ରାଜ୍ୟରେ କରୋନା ନେଲା ୧୯ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

ରାଜ୍ୟରେ କରୋନା ନେଲା ୧୯ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୫୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ପୁଣି ୧୦ ହଜାର ଉପରେ ଚିହ୍ନଟ ହୋଇଛନ୍ତି ପଜିଟିଭ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ହଜାର ୬୪୯ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ଜଣ ଚିହ୍ନଟ ହୋଇଥିବାବେଳେ କଟକ ଦ୍ୱିତୀୟ ସ୍ଥାନରେ ରହିଛି।

କଟକ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୯୩୦ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଏହାପରେ ରହିଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରୁ ୭୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୫୫୭, ସମ୍ବଲପୁର ୪୯୪, ମୟୂରଭଂଜରୁ ୪୦୪,  ବରଗଡ଼ରୁ ୩୯୧, ଝାରସୁଗୁଡ଼ାରୁ ୩୬୮, ନୟାଗଡ଼ ୩୫୭, ପୁରୀରୁ ୩୩୫,  ନୂଆପଡ଼ାରୁ ୩୩୧ ଜଣ ଚିହ୍ନଟ ହୋଇଛନ୍ତି  । ଷ୍ଟେଟ୍ ପୁଲ୍‌ରୁ ୨୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭କୁ ବୃଦ୍ଧି ପାଇଛି।

The post ରାଜ୍ୟରେ କରୋନା ନେଲା ୧୯ ଜୀବନ appeared first on Odisha Reporter.



from Odisha Reporter https://ift.tt/3fijaha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages