ଚଣ୍ଡିଗଡ଼: ଦେଶରେ ଟିକାର ଅଭାବ ଥିବାରୁ ବିଦେଶରୁ ଟିକା ଆମଦାନୀ କରିବା ପାଇଁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଯୋଜନା କରିଛନ୍ତି। ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟାରେ ଏବେ ପଞ୍ଜାବ ସରକାରକୁ ଝଟକା ଲାଗିଛି। ଆମେରିକାର ବୋଷ୍ଟନରେ ତିଆରି ହେଉଥିବା ମୋଡେର୍ଣ୍ଣା ପଞ୍ଜାବ ସରକାରକୁ ସିଧାସଳଖ ଟିକା ଦେଇପାରିବନି ବୋଲି କହିଛି। ସେ ଯଦି ଟିକା ଦେବ ତାହେଲେ ଭାରତ ସରକାରକୁ ଦେବ ବୋଲି କମ୍ପାନୀ କହିଛି। ନିୟମ ଅନୁଯାୟୀ ମୋଡେର୍ଣ୍ଣା କେବଳ କେନ୍ଦ୍ର ସରକାର ସହିତ ଏ ବାବଦରେ ଆଲୋଚନା କରିବ ବୋଲି କମ୍ପାନୀ କହିଛି। ଯଦି ପଞ୍ଜାବ ସରକାରକୁ ମୋଡେର୍ଣ୍ଣା ଏଭଳି କହିପାରିଲା ତାହେଲେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ପାଇଁ କମ୍ପାନୀ ଆଗାମୀ ଦିନରେ ସମାନ ନୀତି ଆପଣାଇବ ବୋଲି ଆଶା କରାଯାଉଛି। ତେଣୁ ଗ୍ଲୋବାଲ ଟେଣ୍ଡରରେ ସେତେବେଳେ ମୋଡେର୍ଣ୍ଣା ଟିକା ରାଜ୍ୟ ଆମଦାନୀ କରିପାରିବ ଯେତେବେଳେ କେନ୍ଦ୍ର ଟିକା କମ୍ପାନୀ ଓ ରାଜ୍ୟ ସରକାର ମଧ୍ୟରେ ମିଡିଲ ମ୍ୟାନ୍ ସାଜିବ।
ପଞ୍ଜାବ ସରକାର ଗ୍ଲୋବାଲ ଟେଣ୍ଡର ଜରିଆରେ ସ୍ପଟନିକ୍ ଭି, ଫାଇଜର, ମୋଡେର୍ଣ୍ଣା, ଏବଂ ଜନସନ ଏବଂ ଜନସନ ସମେତ ବିଭିନ୍ନ ଅନ୍ୟାନ୍ୟ ଟିକା କମ୍ପାନୀ ପାଖରେ ପହଞ୍ଚିଛି। ପଞ୍ଜାବର ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଏକ ବିବୃତ୍ତିରେ କହିଛି ଯେ କରୋନା ଟିକା ଉତ୍ପାଦନକାରୀ ମୋଡେର୍ଣ୍ଣା ତାର ନୀତି ଅନୁଯାୟୀ ପଞ୍ଜାବ ସରକାରଙ୍କୁ ସିଧାସଳଖ ଟିକା ପଠାଇବାକୁ ମନା କରି ଦେଇଛି। ସେମାନେ କେବଳ ଭାରତ ସରକାରଙ୍କ ସହ କାରବାର କରୁଛନ୍ତି।
ରାଜ୍ୟରେ ଚାହିଦା ତୁଳନାରେ ଆବଶ୍ୟକ ଟିକା ନାହିଁ। ତେଣୁ ଗତ ତିନି ଦିନ ହେବ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ଶ୍ରେଣୀ ପାଇଁ ଟିକାକରଣ ବନ୍ଦ କରିବାକୁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି। ତେବେ ଶନିବାର ପଞ୍ଜାବ ୬୬ ହଜାର ଟିକା ଅର୍ଡର କରି ପାଇଛି। ସରକାର କିନ୍ତୁ ମୋଟ୍ ୪.୨ ଲକ୍ଷ ଟିକା ଡୋଜ କିଣିବା ପାଇଁ ଯୋଜନା କରିଛନ୍ତି।
ଏହି ମୋଡେର୍ଣ୍ଣା ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦ୍ୱାରା ଅନୁମତି ପାଇଛି। କାନାଡା, ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ଏହି ଟିକା ବହୁଳ ଭାବରେ ବ୍ୟବହାର ହେଉଛି। ଏ ପର୍ଯ୍ୟନ୍ତ, ବିଶ୍ୱରେ ୯୦ ମିଲିଅନ ଲୋକ ମୋଡେର୍ଣ୍ଣା ଟିକା ନେଇଥିବା ସୂଚନା ରହିଛି।
The post ଗ୍ଲୋବାଲ ଟେଣ୍ଡରରେ ଟିକା, ମନା କରିଦେଲା ମୋଡେର୍ଣ୍ଣା appeared first on Odisha Reporter.
from Odisha Reporter https://ift.tt/3hODvxI
No comments:
Post a Comment