ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 27, 2021

ରାଜ୍ୟରେ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି।

୧୩ଟି ଜିଲ୍ଲାରୁ ୩୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ, କଳାହାଣ୍ଡି, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିପରି ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁଙ୍କ ଜୀବନ ଯାଇଛି।

ଆଉ ୫ ଜଣଙ୍କ ମୃତ୍ୟୁ ଘଟିବା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଯାଇଛି। ସୁନ୍ଦରଗଡ଼ ଜିଲ୍ଲାରେ କରୋନାରେ ଏଯାବତ୍‌ ୨୫୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧରେ ୩୭, କଳାହାଣ୍ଡିରେ ୧୦୨, କେନ୍ଦୁଝରରେ ୫୫ ଓ ଖୋର୍ଦ୍ଧାରେ ୪୬୦କୁ ବୃଦ୍ଧି ପାଇଛି।

ଗଜପତି ଜିଲ୍ଲାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୬, କେନ୍ଦ୍ରାପଡ଼ାରେ ୪୫, କୋରାପୁଟରେ ୩୮ ଓ ରାୟଗଡ଼ା ଜିଲ୍ଲାରେ ୧୦୨ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଗଲାଣି। ସେହିପରି ଢେଙ୍କାନାଳରେ କରୋନାରେ ବର୍ତ୍ତମାନ ସୁଦ୍ଧା ୩୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ନବରଙ୍ଗପୁରରେ ଏହି ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ଏହାକୁ ମିଶାଇ ଗତ ୫ ଦିନ ମଧ୍ୟରେ ରାଜ୍ୟରେ ୧୬୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୨୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେବଳ କଟକ ଜିଲ୍ଲାରୁ ୧୦୯୧ ଜଣ ଅଛନ୍ତି।

The post ରାଜ୍ୟରେ କରୋନା ନେଲା ଆଉ ୩୩ ଜୀବନ, ଅନୁଗୋଳରୁ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3fpSI6y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages