୨୭ ଯାଏ ବଢିଲା ଲକଡାଉନ ଅବଧି, ୫୦ ପରିବର୍ତ୍ତେ ୧୧ ରହିବେ ବିବାହ ଉତ୍ସବରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

୨୭ ଯାଏ ବଢିଲା ଲକଡାଉନ ଅବଧି, ୫୦ ପରିବର୍ତ୍ତେ ୧୧ ରହିବେ ବିବାହ ଉତ୍ସବରେ

ରାଞ୍ଚି: ବୁଧବାର ଝାଡ଼ଖଣ୍ଡ ସରକାର ଲକଡାଉନ୍ ଅବଧି ପୁଣିଥରେ ବଢ଼ାଇଛନ୍ତି। ଏପ୍ରିଲ ୨୨ରୁ ଲଗାଯାଇଥିବା ଲକଡାଇନ୍ ଅବଧି ଆଜି ଶେଷ ହେବାର ଥିଲା। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ପୁଣି ଥରେ ଝାଡଖଣ୍ଡର ହେମନ୍ତ ସୋରେନ୍ ସରକାର ଲକଡାଉନ୍ ଅବଧିକୁ ବଢ଼ାଇ ଦେଇଛନ୍ତି। ଆଉ ପୂର୍ବରୁ ବିବାହ, କ୍ୱାରେଣ୍ଟାଇନ ଆଦି ନିୟମରେ ପରିବର୍ତ୍ତନ କରିଛନ୍ତି ଏହି ସରକାର।

ଯେଉଁମାନେ ଝାଡ଼ଖଣ୍ଡ ଆସିବେ ସେମାନେ ୭ ଦିନ ବାଧ୍ୟତାମୂଳକ ଭାବରେ କ୍ୱାରେଣ୍ଟାଇନରେ ରହିବେ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାବାଦ ବିବାହରେ ୧୧ ଜଣ ହିଁ ଉପସ୍ଥିତ ରହିପାରିବେ। ପୂର୍ବରୁ ବିବାହରେ ଉପସ୍ଥିତ ରହିବାକୁ ମାତ୍ର ୫୦ ଜଣଙ୍କୁ ଅନୁମତି ଥିଲା। ଏବେ ବିବାହ ମଣ୍ଡପ ପରିବର୍ତ୍ତେ କୋର୍ଟ କିମ୍ୱା ଘରେ ଆୟୋଜନ କରିବାକୁ କୁହାଯାଇଛି। ଆଉ ବିବାହ ବେଳେ କୌଣସି ପ୍ରକାର ନାଚ, ଗୀତର ଆୟୋଜନ ହୋଇପାରିବ ନାହିଁ ବୋଲି ସରକାର କହିଛନ୍ତି।

ଗତକାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରାଜ୍ୟର କୋଭିଡ୍ ସ୍ଥିତି ନେଇ ପ୍ରଶାସିନକ ଅଧିକାରୀଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ପରୀକ୍ଷା ମଧ୍ୟ ଏବେ ବନ୍ଦ ରହିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।

ବୁଧବାର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା କୋଭିଡ ରିପୋର୍ଟ ଅନୁଯାୟୀ ୨୪ ଘଣ୍ଟାରେ ୧୦୩ ଜଣ କରୋନାରେ ଆଖି ବୁଜିଛନ୍ତି। ଆଉ ଏଥିରୁ ଅଧିକାଂଶ ରାଜଧାନୀ ରାଞ୍ଚିରୁ ବୋଲି ଜଣାପଡ଼ିଛି। ଆଉ ଏହି ୧୦୩ ମୃତକଙ୍କୁ ମିଶାଇଲେ ରାଜ୍ୟରେ ମୋଟ୍ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪,୦୮୫ ଛୁଇଁଛି।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଯେଉଁମାନେ ରାଜ୍ୟରେ ୭୨ ଘଣ୍ଟା ମଧ୍ୟରେ ରାଜ୍ୟ ଛାଡିବାକୁ ଚାହୁଁଥିବେ ସେମାନେ ୭ ଦିନିଆ କ୍ୱାରେଣ୍ଟାଇନ୍ ରହିବା ବାଧ୍ୟତାମୂଳକ। ସେହିପରି ଆନ୍ତଃ ରାଜ୍ୟ ଏବଂ ଆନ୍ତ ଜିଲ୍ଲା ବସ୍ ଚଳାଚଳକୁ ସ୍ଥଗିତ ରଖିଛନ୍ତି ସରକାର। ଘରୋଇ ଯାନବାହାନକୁ ଯିବା ଆସିବା କରିବା ପାଇଁ ଇ ପାସ୍ ବ୍ୟବହାର କରିବାକୁ ହେବ ବୋଲି ସରକାର କହିଛନ୍ତି। ରାଜ୍ୟରେ ସିନେମା ହଲ୍, ମଲ୍ଟିପ୍ଲେକ୍ସ, ଷ୍ଟାଡିୟମ୍, ଜିମ୍ ସେଣ୍ଟର, ସୁଇମିଂ ପୁଲ୍ ଏବଂ ପାର୍କ ମଧ୍ୟ ବନ୍ଦ ରହିବ। ତେବେ କୃଷି, ଶିଳ୍ପ ଏବଂ ଖଣି କାର୍ଯ୍ୟ ଚାଲି ରହିବ ବୋଲି ଜଣାପଡ଼ିଛି।

The post ୨୭ ଯାଏ ବଢିଲା ଲକଡାଉନ ଅବଧି, ୫୦ ପରିବର୍ତ୍ତେ ୧୧ ରହିବେ ବିବାହ ଉତ୍ସବରେ appeared first on Odisha Reporter.



from Odisha Reporter https://ift.tt/3fc1kwp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages