ଗୃହ ବିଭାଗ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ, ପୂର୍ବତନ ସାମ୍ବାଦିକ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ଗୃହ ବିଭାଗ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ, ପୂର୍ବତନ ସାମ୍ବାଦିକ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ: ଐତିହାସିକ ବିଜୟ ସହ କେରଳରେ କ୍ଷମତା ବଜାୟୀ ରଖିବାରେ ସକ୍ଷମ ହୋଇଥିବା ପନରାୟୀ ବିଜୟନ ଗୁରୁବାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପରେ ମୁଖ୍ୟମନ୍ତ୍ରୀ ବିଜୟନ ତାଙ୍କ ମନ୍ତ୍ରିମଣ୍ଡଳ ଘୋଷଣା କରିଛନ୍ତି।

ସେ ପୂର୍ବଭଳି ନିଜ ପାଖରେ ଗୃହ ଓ ଆଇଟି ବିଭାଗ ରଖିଛନ୍ତି। ତାଙ୍କ ଜ୍ୱାଇଁ ପିଏ ମହମ୍ମଦ ରିୟାସଙ୍କୁ ପିଡବ୍ଲ୍ୟୁଡି ବିଭାଗ ମିଳିଛି। ତେବେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ ପୂର୍ବତନ ସାମ୍ବାଦିକ ବୀଣା ଜର୍ଜଙ୍କୁ ମିଳିଛି। ସେ ପ୍ରଥମ ମହିଳା ସାମ୍ବାଦିକ ଭାବେ କେରଳ ସରକାରେ ମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି।

ଗତ ସରକାରେ କେକେ ଶୈଲଜା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। କରୋନାକୁ ମୁକାବିଲା କରିବାରେ ସଫଳତା ହାସଲ କରିବା ଦିଗରେ ତାଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ଦ୍ୱିତୀୟ ସରକାରରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଶୈଲଜା ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଥିବାରୁ କିଏ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ହେବେ, ତା’କୁ ନେଲେ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟନ ଆଜି ବୀଣାଙ୍କ ନାଁ ଉପରେ ମୋହର ମାରିଛନ୍ତି। ବୀଣା ଅରନାମୂଲା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ୧୫ ବର୍ଷ ଧରି ମିଡିଆ ଜଗତରେ ସକ୍ରିୟ ଥିଲେ।

ବିଜୟନଙ୍କ ମନ୍ତ୍ରିମଣ୍ଡଳରେ ୨୧ ଜଣ ସଦସ୍ୟ ରହିଛନ୍ତି। ଏହା ମଧ୍ୟରୁ ସିପିଆଇଏମର ୧୨ ଜଣ ସଦସ୍ୟ ରହିଛନ୍ତି। ବିଜୟନଙ୍କୁ ଛାଡ଼ିଦେଲେ ୧୧ ଜଣ ସଦସ୍ୟ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଛନ୍ତି। ସେହିପରି ମନ୍ତ୍ରିମଣ୍ଡଳରେ ସିପିଆଇର ୪, କେରଳ କଂଗ୍ରେସ(ଏମ), ଜନତା ଦଳ(ଏସ୍‌) ଓ ଏନସିପିର ଜଣେ ଲେଖାଏ ସଦସ୍ୟ ରହିଛନ୍ତି।

The post ଗୃହ ବିଭାଗ ନିଜ ପାଖରେ ରଖିଲେ ମୁଖ୍ୟମନ୍ତ୍ରୀ, ପୂର୍ବତନ ସାମ୍ବାଦିକ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2T3n325

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages