ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ କୋର୍ଟ, ଯୌନ ଉତ୍ପୀଡ଼ନରେ ଫସିଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ କୋର୍ଟ, ଯୌନ ଉତ୍ପୀଡ଼ନରେ ଫସିଥିଲେ

ପାଣାଜୀ: ତେହେଲକା ମ୍ୟାଗାଜିନର ପୂର୍ବତନ ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୩ ମସିହା ଯୌନ ଉତ୍ପୀଡ଼ନ ଓ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅତିରିକ୍ତ ବିଚାରପତି ଜଷ୍ଟିସ କେ ଯୋଶୀ ମାମଲାର ଶୁଣାଣି କରି ତାଙ୍କୁ ୮ ବର୍ଷ ତଳ ମାମଲାରେ ଦୋଷମୁକ୍ତ କରିଛନ୍ତି।

୨୦୧୩ରେ ତୁରଣ ତେଜପାଲ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଗୋଆର ଗୋଟିଏ ହୋଟେଲର ଲିଫ୍ଟରେ ସେ ମହିଳା ସହଯୋଗୀଙ୍କୁ ସେକ୍ସୁଆଲ ଆସଲଲ୍ଟ କରିଥିବା ଅଭିଯୋଗ ଆସିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।


ଅଭିଯୋଗକୁ ଆଧାର କରି ଗୋଆ ପୁଲିସ୍‌ ତରୁଣଙ୍କ ବିରୋଧରେ ବିଭିନ୍ନ ଦଫାରେ ମାମଲା କରିଥିଲା। ୨୦୧୩ ନଭେମ୍ବରରେ ସେ ଗିରଫ ହୋଇଥିଲେ। କିନ୍ତୁ ୨୦୧୪ ଜୁଲାଇରେ ତାଙ୍କୁ ଜାମିନ ମିଳିଥିଲା। ୨୦୧୭ରେ ଗୋଆ କୋର୍ଟରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା।

ଏସବୁ ଭିତରେ ତାଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିବାକୁ ସେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଶେଷରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ୨୦୧୯ ଅଗଷ୍ଟ ୧୯ରେ ସୁପ୍ରିମକୋର୍ଟ ତୁରଣ ତେଜପାଲଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ।

ଗୋଆ କୋର୍ଟ ଦୀର୍ଘ ବର୍ଷ ଧରି ମାମଲାର ଶୁଣାଣି କରିବା ପରେ ଆଜି ରାୟ ପ୍ରକାଶ କରିଛନ୍ତି।

The post ବରିଷ୍ଠ ସାମ୍ବାଦିକ ତରୁଣ ତେଜପାଲଙ୍କୁ ଦୋଷମୁକ୍ତ କଲେ କୋର୍ଟ, ଯୌନ ଉତ୍ପୀଡ଼ନରେ ଫସିଥିଲେ appeared first on Odisha Reporter.



from Odisha Reporter https://ift.tt/3v9sWJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages