ନୂଆଦିଲ୍ଲୀ: ଆମେରିକାର ଫାଇଜର ଓ ମର୍ଡେନା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ଭାରତରେ ଦେଖାଯାଉଥିବା ଦୁଇଟି ଯାକ ମାରାତ୍ମକ ଷ୍ଟ୍ରେନ ବିରୋଧରେ ବେଶ ପ୍ରଭାବଶାଳୀ। ଏହା ସବୁ ପ୍ରକାରର କରୋନା ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ ବୋଲି ଆମେରିବା ବୈଜ୍ଞାନିକମାନେ କରିଥିବା ସର୍ଭେରୁ ଜାଣିବାକୁ ପାଇଛନ୍ତି।
ଏନୱାଇୟୁ ଗ୍ରସମ୍ୟାନ ସ୍କୁଲ ଅଫ ମେଡିସିନ ଓ ଏନୱାଇୟୁ ଲାନଗୋନ ସେଣ୍ଟର ପକ୍ଷରୁ ଲ୍ୟାବରେ ଏହି ଗବେଷଣା କରାଯାଇଥିଲା। ଏହାକୁ ପ୍ରାଥମିକ ଅନୁସନ୍ଧାନ କୁହାଯାଉଛି। କାରଣ ଏହି ଗବେଷଣାର ରିପୋର୍ଟ କୌଣସି ପ୍ରି-ରିଭ୍ୟୁ ଜର୍ଣ୍ଣାଲରେ ପ୍ରକାଶ ପାଇନାହିଁ। ବରିଷ୍ଠ ଗବେଷକ ନାଥାନାଇଲ ଲାନଡାଉ କହିଛନ୍ତି, ଆମେ ଗବେଷଣାରୁ ଜାଣିବାକୁ ପାଇଛୁ ଯେ ଟିକା ଭାରତରେ ଦେଖାଯାଉଥିବା
ଭ୍ୟାରିଏଣ୍ଟଗୁଡ଼ିକ ବିରୋଧରେ ସାମାନ୍ୟ ଦୁର୍ବଳ। କିନ୍ତୁ ଏହା ଯେ ସଂପୂର୍ଣ୍ଣ ଭାବେ ଟିକାକୁ ଅକାମୀ କରି ଆଣ୍ଟିବଡି ସୃଷ୍ଟି କରିପାରିବନି, ତାହା ଭାବିବା ଭୁଲ। ଏହା ବେଶ ସକାରାତ୍ମକ ଭାବେ ଭ୍ୟାରିଏଣ୍ଟଗୁଡ଼ିକରୁ ଲୋକଙ୍କୁ ସୁରକ୍ଷା ଦେଇପାରୁଛି। ଗବେଷଣା ବେଳେ ଦୁଇଟି ଟିକା ମଧ୍ୟରୁ ଗୋଟିଏର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।
ଏହାପରେ B.1.617 or B.1.618 ଭ୍ୟାରିଏଣ୍ଟକୁ ନେଇ ଲ୍ୟାବରେ ପରୀକ୍ଷା କରାଯାଇଥିଲା। ଏହି ଭ୍ୟାରିଏଣ୍ଟଗୁଡ଼ିକ ଟିକା ବିରୋଧରେ କେମିତି ଲଢ଼େଇ କରୁଛନ୍ତି, ତା’କୁ ଲ୍ୟାବରେ ନୀରିକ୍ଷଣ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଫାଇଜର ଓ ମର୍ଡେନା ଟିକା ଉଭୟ ଭ୍ୟାରିଏଣ୍ଟର ସଂକ୍ରମଣକୁ ରୋକିବାରେ ସକ୍ଷମ ହେଉଛନ୍ତି। ଟିକା ନେଇ ନଥିବା ଲୋକଙ୍କ ଅପେକ୍ଷା ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ଏହା ଅଧିକ ସଂକ୍ରମଣ କରିପାରୁନି। ତେଣୁ ଟିକା ଭ୍ୟାରିଏଣ୍ଟଗୁଡ଼ିକ ବିରୋଧରେ ଲଢ଼େଇ କରିବାକୁ ସକ୍ଷମ ବୋଲି ସେ କହିଛନ୍ତି। ଏହା ଉପରେ ଅଧିକ ପରୀକ୍ଷା କରାଯାଉଥିବା ସେ କହିଛନ୍ତି।
The post ଭାରତରେ ଚିହ୍ନଟ ମାରାତ୍ମକ ଷ୍ଟ୍ରେନକୁ ମାତ ଦେବାରେ ଏହି ବିଦେଶୀ ଟିକା ସକ୍ଷମ appeared first on Odisha Reporter.
from Odisha Reporter https://ift.tt/3tXIRZV
No comments:
Post a Comment