ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 17, 2021

ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ସଂକ୍ରମଣ ଆଶତୀତ ଭାବେ ହ୍ରାସ ପାଇବାରେ ଲାଗିଛି। କିନ୍ତୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ କରୋନା ମୃତ୍ୟୁ ସବୁ ରେକର୍ଡ ଭାଙ୍ଗି ଦେଇଛି। ମଙ୍ଗଳବାର ଭାରତର କରୋନା ସଂକ୍ରମଣ ୨୫ ମିଲିୟନ ପାର୍‌ କରିଛି।

ଆମେରିକା ପରେ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଭାରତରେ ଏତେ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ସର୍ବାଧିକ କରୋନାଜନିତ ମୃତ୍ୟୁ ଭାରତରେ ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ୪୩୨୯ ଜଣଙ୍କ ଜୀବନ ଯାଇଛି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇ ନଥିଲେ। ହେଲେ ମଙ୍ଗଳବାର ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି।


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨,୬୩,୨୮,୫୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ ୪,୨୨, ୪୩୬ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୨,୨୮,୯୯୬କୁ ବୃଦ୍ଧି ପାଇଛି। ସେହିପରି ଆରୋଗ୍ୟଙ୍କ ସଂଖ୍ୟା ୨,୧୫,୯୬,୫୧୨ରେ ପହଞ୍ଚି ଯାଇଛି।

୨୪ ଘଣ୍ଟାରେ ୪,୩୨୯ ଜଣଙ୍କ ମୃତ୍ୟୁ ଘଟିବାରୁ ମୋଟ ମୃତ୍ୟୁସଂଖ୍ୟା ୨,୭୮,୭୧୯ ଛୁଇଁଛି। ଏବେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୩,୫୩,୭୬୫ ରହିଛି। ଗତକାଲି ତୁଳନାରେ ଏଥିରେ ୧,୬୩,୨୩୨ ହ୍ରାସ ଘଟିଛି। ଏଯାଏ ୧୮,୪୪,୫୩,୧୪୯ ଜଣ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ନେଇ ସାରିଲେଣି। ସୋମବାର ୧୫,୧୦,୪୧୮ ଜଣଙ୍କୁ ଟିକାର ଡୋଜ୍‌ ଦିଆଯାଇଛି।

୨୪ ଘଣ୍ଟାରେ କର୍ଣ୍ଣାଟକାରେ ସର୍ବାଧିକ ୩୮,୬୦୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ ତାମିଲନାଡୁରେ ୩୩, ୦୭୫, ମହାରାଷ୍ଟ୍ରରେ ୨୬,୬୧୬, କେରଳରେ ୨୧, ୪୦୨ ଓ ପଶ୍ଚିମବଙ୍ଗରେ ୧୯, ୦୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହି ୫ ରାଜ୍ୟରେ ଦେଶର ମୋଟ ସଂକ୍ରମଣର ୫୨.୬୩% ଲୋକ ରହିଛନ୍ତି। କେବଳ କର୍ଣ୍ଣାଟକାରେ ଏହି ସଂଖ୍ୟା ୧୪.୬୫% ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ଏହା ପଛକୁ ୪୭୬ ମୃତ୍ୟୁ ସହ କର୍ଣ୍ଣାଟକା ରହିଛି।

ଗତକାଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଦେଶରେ ମୋଟ ୨,୮୧,୩୮୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।  ସେହିପରି ୪,୧୦୬ ଜଣଙ୍କ ମୃତ୍ୟୁ ହୋଇଥିବାରୁ ମୋଟ ମୃତକଙ୍କ ସଂଖ୍ୟା ୨,୭୪,୩୯୦ ଛୁଇଁଥିଲା।

The post ସଂକ୍ରମଣ କମୁଛି, କିନ୍ତୁ ମୃତ୍ୟୁରେ ସବୁ ରେକର୍ଡ ଭାଙ୍ଗିଲା ଭାରତ appeared first on Odisha Reporter.



from Odisha Reporter https://ift.tt/2S0x3Zt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages