ଜଙ୍ଗଲରେ ୧୮ ହାତୀଙ୍କ ମୃତଦେହ, ହତ୍ୟା ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ଜଙ୍ଗଲରେ ୧୮ ହାତୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆଦିଲ୍ଲୀ: ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତ ଦେହ ଦେଖିବାକୁ ମିଳିଛି। ଆସାମର ନାଗାଓଁ ଜିଲ୍ଲାରେ ଥିବା ଜଙ୍ଗଲରେ ଏହି ହାତୀଙ୍କ ମୃତ ଦେହ ଦେଖିବାକୁ ମିଳିଛି। ପ୍ରାଥମିକ ତଦନ୍ତ ପରେ ମୃତ୍ୟୁର କାରଣ ବଜ୍ରପାତ ବୋଲି ସୂଚନା ରହିଛି। ପ୍ରଥମେ ଚାରି ହାତୀର ମୃତ ଶରୀର ପାହାଡ ତଳେ ଆଉ ବାକି ପାହାଡ ଉପରେ ଦେଖିବାକୁ ମିଳିଥିଲା। ଏହାପରେ ସ୍ଥାନୀୟ ଗ୍ରାମବାସୀ ଗୁରୁବାର ଅପରାହ୍ନରେ ହାତୀଙ୍କ ମୃତ୍ୟୁ ଖବର ବନ ଅଧିକାରୀଙ୍କୁ ଜଣାଇବା ପରେ ଜଣାପଡ଼ିଥିଲା।

ଦେଶରେ ଏହା ହେଉଛି ପ୍ରଥମ ଘଟଣା, ଯେଉଁଠାରେ ଏକା ସାଙ୍ଗରେ ଏତେ ସଂଖ୍ୟକ ବଣୁଆ ହାତୀଙ୍କର ମୃତ୍ୟୁ ହୋଇଛି। ଏତେ ସଂଖ୍ୟକ ହାତୀଙ୍କ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ବନ ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ବଜ୍ରପାତରେ ହାତୀମାନଙ୍କର ମୃତ୍ୟୁ ହୋଇଥାଇପାରେ। ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଶୁକ୍ରବାର ପୋଷ୍ଟମର୍ଟମ ପରେ ମୃତ୍ୟୁ ଉପରୁ ପରଦା ହଟିବ ବୋଲି ଜଣାପଡ଼ିଛି।

ଶବ ବ୍ୟବଚ୍ଛେଦ ପୂର୍ବରୁ କିନ୍ତୁ ବିଶେଷଜ୍ଞମାନେ ବଜ୍ରପାତରେ ମୃତ୍ୟୁ ହୋଇଥିବା ଖବରକୁ ଖାରଜ କରିଛନ୍ତି। କେହି ହତ୍ୟା କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ହାତୀ ବିଶେଷଜ୍ଞ ବିଜୟାନନ୍ଦ ଚୌଧୁରୀ କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରେ ହାତୀମାନଙ୍କ ମୃତ୍ୟୁର କାରଣ ଜଣାପଡିବ। ହେଲେ ପ୍ରାଥମିକ ତଦନ୍ତରେ ହାତୀମାନଙ୍କ ମୃତ୍ୟୁ ବିଷାକ୍ତ ଖାଦ୍ୟ କିମ୍ୱା ଅନ୍ୟ କୌଣସି କାରଣ ପାଇଁ ହୋଇପାରେ ବୋଲି କହୁଛନ୍ତି।

ସୂଚନାଯୋଗ୍ୟ, ୧୮ ହାତୀର ମୃତ୍ୟୁ ଖବର ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସଙ୍ଗସଙ୍ଗେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପରିମଳ ଶୁକ୍ଳବୈଦ୍ୟ ଓ ବିଭାଗୀୟ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଯିବାକୁ କହିଛନ୍ତି।

The post ଜଙ୍ଗଲରେ ୧୮ ହାତୀଙ୍କ ମୃତଦେହ, ହତ୍ୟା ସନ୍ଦେହ appeared first on Odisha Reporter.



from Odisha Reporter https://ift.tt/33HgGnb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages