କଟକ(ଓଡ଼ିଶା ରିପୋର୍ଟର):ଇଦ୍ ଅବସରରେ ଆଜି କଟକ ମହାନଗର ଅଞ୍ଚଳରେ ଟିକାକରଣ ବନ୍ଦ ରହିବ । ଏନେଇ କଟକ ମହାନଗର ନିଗମ ପକ୍ଷରୁ ସହରବାସୀଙ୍କୁ ସୂଚନା ଦିଆଯାଇଛି । କେବଳ କଟକ ମହାନଗର ଅଞ୍ଚଳରେ ଆଜି ଟିକାକରଣ ହେବ ନାହିଁ ବୋଲି କୁହାଯାଇଛି ।
ଇଦ୍ ଅବସରରେ ଟିକାକରଣକୁ ବନ୍ଦ ରଖାଯାଇଥିବା ସିଏମ୍ସି କମିଶନର୍ ଅନନ୍ୟା ଦାସ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କଟକରେ ଏବେ ୧୮ରୁ ଅଧିକ ଏବଂ ୪୫ରୁ ଉର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଉଛି । ଏଥିଲାଗି ଜବାହରଲାଲ୍ ନେହରୁ ଇଣ୍ଡୋର ଷ୍ଟାଡିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଏହା ବ୍ୟତୀତ ମହାନଗର ଅଞ୍ଚଳରେ ଥିବା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ଥାନରେ ମଧ୍ୟ ଟିକାକରଣ ଚାଲିଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ରାଜ୍ୟରେ ଦୈନିକ କୋରନା ସଂକ୍ରମଣ ଗ୍ରାଫ ଯେଉଁ ସ୍ପିଡରେ ଉପରମୁହାଁ ହେଉଥିଲା, ଏବେ ସେଥିରେ ଲାଗିଛି ସାମାନ୍ୟ ବ୍ରେକ୍। ପୂର୍ବ ଅପେକ୍ଷା ସଂକ୍ରମଣ ସ୍ପିଡ ସାମନ୍ୟ ହ୍ରାସ ପାଇ ଏବେ ଫ୍ଲାଟ ସ୍ଥିତିରେ ରହିଛି ।
ପୂର୍ବରୁ ଦୈନିକ ସଂକ୍ରମଣ ୧୨ ହଜାର ଥିବାବେଳେ ଏବେ ୧୦ହଜାର ଟ୍ରେଣ୍ଡ ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ । ତେବେ ସମସ୍ତେ କୋଭିଡ ଗାଇଡ଼ଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚିଯାଇଛି । ଗତକାଲି ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧ରେ ପହଞ୍ଚିଛି।
The post ଆଜି କଟକ ମହାନଗର ଅଞ୍ଚଳରେ ଟିକାକରଣ ବନ୍ଦ appeared first on Odisha Reporter.
from Odisha Reporter https://ift.tt/3uHM40K
No comments:
Post a Comment